ଇଏ ଦୁନିଆର ସବୁଠାରୁ ଭାରି ଜୀବ , ଲମ୍ବ ୬୫ଫୁଟ୍ ହୋଇଥିବାବେଳେ ଓଜନ ୩ଲକ୍ଷ କିଲୋଗ୍ରାମରୁ ଅଧିକ

Published By : Prameya-News7 Bureau | August 13, 2023 IST

ନୂଆଦିଲ୍ଲୀ 13/08 : ଦୁନିଆରେ ଭାରି ଜୀବମାନଙ୍କ କଥା ଆସିଲେ ମନରେ ସର୍ବ ପ୍ରଥମେ ଡାଇନୋସର କଥା ଆସେ।  କିନ୍ତୁ ଯଦି ଆମେ କହିବୁ ଯେ ପୃଥିବୀରେ ତାଙ୍କ ଅପେକ୍ଷା ଏକ ବଡ଼ ଓଭାରି ଜୀବ ଅଛି?  ଆପଣଙ୍କୁ ହୁଏତ ବିଶ୍ୱାସ ହୋଇନପାରେ। କିନ୍ତୁ ବିଶ୍ୱାସ ତ କରିବାକୁ ପଡ଼ିବ। କାରଣ ବୈଜ୍ଞାନିକ ମାନଙ୍କ ଅନୁସନ୍ଧାନରୁ ଏମିତି କିଛି ତଥ୍ୟ ଆସିଛି ସାମ୍ନାକୁ।

{"id":830420,"width":842,"height":639,"sizeSlug":"full","linkDestination":"none"}

ବୈଜ୍ଞାନିକମାନେ ଯେଉଁ ଜୀବ ବିଷୟରେ କହିଛନ୍ତି, ତାହା ହେଉଛି ବ୍ଲୁ ହ୍ୱେଲର ପୂର୍ବଜ। ଅବଶ୍ୟ,ଏହା ବ୍ଲୁହ୍ୱେଲଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଆଉ ସେହି ଗୋଟିଏ ଜୀବ ହିଁ ଅନେକ ଡାଏନସରର ସହ ସମାନ୍। ଏହି ଜୀବ ବିଷୟରେ ସେତେବେଳେ ଜଣା ପଡ଼ିଲା ଯେତେବେଳେ ଦକ୍ଷିଣ ଉପକୂଳ ନିକଟ ଇକା ମରୁଭୂମିରେ ବୈଜ୍ଞାନିକମାନେ ଏହାର ଅବଶିଷ୍ଟାଂଶ ପାଇଲେ।   ବୈଜ୍ଞାନିକମାନେ ଏହି ଜୀବକୁ ପେରୁସେଟସ୍ କୋଲୋସସ୍ ନାଁ ଦେଇଛନ୍ତି। ବୈଜ୍ଞାନିକମାନେ ଏହି ଜୀବ ଶରୀରର ବିଭିନ୍ନ ଅଂଶ ପାଇଛନ୍ତି। ଏହାର ଅବଶେଷ ଆଧାରରେ ବୈଜ୍ଞାନିକମାନେ କହିଛନ୍ତି ଯେ ପୃଥିବୀର ସମସ୍ତ ଜୀବଙ୍କ ଅପେକ୍ଷା ଏହି ଜୀବ ଅନେକ ଗୁଣରେ ଭାରି ।

{"id":830422,"width":850,"height":476,"sizeSlug":"full","linkDestination":"none"}

ଏହି ଅନୁସନ୍ଧାନର ମୁଖ୍ୟ ଗବେଷକ ଜିଓଭାନି ବିଆନୁଚିଙ୍କ ଅନୁଯାୟୀ , ଏହି ଜୀବର କିଛି ଅବଶିଷ୍ଟାଂଶର ଓଜନ ପ୍ରାୟ 5ରୁ 8 ଟନ୍। ଏହି ଜୀବର ପ୍ରକୃତ ଓଜନ ବିଷୟରେ ଜୋଭାନି କହିଛନ୍ତି ଯେ ଏହା ଅତି କମରେ 340 ଟନ୍ ହୋଇଥିବ ।ଏହାର ଲମ୍ବ ପ୍ରାୟ 20 ମିଟର ହୋଇଥିବ । ଯଦି ଏହାକୁ ଫୁଟ୍  ଏବଂ କିଲୋଗ୍ରାମରେ କୁହାଯାଏ, ତେବେ ଏହାର ଲମ୍ବ 65ଫୁଟ ଏବଂ ଓଜନ 3 ଲକ୍ଷ କିଲୋଗ୍ରାମରୁ ଅଧିକ। ବୈଜ୍ଞାନିକଙ୍କ ଅନୁଯାୟୀ ଏହି ଜୀବମାନେ ପ୍ରାୟ ଚାରି କୋଟି ବର୍ଷ ପୂର୍ବେ ପୃଥିବୀରେ ଥିଲେ। ଏହି ସମୟ ମଧ୍ୟରେ, ପୃଥିବୀରେ ଉପସ୍ଥିତ ଥିବା ଅଧିକାଂଶ ଜୀବ ଥିଲେ ଖୁବ ବଡ଼ ଓ ଭାରି ।

Also Read- ଏହି ସହରରେ ରହିବା ଖାଇବା ସବୁ ଫ୍ରି, କେବଳ ମାନିବାକୁ ପଡ଼ିବ ଏହି ସବୁ ସର୍ତ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.