vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ବିଶ୍ବର ସବୁଠୁ ଦାମୀ କାର୍, ଏତିକି ହଜାର କୋଟି ଟଙ୍କାରେ ହେଲା ନିଲାମ

20/05/2022 at 12:51 PM

ଷ୍ଟଟ୍‌ଗାର୍ଟ ୨୦।୫: ପୁରୁଣା କାଳର କିଛି ବିରଳ ଗାଡି ମୂଲ୍ୟ ଆଜି ବି କୋଟି କୋଟି ଟଙ୍କା । ୬୭ବର୍ଷ ପୁରୁଣା ଗୋଟିଏ ମର୍ସିଡିଜ୍ ବେଞ୍ଜ୍ କୋଟି କୋଟି ଟଙ୍କାରେ ବିକ୍ରି ହୋଇଛି । କାନାଡାର ନିଲାମୀ କମ୍ପାନୀ ଆରଏମ୍ ସୋଥବୀ କହିଛି ଯେ, ଚଳିତ ମାସ ଆରମ୍ଭରେ ୧୧୦୦ କୋଟି ଡଲାର ଡଲାର ଏହା ନିଲାମ ହୋଇଛି । ଏହି ନିଲାମ ସହ ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆର ସବୁଠୁ ଦାମୀ କାର୍ ବିକ୍ରି ହୋଇଛି ।

କମ୍ପାନୀ କହିଛି ଯେ, ୧୯୯୫ର ଏକ ମର୍ସିଡିଜ୍ ବେଞ୍ଜ୍ ୩୦୦ ଏସଏଲଆର ଉହଲେନହାଟ୍ କୁପେ (Mercedes-Benz 300 SLR Uhlenhaut Coupe) ଏକ କାର୍ କଲେକ୍ଟରକୁ ୧୩୫,୦୦୦,୦୦୦ ୟୁରୋ ରେକର୍ଡ ମୂଲ୍ୟରେ ନିଲାମୀରେ ବିକ୍ରି କରାଯାଇଥିଲା । ନିଲାମୀରେ ବିକ୍ରି ହୋଇଥିବା ଏହି କାରଟି ସବୁ କ୍ଷେତ୍ରରେ ବହୁତ ବଡ । କାରଣ ଏହା ପୂର୍ବରୁ ସବୁଠୁ ମହଙ୍ଗା କାର୍ ବିକ୍ରିର ରେକର୍ଡ ୯୫ ମିଲିୟନ ଡଲାରରୁ ଅଧିକ ଥିଲା । ସେହିଭଳି ଘରୋଇ ଭାବେ ବିକ୍ରି ହୋଇଥିବା କାର୍ (୭୦ ମିଲିୟନ ଡଲାର) ଏହି ରେକର୍ଡର ଦୁଇଗୁଣରୁ ଅଧିକ ଅଟେ ।

ବ୍ରିଟିଶ କାର୍ କଲେକ୍ଟର ସାଇମନ୍ କିଡସନ୍ ଜଣେ ଅଜଣା ଗ୍ରାହକଙ୍କ ତରଫରୁ ଓ୍ବିନିଂ ବିଡ୍ ଲଗାଇଥିଲେ । ଯାହାକୁ ଏକ ଗୁପ୍ତ ଏବଂ ଅସାମାନ୍ୟ ନିଲାମୀ କୁହାଯାଉଛି । ରେକର୍ଡ ବିକ୍ରି ମେ’ ୫ରେ ଜର୍ମାନୀର ଷ୍ଟଟ୍‌ଗାର୍ଟରେ ମର୍ସିଡିଜ୍ ବେଞ୍ଜ୍ ସଂଗ୍ରହାଳୟରେ ଏକ ଗୁପ୍ତ ନିଲାମୀ ସମୟରେ କରାଯାଇଥିଲା । ଏହାକୁ ମର୍ସିଡିଜ୍ ବେଞ୍ଜ୍ ଚେୟାରମ୍ୟାନ୍ ଓଲା କାଲେନିୟସ୍ ସ୍ପଷ୍ଟ କରିଥିଲେ । ଜଣେ ଏଜେଣ୍ଟ ଷ୍ଟିଫନ୍ ସିରିୟୋ କହିଛନ୍ତି, ସେହି କାର୍‌ଟି ୧୦୦ ପ୍ରତିଶତ ଭାଲ୍ୟୁର ଅଟେ । କିଛି ଲୋକ ଆପଣଙ୍କୁ କହିବେ ଯେ ଏହି କାରଟି କମ୍ ମୂଲ୍ୟରେ ବିକ୍ରି ହୋଇଛି । କେହି କେବେ ବାବିନଥିଲେ ଯେ, ମର୍ସିଡିଜ୍ ଏହାକୁ ବିକ୍ରି କରିଦେବ । ମର୍ସିଡିଜ୍ କ୍ରେତାଙ୍କ ନାମ କହିବାକୁ ମନା କରିଦେଇଛି ।

   Related Posts