scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୁନ୍ଦରତାରେ ବଡ ବଡ ମଡେଲ୍‌ଙ୍କୁ ଦିଅନ୍ତି ମାତ୍‌, ଆକାଶରେ ଶତ୍ରୁଙ୍କ ପାଇଁ ପାଲଟନ୍ତି କାଳ

9/02/2024 at 4:42 PM

ନୂଆଦିଲ୍ଲୀ ୦୯।୦୨: ଏମିତି ସୁନ୍ଦରୀ । ବଡ ବଡ ମଡେଲ୍‌ଙ୍କୁ ଦିଅନ୍ତି ଟକ୍କର । ତାଙ୍କ ସୁନ୍ଦରତାରେ ଘାଇଲା ହୁଅନ୍ତି ଅନେକ । କିନ୍ତୁ ସେ କୌଣସି ମଡେଲ୍‌ ନୁହଁନ୍ତି, ସେ ହେଉଛନ୍ତି ଜଣେ ଫାଇଟର ପାଇଲଟ୍‌ । ଯିଏକି ଏବେ ଖୁବ୍‌ ଚର୍ଚ୍ଚାରେ । କିନ୍ତୁ ସେ ଏବେ ମିସ୍‌ ୟୁନିଭର୍ସ ହେବାକୁ ମନ ବଳାଇଛନ୍ତି । ଏହି ସୁନ୍ଦରୀ ଚିଲି ଏୟାରଫୋର୍ସର ଫାଇଟ୍‌ର ପାଇଲଟ୍‌ । ସେ ମିସ୍‌ ୟୁନିଭର୍ସରେ ମଧ୍ୟ ଚିଲିରୁ ପ୍ରତିନିଧିତ୍ବ କରିବେ ।

ସମୟ ଥିଲା ଦୁନିଆର ଅଳ୍ପ କିଛି ଯୁବତୀ ମିସ୍ ୟୁନିଭର୍ସ କିମ୍ବା ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଭାଗ ନେଇଥିଲେ  । ଖାସ୍‌ କରି ଏଣ୍ଟରଟେନ୍‌ମେଣ୍ଟ ଇଣ୍ଡଷ୍ଟ୍ରି ସହ ଜଡିତ ମହିଳା ।  କିନ୍ତୁ ବର୍ତ୍ତମାନ ସମୟ ବଦଳିଛି, ଭିନ୍ନ ଇଣ୍ଡଷ୍ଟ୍ରିର ଯୁବତୀ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି । ଆଉ ଏମାନଙ୍କ ସୁନ୍ଦରତାରେ ପାଗଳ ସାରା ବିଶ୍ବ । ଏପରି ଏକ ନାଁ  ହେଉଛି ମିସେଲ ମାର୍ଟିନ । ସେ ବୃତ୍ତିରେ ସେ ଜଣେ ଫାଇଟର୍‌ ପାଇଲଟ୍ ।

ମିସେଲ ମାର୍ଟିନ ମାତ୍ର ୧୮ ବର୍ଷ ବୟସରେ ଚିଲି ବାୟୁସେନାର ଅଂଶ ହୋଇଥିଲେ । ବର୍ତ୍ତମାନ ସେ ପ୍ରସିଦ୍ଧ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ମିସ୍ ୟୁନିଭର୍ସରେ ନିଜ ଦେଶର ପ୍ରତିନିଧିତ୍ୱ କରିବେ  । ବର୍ତମାନ ମାର୍ଟିନ୍‌ଙ୍କ ବୟସ ୨୪ ବର୍ଷ । ସେ ଲେଫ୍ଟନାଣ୍ଟ ପଦରେ ପହଞ୍ଚିଛନ୍ତି। ମାର୍ଟିନ ୨୦୨୨ରେ ଏମ୍‌ବିଏସନ୍‌ ସ୍କୁଲ୍‌ରୁ ସ୍ନାତକ ହାସଲ କରିଥିଲେ । ତାଙ୍କୁ ଅନେକ ବିମାନ ଉଡ଼ାଇବାର ସୁଯୋଗ ମିଳିଛି । ଏଥିରେ ସେ T-35 ପିଲିୟାନ୍‌ ଏବଂ ସେସନା ସାଇଟେସନ୍‌ ସିଜେ୧ ପରି ବିମାନ ଉଡାଇଛନ୍ତି ।

ମିଲେଟ୍ରି କ୍ୟାରିୟର ମିସେଲଙ୍କୁ ସବୁଠାରୁ ଗ୍ଲାମରସ୍ ଫାଇଟର୍‌ ପାଇଲଟ୍ ହେବାକୁ ଅଟକାଇ ପାରି ନଥିଲା । ସେ ଅନେକ ସମୟରେ ନିଜର ଫଟୋ ପୋଷ୍ଟ କରନ୍ତି । ଯାହାକୁ ଲକ୍ଷ ଲକ୍ଷ ଲୋକ ପସନ୍ଦ କରନ୍ତି । ତେବେ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେବାର ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ପରିବାର ଓ ବାୟୁସେନା ଅଧିକାରୀ । ମିସେଲ ତାଙ୍କ ଫାଇଟର୍‌ କ୍ୟାରିୟରରେ ବହୁତ ଖୁସି ଅଛନ୍ତି । ତାଙ୍କ ସହ ଯେଉଁ ପ୍ରତିଯୋଗୀମାନେ ଅଛନ୍ତି ସେମାନେ ସମସ୍ତେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରୁ ଆସିଛନ୍ତି ।

ତେବେ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ୧୭ ନଭେମ୍ବର ୨୦୨୪ରେ ଆୟୋଜିତ ହେବ  । ଚଳିତ ବର୍ଷର ମିସ୍ ୟୁନିଭର୍ସ ପ୍ରତିଯୋଗିତାର ଖାସ୍‌ କଥା ହେଉଛି ପ୍ରତିଯୋଗୀଙ୍କ ବୟସ ୧୮-୨୮ ବର୍ଷ ମଧ୍ୟରେ ରଖାଯାଇଛି । ଗତବର୍ଷ ସର୍ବାଧିକ ବୟସ ସୀମାକୁ ବନ୍ଦ କରାଯାଇଛି ।  ତେବେ ପୂର୍ବରୁ ଏହି ପ୍ରତିଯୋଗିତାରେ ୫୦ ବର୍ଷରୁ ଅଧିକ ମହିଳାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଯିଏକି ନିଜ ଦେଶର ପ୍ରତିନିଧିତ୍ୱ କରିବାକୁ ହୋଇଥିଲେ ପ୍ରତିଯୋଗୀ ।

You Can Read:

   Related Posts