ଗ୍ଲୋବାଲ ଓ୍ବାର୍ମିଂ! ଭାଙ୍ଗିଲା ପ୍ରାଚୀନ ହିମଖଣ୍ଡ ଏ୨୩ଏ, ନ୍ୟୁୟର୍କ ଠାରୁ ୩ଗୁଣା ବଡ଼

Published By : Prameya-News7 Bureau | November 28, 2023 IST

ନୂଆଦିଲ୍ଲୀ ୨୮/୧୧: ପୃଥିବୀର ଜଳବାୟୁକୁ ପ୍ରଭାବିତ କରୁଛି ଗ୍ଲୋବାଲ ଓ୍ବାର୍ମିଂ । ଦ୍ରୁତ ଜଳବାୟୁ ପରିବର୍ତ୍ତନ ଏବେ ଚିନ୍ତାର ବିଷୟ ପାଲଟିଛି । ତାପମାତ୍ରା ବୃଦ୍ଧି ଓ ଗ୍ଲୋବାଲ ଓ୍ବାର୍ମିଂ ପାଇଁ ବିଶ୍ୱର ସବୁଠୁ ବଡ଼ ହିମଖଣ୍ଡ ଏ୨୩ଏ ଦୀର୍ଘ ୩ ଦଶନ୍ଧି ପରେ ସ୍ଥିର ଅବସ୍ଥାରୁ ବିଚ୍ଛିନ୍ନ ହୋଇଛି । ଏବେ ଏହି ସର୍ବବୃହତ ହିମଖଣ୍ଡ ଦକ୍ଷିଣ ମହାସାଗର ଆଡ଼କୁ ଯାଉଛି । ସୂଚନାଯୋଗ୍ୟ, ଏ୨୩ଏ ବିଶ୍ୱର ସର୍ବପ୍ରାଚୀନ ହିମଖଣ୍ଡ ମଧ୍ୟରେ ଅନ୍ୟତମ । ହାରାହାରି ୪ ହଜାର ବର୍ଗ କି.ମି. ବିଶିଷ୍ଟ ଏହି ହିମଖଣ୍ଡ ନ୍ୟୁୟର୍କ ସହର ଆକାରଠୁ ପ୍ରାୟ ୩ଗୁଣ ବଡ଼ । ଏହି ବିଶାଳ ଆଣ୍ଟାର୍କଟିକ୍ ହିମଖଣ୍ଡ ୧୯୮୬ ମସିହାରେ ପଶ୍ଚିମ ଆଣ୍ଟାର୍କଟିକାର ଫିଲ୍ଚନର-ରୋନ ଆଇସ୍ ଶେଲ୍‌ଫଠୁ ଅଲଗା ହେବା ପରେ ବହୁ ଦିନଧରି ସ୍ଥିର ରହିଥିଲା । ବର୍ତ୍ତମାନ ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି ଯେ, ଦ୍ରୁତ ବାୟୁ ଓ ସମୁଦ୍ର ପ୍ରବାହ ଯୋଗୁ ଏହା ବିଚ୍ଛିନ୍ନ ହୋଇ ଦ୍ରୁତ ବେଗରେ ଆଣ୍ଟାର୍କଟିକ୍ ଉପଦ୍ୱୀପର ଉତ୍ତର ଦିଗକୁ ବଢୁଛି ।

wp:embed {"url":"https://www.prameyanews7.com/himalayas-have-lost-glacier-mass-equal-to-weight-of-570-million-elephant/","type":"wp-embed","providerNameSlug":"prameya-news-7"}
https://www.prameyanews7.com/himalayas-have-lost-glacier-mass-equal-to-weight-of-570-million-elephant/
/wp:embed

ଏହି ବିଶାଳ ହିମଖଣ୍ଡର ଗତି ଦୁର୍ଲଭ, ବୈଜ୍ଞାନିକମାନେ ଏହା ଉପରେ ପୂରା ନଜର ରଖିଛନ୍ତି ବୋଲି ବ୍ରିଟିଶ ଆଣ୍ଟାର୍କଟିକ୍ ସର୍ଭେର ଗ୍ଲାସିୟୋଲଜିଷ୍ଟ୍ ଓଲିଭର ମାର୍ଶ କହିଛନ୍ତି । ଏହାର ବେଗ ବଢ଼ିବା ସହିତ ଏ୨୩ଏ ଆଣ୍ଟାର୍କଟିକ୍ ସର୍କମ୍ପୋଲର ପ୍ରବାହରେ ପ୍ରବେଶ କରିବାର ଆଶା କରାଯାଉଛି, ଯାହା ତାକୁ ହିମଶୈଳ ମାର୍ଗ ମାଧ୍ୟମରେ ଦକ୍ଷିଣ ମହାସାଗର ଅଭିମୁଖେ ନେବ । ଦୀର୍ଘ ଦଶନ୍ଧି ପରେ ଏ୨୩ଏର ଗତିର କାରଣ ବୈଜ୍ଞାନିକମାନେ ଜାଣିପାରି ନାହାନ୍ତି । ମାର୍ଶଙ୍କ ଅନୁମାନ ଯେ ସମୟ ସହିତ ହିମଖଣ୍ଡ ପତଳା ହେବା ଯୋଗୁ ସମୁଦ୍ର ତଳୁ ଉପରକୁ ଉଠିଛି ଏବଂ ପ୍ରବାହ ଦ୍ୱାରା ଆଗକୁ ଗତି କରିବାରେ ସକ୍ଷମ ହୋଇଛି ।

ଏହି ହିମଖଣ୍ଡ ଦକ୍ଷିଣ ଜର୍ଜିୟା ଦ୍ୱୀପରେ ପୁଣି ମିଶିପାରେ, ଯାହା ଦ୍ୱାରା ଉକ୍ତ କ୍ଷେତ୍ରର ବନ୍ୟଜୀବଙ୍କ ପାଇଁ ବିପଦ ସୃଷ୍ଟି ହୋଇପାରେ । ଏ କ୍ଷେତ୍ରରେ ଲକ୍ଷାଧିକ ତିମି, ପେଙ୍ଗୁଇନ୍ ଓ ସାମୁଦ୍ରିକ ପକ୍ଷୀ ପ୍ରଜନନ କରନ୍ତି ଏବଂ ଖାଦ୍ୟ ଅନ୍ୱେଷଣ କରନ୍ତି । କିନ୍ତୁ ବିଶାଳ ହିମଖଣ୍ଡ ଏଠାରେ ସେମାନଙ୍କ ଆଗମନରେ ବାଧକ ହୋଇପାରେ । ୨୦୨୦ ମସିହାରେ ଏ୬୮ ହିମଖଣ୍ଡ ଭଳି ଏହା ଛୋଟ ଛୋଟ ଖଣ୍ଡରେ ଭାଙ୍ଗିବାର ସମ୍ଭାବନା ମଧ୍ୟ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.