ଏହା ହେଉଛି ବିଶ୍ୱର ସବୁଠୁ ମହଙ୍ଗା ସ୍କୁଲ, ବାର୍ଷିକ ଫି ୧ କୋଟିରୁ ବି ଅଧିକ, ଜାଣନ୍ତୁ କେଉଁଠି?

Published By : Prameya-News7 Bureau | March 12, 2023 IST

ନୂଆଦିଲ୍ଲୀ ୧୨।୩:  ପିଲାଙ୍କ ପାଠ ପଢ଼ା ବର୍ଷକୁ ବର୍ଷ ମହଙ୍ଗା ହୋଇଯାଉଛି। ପିଲାଙ୍କ ସ୍କୁଲ ଫି ଭରିବା ଲାଗି ଅଭିଭାବକଙ୍କୁ ଲୋନ ନେବାକୁ ପଡୁଛି। ଏଥିରେ ବିଶ୍ୱରେ ଏପରି ବି ଏକ ସ୍କୁଲ ଅଛି ଯାହାର ବାର୍ଷିକ ସ୍କୁଲ ଡ୍ୟୁଜ୍ ୧ କୋଟି ଟଙ୍କାରୁ ବି ଅଧିକ। ଏହି ସ୍କୁଲର ନାମ ‘କଲେଜ୍ ଆଲପିନ୍ ବିଉ ସୋଲେଲ’। ଯାହା ସ୍ୱିଜର ଲ୍ୟାଣ୍ଡର ସ୍ୱିସ୍‌ ଆଲପସ୍‌ରେ ଅବସ୍ଥିତ। ଏହି ସ୍କୁଲକୁ ‘ଆଲପିନ୍ ବିଉ ସୋଲେଲ’ ଭାବେ ଲୋକେ ଜାଣନ୍ତି। ସ୍ୱିଜରଲ୍ୟାଣ୍ଡରେ ଏହି ସ୍କୁଲର ସ୍ଥାପନା ଆଜକୁ ୧୧୩ ବର୍ଷ ପୂର୍ବେ ହୋଇଥିଲା।

୧୯୧୦ରେ ମାଡମ ଲାଉଟ୍ ଫେରିୟରଙ୍କ ଦ୍ୱାରା ସ୍ଥାପିତ ଏହି ସ୍କୁଲକୁ ପାଠ ପଢିବାକୁ ସାରା ବିଶ୍ୱରୁ ପିଲାମାନେ ଆସନ୍ତି। ବିଉ ସୋଲେଲ ସ୍କୁଲ ବିଶ୍ୱର ସବୁଠୁ ମହଙ୍ଗା ସ୍କୁଲ। ଏହି ସ୍କୁଲର ବାର୍ଷିକ ଫି ପାଖାପାଖି ୧ କୋଟି ୩୩ ଲକ୍ଷ ଟଙ୍କା।  ସ୍କୁଲରେ ପ୍ରତିବର୍ଷ ୨୮୦ ପିଲାଙ୍କୁ ଆଡମିସନ କରାଯାଇଥାଏ। ସ୍କୁଲର ବିଶେଷତା ହେଉଛି ଏଠାରେ ଛାତ୍ର ଓ ଶିକ୍ଷକଙ୍କ ଅନୁପାତ ୪:୧।  ଏହି ସ୍କୁଲରେ ପାଠପଢା ମୁଖ୍ୟତଃ୨ଟି ଭାଷାରେ ହୋଇଥାଏ। ଏଠାରେ କେବଳ ଫରାସୀ ଓ ଇଂରାଜୀ ଭାଷାରେ ଶିକ୍ଷା ଦିଆଯାଏ।

{"id":757061,"width":839,"height":484,"sizeSlug":"full","linkDestination":"none"}

ଏହି ସ୍କୁଲର ଇନ-ଡୋର ଓ ଆଉଟଡୋର ଷ୍ଟଡି ପ୍ଲାନ ବେଶ୍ ଲୋକପ୍ରିୟ । ଏଠାରେ ଛାତ୍ରଛାତ୍ରୀଙ୍କ କ୍ରିଡା ଲାଗି ଟେନିସ୍ କୋର୍ଟ, ସୁଟିଂ ରେଞ୍ଜ ଓ ଅଶ୍ୱାରୋହଣ କେନ୍ଦ୍ର ଆଦି ରହିଛି। ଏହା ଛଡା ସ୍କୁଲରେ ଏକ ବିଶାଳ କନସର୍ଟ ହଲ ମଧ୍ୟ ରହିଛି। ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ସାରା ବିଶ୍ୱରେ ଏଜୁକେସନାଲ ଟ୍ରିପ୍ ଓ କ୍ୟାମ୍ପସ ପ୍ଲେସ୍‌ମେଣ୍ଟ ଆୟୋଜିତ ହେଉଛି। ଏହି ସ୍କୁଲକୁ ପଢିବା ପାଇଁ ବିଶ୍ୱର ୫୦ଟି ଦେଶରୁ ଛାତ୍ରଛାତ୍ରୀ ଆସୁଛନ୍ତି।

ସ୍କୁଲରେ ଆଡମିସନ ଲାଗି ପ୍ରଥମେ ୨.୬୭ ଲକ୍ଷ ଟଙ୍କା ଜମା କରିବାକୁ ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ ସ୍କୁଲର ଫି ନନ ରିଫଣ୍ଡେବଲ। ଫି ଜମା କରିବା ପରେ ଅଭିଭାବକଙ୍କୁ ସ୍କୁଲକୁ ଡକାଯାଇଥାଏ। ଆଡମିସନ ଟିମ୍‌ ସେମାନଙ୍କୁ ସ୍କୁଲ ବୁଲାଇ ଦେଖାଇ ଥାନ୍ତି ଓ ସ୍କୁଲର ନୀତି ନିୟମ ସମ୍ପର୍କରେ ସୂଚିତ କରିଥାନ୍ତି। ଏହି ପରିଦର୍ଶନ କାଳରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଗଣିତ ଓ ଇଂରାଜୀ ପ୍ଲେସ୍‌ମେଣ୍ଟ ଟେଷ୍ଟ ପୁରା କରିଥାନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.