ସାଧାରଣତଃ ଅଧିକାଂଶ ଲୋକେ କାରରେ ବୁଲିବା ପସନ୍ଦ କରନ୍ତି। ପ୍ରତ୍ୟେକ ମଣିଷ ନିଜ ପାଖରେ ଏକ ଭଲ କାର ରଖିବାକୁ ଚାହେଁ। କାରଣ ପୂରା ପରିବାର ସହ କେବଳ କାରରେ ବୁଲି ହେବ। କିନ୍ତୁ ସମସ୍ତଙ୍କର ଏଭଳି ସ୍ବପ୍ନ ପୂରା ହୋଇନଥାଏ। ତେବେ ଜାଣନ୍ତୁ ଏମିତି ଏକ କାର ବିଷୟରେ ଯାହା ବିଶ୍ବର ସବୁଠୁ ଲମ୍ବା କାର।
{"id":119467,"width":568,"height":426}ଏହି କାରର ନାଁ ହେଉଛି ଲିମୋଜିନ। ଏହି କାର କୌଣସି କମ୍ପାନୀ ବଜାରରେ ବିକ୍ରି କରିପାରିବ କାରଣ ଲିମୋଜିନ କୌଣସି କମ୍ପାନୀର ଗାଡି ନୁହଁ। କାର ମଧ୍ୟରୁ ଲିମୋଜିନ କାର ଏକ ଷ୍ଟାଇଲ ଓ ଭାରିଏଣ୍ଟ। କେବଳ ଲଗ୍ଜରୀ କାର ନିର୍ମାତା କମ୍ପାନୀ ଏହି କାର ଗୁଡିକୁ ଅର୍ଡର ଦେବାରେ ତିଆରି କରନ୍ତି। ଏହି କାରରେ କେଉଁ ଫିଚର ରହିବ, କଣ ଜିନିଷ ଲଗାଯିବ ତାହା ଗ୍ରାହକ ଉପରେ ନିର୍ଭର କରେ।
{"id":119468,"width":591,"height":393}ପ୍ରାୟତଃ ନେତାମାନେ ଏଭଳି ଗାଡିରେ ଯିବା ଆସିବା କରନ୍ତି। ଏକ ଅର୍ଡର ଦ୍ବାରା ଆମେରିକାରେ ଏକ ନିଆରା ଫିଚରର ଲିମୋଜିନ କାର ତିଆରି କରାଯାଇଥିଲା। ଏହି କାରର ଇଂଣ୍ଟରିଅର କୌଣସି ଫାଇଭ ଷ୍ଟାର ହୋଟେଲରୁ କମ ନୁହଁ। ଏହି ଆମେରିକାନ ଡ୍ରିମ କାରରେ ସବୁ ସୁବିଧା ଉପଲବ୍ଧ ଅଛି।
{"id":119470,"width":591,"height":456}ଏହି କାର ଉପରେ ହେଲିକପ୍ଟର ଅବତରଣ କରିବାର ସୁବିଧା ମଧ୍ୟ ଅଛି। କାରର ଲମ୍ବ ପାଖାପାଖି ୧୦୦ ମିଟର୍। କାର ଉପରେ ହେଲିପେଡ ତିଆରି କରାଯାଇଛି। ଏହି ଗାଡିରେ ୨୬ ଟାୟାର ଲାଗିଛି। କାର ପଛରେ ଏକ ସୁଇମିଂ ପୁଲ କରାଯାଇଛି। ଏହି କାରକୁ ଆମେରିକାର ଫେମସ କାର ଡିଜାଇନର ଜୟ ଓହରବର୍ଗ ମଡିଫାଏ କରିଛନ୍ତି।
{"id":119471,"width":588,"height":441}ଲିମୋଜିନ କାରରେ ଡ୍ରାଇଭର ଓ ପାସେଞ୍ଜର ଗୋଟେ ଆଡେ ଥିଲେ ମଧ୍ୟ ସେମାନେ ପରସ୍ପରଙ୍କୁ ଦେଖିପାରନ୍ତି ନାହିଁ। ୧୯୮୦ ଦଶକରେ ତିଆରି ହୋଇଥିବା ଏହି କାରର ନାଁ ଗିନିଜ ବୁକ୍ ଅଫ ୱାଲର୍ଡ ରେକର୍ଡରେ ସାମିଲ କରାଯାଇଛି। ଏହି କାରରେ ଡ୍ରାଇଭିଂ ପାଇଁ ୨ଟି କ୍ୟାବିନ ଅଛି। ଏହି କାରକୁ ସ୍ପିଡ୍ରେ ସିଧା ଚଲାଇବା ସୁବିଧା କିନ୍ତୁ ବୁଲାଇବା ବେଶ କଷ୍ଟକର ହୋଇଥାଏ।