ବିଶ୍ବର ସବୁଠୁ ସୁନ୍ଦରୀ ଟ୍ରକ୍‌ ଡ୍ରାଇଭର, ସୋସିଆଲ୍‌ ମିଡିଆରେ ଅଛନ୍ତି ଲକ୍ଷାଧିକ ଫ୍ୟାନ୍ସ

Published By : Prameya-News7 Bureau | December 06, 2020 IST

ନୂଆଦିଲ୍ଲୀ ୦୬/୧୨: ବିଶ୍ବର ସବୁଠୁ ସୁନ୍ଦର ମହିଳା ଟ୍ରକ୍‌ ଡ୍ରାଇଭର, ବୟସ ମାତ୍ର ୨୨ ! ଟ୍ରକ୍ ଚଳାଇବାରେ  ଯେମିତି ମାହିର ସେମିତି ଟ୍ରକ୍‌ ସଜାଡ଼ିବାରେ ଦକ୍ଷତା ରଖିଛନ୍ତି। କେବଳ ୭ ବର୍ଷରୁ ଟ୍ରକ୍‌ ଚଳାଇବା ପ୍ରତି ତାଙ୍କର ଆଗ୍ରହ ଜାତ ହୋଇଥିଲା। ୨୧ ବର୍ଷରେ ଷ୍ଟିୟରିଂ ଧରିଲେ ସୁନ୍ଦରୀ ଯୁବତୀ। ଟ୍ରକ୍‌ ଚଳାଇବା ତାଙ୍କ ଫ୍ୟାସନ୍‌ ନୁହେଁ ବରଂ ବାଧ୍ୟ ହୋଇ ଏହି ବୃତ୍ତିକୁ ଆପଣାଇଛନ୍ତି।

{"id":373487,"sizeSlug":"large"}

ଜାପାନର ରାଇନୋ ସାସାକି। ଲୋକମାନେ ତାଙ୍କୁ ସବୁଠୁ ସୁନ୍ଦରୀ ଡ୍ରାଇଭର ବୋଲି କହୁଛନ୍ତି। କେବଳ ସେତିକି ନୁହେଁ ତାଙ୍କର ସୋସିଆଲ୍‌ ମିଡିଆରେ ଲକ୍ଷ ଲକ୍ଷ ଫଲୋଅର୍ସ ଅଛନ୍ତି। ସୋସିଆଲ ମିଡିଆରେ ବହୁ ଲୋକପ୍ରିୟ ସାସାକି।

{"id":373488,"sizeSlug":"large"}

ସାସାକିଙ୍କ ବାପାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ। ସାସାକି ଯେତେବେଳେ ୭ ବର୍ଷର ହୋଇଥିଲେ ସେବେଠୁ ବାପାଙ୍କ ସହ ଟ୍ରକ୍‌ରେ ଯାତ୍ରା କରନ୍ତି। କାରଣ ବାପାଙ୍କ ସହ ରହି ତାଙ୍କ ଯତ୍ନ ନେଇପାରୁ ଥିଲେ। ତେବେ ୨୧ ବର୍ଷ ହୋଇଯିବା ପରେ ନିଜୟ ଡ୍ରାଇଭିଂ ଲାଇସେନ୍ସ ତିଆରି କରି ଷ୍ଟିୟରିଂ ଧରିଥିଲେ ସାସାକି।

{"id":373489,"sizeSlug":"large"}

ରାଇନୋ ନିଜର କର୍ତ୍ତବ୍ୟ ନିଷ୍ଠାର ସହ କରୁଥିବା ବେଳେ ତାଙ୍କୁ ଦେଖି ଅନ୍ୟ ମହିଳାମାନେ ପ୍ରେରଣା ପାଉଥିବା କହିଛନ୍ତି। ଟ୍ରକ୍‌ ଚଳାଇବା ସହ ଏଥିରେ କିଛି ଖରାପ ହେଲେ ନିଜେ ଏହାକୁ ଠିକ୍‌ କରନ୍ତି। ଖାଲି ସମୟରେ ବ୍ଲଗ୍‌ ମଧ୍ୟ ଲେଖନ୍ତି ରାଇନୋ ସାସାକି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.