ବିଶ୍ବ ପ୍ରସିଦ୍ଧ ବରଗଡର ଧନୁଯାତ୍ରା ନେଇ ପ୍ରସ୍ତୁତି ବୈଠକ

Published By : Prameya-News7 Bureau | November 03, 2019 IST

ବରଗଡ ୩।୧୧: ୭୧ତମ ବିରାଟ ଧନୁଯାତ୍ରାରେ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ବୈଠକରେ ଟ୍ରାଫିକ ସମସ୍ୟା ,ଭିଡ ନିୟନ୍ତ୍ରଣ  ଓ ସୁରଖୁରରେ କିପରି ଏହି ବିଶ୍ବ ପ୍ରସିଦ୍ଧ ଯାତ୍ରା ଅନୁଷ୍ଠିତ ହେବ ସନେଇ ଆଲୋଚନା କରାଯାଇଛି ।

{"id":178368,"width":571,"height":321}

ସୂଚନାଯୋଗ୍ୟ ଯେ, ଆସନ୍ତା  ଡିସେମ୍ବର ୩୧ରୁ ଜାନୁଆରୀ ୧୧ ପର୍ଯ୍ୟନ୍ତ  ୧୦ ଦିନ ବ୍ୟାପି  ଚାଲିବ ବିଶ୍ବ ପ୍ରସିଦ୍ଧ ବରଗଡ ର ଧନୁଯାତ୍ରା । ଏହି ୭୧ତମ ବିରାଟ ଧନୁଯାତ୍ରାରେ   ବରଗଡ ପାଲଟିବ  ମଥୁରା ନଗରୀ  ଓ ଅମ୍ବାପାଲି  ପାଲଟିବ ଗୋପପୁର । ସେହିପରି  ଉଭୟ ସହର ମଧ୍ୟସ୍ଥଳରେ ବହିଯାଇ ଥିବା  ଜୀରା ନଦୀ ପାଲଟିବ ଯମୁନା ନଇ  । ପ୍ରାୟ ୧୭ଟି ମୁକ୍ତାକାଶ ମଂଚ ରେ ଧନୁଯାତ୍ରା ର ଦୃଶ୍ୟ ଅଭିନୀତ ହେବକୁ ଯାଉଛି  ।   ଶନିବାର  ଜିଲ୍ଲାପାଳଙ୍କ  ଅଧ୍ୟକ୍ଷତାରେ ଧନୁଯାତ୍ରା କମିଟି ର ବୈଠକ ଅନୁଷ୍ଠିତ ହୋଇଯାଇଛି ।ଚଳିତ  ବର୍ଷ  ଧନୁ ଯାତ୍ରାକୁ ଅଧିକ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ କମିଟି ନିଷ୍ପତି ନେଇଛି ।  ଟ୍ରାଫିକ ସମସ୍ୟା ,ଭିଡ  ଓ ଯାତ୍ରାରେ ଯେପରି କିଛି ଅଘଟଣ ନଘଟିବ ତା ଉପରେ  ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଜଣାଇଦିଆଯାଇଛି। ଗତଥର କଂସ ଭୁମିକାରେ  ଅଭିନୟ କରିଥିବା  ଭୁବନେଶ୍ବର ପ୍ରଧାନଙ୍କୁ ଚଳିତ ବର୍ଷ  ମଧ୍ୟ କଂସ ଭୁମିକାରେ ଦେଖିବେ ଶ୍ରଦ୍ଧାଳୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.