ଦୁନିଆର ସବୁଠୁ ବିଷାକ୍ତ ଅକ୍ଟୋପସ୍, ଗୋଟିଏ ମିନିଟ୍ରେ ୨୬ ଜଣଙ୍କର ହୋଇପାରେ ମୃତ୍ୟୁ
12/04/2023 at 8:54 AM

ମୁମ୍ଵାଇ ୧୨।୦୪: ଅଷ୍ଟ୍ରେଲିଆରେ ଜଣେ ମହିଳାଙ୍କୁ ବିଷାକ୍ତ ଅକ୍ଟୋପସ୍ ଅନେକ ଥର କାମୁଡ଼ି ଦେଇଥିଲା। ଏହା ଦୁନିଆର ସବୁଠାରୁ ବିଷାକ୍ତ ପ୍ରାଣୀରେ ଅନ୍ତର୍ଭୁକ୍ତ ହୋଇଛି। ଏହି ବିଷାକ୍ତ ଅକ୍ଟୋପସ୍ ଦ୍ଵାରା ଅନେକ ଥର କାମୁଡ଼ିବା ପରେ ମଧ୍ୟ ମହିଳାଙ୍କ ଉପରେ କୌଣସି ପ୍ରଭାବ ପଡି ନଥିଲା। ସେ ଜୀବିତ ମଧ୍ୟ ରହିଥିଲେ।
୧୬ ମାର୍ଚ୍ଚରେ, ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସର ଏକ ସମୁଦ୍ର କୂଳରେ ଗାଧୋଉଥିବା ସମୟରେ ମହିଳା ଏକ ସେଲ ପାଇଥିଲେ ବୋଲି NSW ଆମ୍ବୁଲାନ୍ସ ରିପୋର୍ଟ କରିଛି। ଶେଲ ଭିତରେ ଏକ ନୀଳ ରଙ୍ଗର ଅକ୍ଟୋପସ୍ ଥିଲା । ନୀଳ ରଙ୍ଗର ଅକ୍ଟୋପସ୍ ମହିଳାଙ୍କୁ ତାଙ୍କ ପେଟରେ ଦୁଇଥର କାମୁଡ଼ି ଥିଲା। ଏହା ପରେ ମହିଳାଙ୍କର ପେଟ ଯନ୍ତ୍ରଣା ହୋଇଥିଲା, ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା।
ଏହା ଉପରେ ଖ୍ରୀଷ୍ଟିଆନ ହୋମସ୍ ଫେସବୁକରେ ବିବୃତ୍ତିରେ କହିଛନ୍ତି ଯେ ନୀଳ ରଙ୍ଗର ଅକ୍ଟୋପସ୍ କାମୁଡ଼ିବା ସହ ଜଡିତ ଖବର ଆମ ପାଇଁ ବିରଳ ଥିଲା। କାରଣ ଏହା ଅତ୍ୟଧିକ ବିଷାକ୍ତ ଅଟେ। ସେମାନଙ୍କର ବିଷର ଗୋଟିଏ ବୁନ୍ଦା ଏକ ମିନିଟରେ ୨୬ ଜଣଙ୍କୁ ମାରି ପାରିବାର କ୍ଷମତା ରଖିଛି । ନୀଳ ରଙ୍ଗର ଅକ୍ଟୋପସ୍ ଲମ୍ବ ମାତ୍ର ୧୨ ରୁ ୨୦ସେମି (୫ରୁ ୮ ଇନ୍) ଲମ୍ବା ।ସେମାନେ କେବଳ ନିଜକୁ ରକ୍ଷା କରିବା ପାଇଁ କାମୁଡ଼ନ୍ତି ।