ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଭାରତରେ ରହୁଛି ବିଶ୍ୱର ସର୍ବ ବୃହତ୍ତ ପରିବାର, ୧୦୦ ବଖରା ଘରେ ରହୁଛନ୍ତି ସଦସ୍ୟ

19/03/2023 at 7:08 PM

ଆଇଜଲ ୧୯।୩: କୁହାଯାଏ ଛୋଟ ପରିବାର ସୁଖି ପରିବାର। ତେବେ ଆମ ଦେଶରେ ଏପରି ଏକ ପରିବାର ରହୁଛି ଯାହା କେବଳ ବଡ ନୁହେଁ ବିଶ୍ୱର ସର୍ବ ବୃହତ୍ତ ପରିବାର ଭାବେ ଜଣାଯାଏ। ଏହି ପରିବାରର ସଦସ୍ୟଙ୍କ ସଂଖ୍ୟା ୧୮୦ ଓ ସେମାନେ ଏକ ୧୦୦ ବଖରିଆ ଘରେ ବସବାସ କରୁଛନ୍ତି। ଏହି ପରିବାରର ପୁଋଷ, ମହିଳା ଓ ପିଲାଙ୍କ ସଂଖ୍ୟା ମିସି ୧୮୦ରୁ ବି ଅଧିକ। ଏହି ପରିବାରଟି ମିଜୋରାମ ରାଜ୍ୟର ବଟବଙ୍ଗ ଗାଁରେ ବସବାସ କରୁଛି।

ପରିବାରର ମୁଖିଆ ହେଉଛନ୍ତି ଜିଓନା ଚାନା। ଜିଓନାଙ୍କ ୩୯ଜଣ ପତ୍ନୀ ହୋଇଥିବା ବେଳେ ସେମାନଙ୍କର ୯୦ରୁ ଅଧିକ ସନ୍ତାନ ସନ୍ତତି ଅଛନ୍ତି। ଜିଓନାଙ୍କ ପରିବାରରେ ୩୦ ରୁ ଅଧିକ ନାତିନାତୁଣୀ ବି ରହୁଛନ୍ତି। ପରିବାରର ହିସାବ କଲେ ମୋଟ ୧୮୦ ଜଣ ସଦସ୍ୟ ଅଛନ୍ତି। ବଟବଙ୍ଗ ଗାଁରେ ପରିବାରର ଏକ ବହୁତ ବଡ଼ ଘର ଅଛି। ଏହି ଘରର ବଖରା ସଂଖ୍ୟା ପ୍ରାୟ ୧୦୦। ପରିବାର ଲୋକେ କାଠ କାମ କରି ପରିବାରର ଦୈନନ୍ଦିନ ଖର୍ଚ୍ଚ ନିର୍ବାହ କରନ୍ତି।

ବିଶ୍ୱର ଏହି ସର୍ବ ବୃହତ୍ତ ପରିବାର ଲାଗି ୧୦୦ ବଖରାର ଘରେ ଏକ ବୃହତ୍ତ ରୋଷେଇ ଶାଳ ମଧ୍ୟ ରହିଛି। ଯେଉଁଠି ଦୈନିକ ୨୦୦ ଲୋକଙ୍କ ପାଇଁ ଖାଦ୍ୟ ରୋଷେଇ ହୋଇଥାଏ। ଘରର ମହିଳାମାନେ ପରିବାର ଲୋକଙ୍କୁ ଖାଇବାକୁ ଦେବାକୁ  ସକାଳୁ ରୋଷେଇ କାମରେ  ଲାଗିପଡନ୍ତି। ଏହି ପରିବାର ଲାଗି ଦିନକୁ ୨୫ କେଜି ଡାଲି, ୪୫ କେଜି ଚାଉଳ, ୩୦ରୁ ୪୦ଟି କୁକୁଡା, ୬୦ କେଜି ପନି ପରିବା ଓ ଡଜନ ଡଜନ ଅଣ୍ଡା ଆବଶ୍ୟକ ପଡିଥାଏ। ଏହି ପରିବାରର ଲାଗି ଦୈନିକ ରୋଷେଇ ନିମନ୍ତେ ବ୍ୟବହାର ହେଉଥିବା ସାମଗ୍ରୀ ଗ୍ରାମର କୌଣସି ପରିବାରର ୨ ମାସର ଖର୍ଚ୍ଚ ବୋଲି କୁହାଯାଏ।

ଏହି ପରିବାର ଦିନକରେ ୨୦ କେଜି ଫଳ ଖାଇଥାନ୍ତି। ମିଜୋରାମରେ ଯେବେବି ନିର୍ବାଚନ ହୁଏ ଏହି ପରିବାରର  ସଦସ୍ୟ ଗରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ଏଣୁ ନିର୍ବାଚନ ସମୟରେ ଜିଓନାଙ୍କ ପରିବାରକୁ ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ଅଧିକ ଗୁରୁତ୍ୱ  ଦେଇଥାନ୍ତି। ଏହି ପରିବାରର ଭୋଟ ଯେଉଁ ଆଡକୁ ଯାଏ ସେହି ଦଳର ଜିତାପଟ ହୁଏ। ତେବେ ଜିଓନା ଚନା ଏବେ ଆଉ ନାହାନ୍ତି, ତାଙ୍କର ୧୩ ଜୁନ ୨୦୨୧ରେ ପରଲୋକ ହୋଇଥିଲା। ତେବେ ପାରିବାରିକ ମୁଖିଆଙ୍କ ପରଲୋକ ପରେ ବି ପରିବାର ପୂର୍ବ ଭଳି ଏକାର୍ଣ୍ଣବର୍ତ୍ତି ହୋଇ ରହିଛନ୍ତି।

   Related Posts