ରେକର୍ଡ ଉଡ଼ାଣ ଭରିଲା ଦୁନିଆର ସବୁଠୁ ଲମ୍ବା ବିମାନ, ଫୁଟବଲ୍ ମଇଦାନଠୁ ବି’ ବଡ଼ ଏହାର ଆକାର
18/01/2023 at 9:09 PM

ନୂଆଦିଲ୍ଳୀ, ୧୮/୦୧: ରେକର୍ଡ କଲା ବିମାନ। ଛଅ ଘଣ୍ଟା ଉଡ଼ି ରେକର୍ଡ କରିଛି ବିମାନ। ଆପଣ ଭାବୁଥିବେ ଏଥିରେ ନୂଆ କ’ଣ ? ପ୍ରକୃତରେ ଏହି ବିମାନ କୌଣସି ସାଧାରଣ ବିମାନ ନୁହେଁ। ଏହା ହେଉଛି ଦୁନିଆର ସବୁଠୁ ବଡ଼ ବିମାନ । ଆପଣ ଜାଣିଲେ ହୁଏତ ଆଶ୍ଚର୍ଯ୍ୟ ହେବେ ଯେ ଏହି ବିମାନ ଏକ ଫୁଟବଲ୍ ମୈଦାନ ଲମ୍ବର।
ଛଅ ଘଣ୍ଟାର ରେକର୍ଡ ଉଡ଼ାଣ ଭରିଲା ଦୁନିଆର ସବୁଠୁ ବଡ଼ ବିମାନ। ଏହି ବିମାନର ଆକାର ୩୮୩ ଫୁଟ୍ ଯାହା ଏକ ଫୁଟବଲ୍ ମୈଦାନଠୁଁ ବଡ଼। ଷ୍ଟ୍ରାଟୋଲଞ୍ଚ ଆରଓସି କ୍ୟାରିୟର ପ୍ଲେନ୍ ନାମରେ ଜଣା ଏହି ବିମାନକୁ କାଲିଫର୍ଣ୍ଣିଆର ମୋଜାଓ୍ବେ ମରୁଭୂମିରେ ଉଡ଼ାଣ ଭରିଛି। ବିମାନ ଟେଷ୍ଟରେ ଟାଲୋନ୍ ଏ ନାମକ ଏକ ୨୮ ଫୁଟ୍ ଲମ୍ବର ଟେଷ୍ଟ ଏୟାରକ୍ରାଫ୍ଟର ମଧ୍ୟ ବ୍ୟବହାର ହୋଇଥିଲା। ଯାହା ପେଲୋଡକୁ ହାଇପରସୋନିକ୍ ସ୍ପିଡ୍ରେ ନେଇପାରିବ।
ଷ୍ଟ୍ରାଟୋଲଞ୍ଚ ଫୁଟବଲ୍ ମୈଦାନଠାରୁ ମଧ୍ୟ ଅଧିକ ଲମ୍ବ। ଏହାର ଓଜନ ବିନା କାର୍ଗେରେ ୫ ଲକ୍ଷ ପାଉଣ୍ଡ ରହିଛି। ଯାହା ସର୍ବାଧିକ ୧୩ ଲକ୍ଷ ପାଉଣ୍ଡ ସହ ଉଡ଼ାଣ ଭରିପାରିବ। ବିମାନ ୨୮ ଜଣ ଚକ ଦ୍ବାର ଉଡ଼ାଣ ଭରିଥାଏ। ଏହାକୁ ୬ ବୋଇଂ ୭୪୭ ଇଞ୍ଜିନରୁ ଶକ୍ତି ମିଳିଥାଏ। ୨୦୧୧ ରେ ମାଇକ୍ରୋସଫ୍ଟର ସହ ସଂସ୍ଥାପକ ପଲ ଏଲନ ଏହି ବିମାନକୁ ଦୁନିଆ ସାମ୍ନାରେ ଆଣିଥିଲେ।
କମ୍ପାନୀର ସିଇଓ ଏବଂ ଅଧ୍ୟକ୍ଷ ଜାଚରୀ କେଭୋର ଏକ ବୟାନରେ କହିଛନ୍ତି ଯେ, ଏହା କମ୍ପାନୀକୁ ସଫଳତା ଆଣିଦେଇଛି। ଆମର ଉତ୍କୃଷ୍ଟ ଟିମ୍ ଆମର ପରୀକ୍ଷଣ ସମୟକୁ ନେଇ ଲଗାତାର ପ୍ରୟାସ ଜାରିରଖିଛି। ଆମର କଠିନ ପରିଶ୍ରମ ଫଳରେ ସୁରକ୍ଷିତ ଭାବରେ ଏହି ପ୍ରଥମ ହାଇପରସୋନିକ୍ ବିମାନର ଟେଷ୍ଟ ସଫଳ ହୋଇଛି ଏବଂ ଲଞ୍ଚ ଦିଗରେ ଆହୁରି ନିକଟତର ହୋଇଛୁ।
ଏହି ମ୍ୟାକ୍ ଶବ୍ଦର ୬ ଗୁଣା ବେଗରେ ଉଡ଼ାଣ ଭରିପାରେ। ଏବେ କମ୍ପାନୀ ଟାଲୋନ୍ ଏବଂ ପ୍ରୋଟୋଟାଇପ୍କୁ ପ୍ରଶାନ୍ତ ମହାସାଗରରେ ଡିସେମ୍ବରରେ ଟେଷ୍ଟ କରିବାକୁ ଯାଉଛି। ଯଦି ଏହି ଟେଷ୍ଟ ସଫଳ ହେଉଛି ତେବେ କମ୍ପାନୀ ଏହାର ପ୍ରଥମ ହାଇପରସୋନିକ୍ ଟେଷ୍ଟ ଯାନ ଟାଲୋନ୍-ଏ ଟିଏ-୧ କୁ ଆଣିବ।