Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଜର୍ମାନୀରେ ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନର ଚଳାଚଳ ଆରମ୍ଭ

26/08/2022 at 4:02 PM

ନୂଆଦିଲ୍ଲୀ ୨୬/୦୮: ଜର୍ମାନୀରେ ହାଇଡ୍ରୋଜେନ୍‌ ଟ୍ରେନ୍‌।  ବୁଧବାର ଦିନ ଜର୍ମାନୀରେ ବିଶ୍ୱର ପ୍ରଥମ ହାଇଡ୍ରୋଜେନ ଚାଳିତ ଟ୍ରେନର ଉଦଘାଟନ ହୋଇଛି। ଚାରି ବର୍ଷ ପୂର୍ବେ ଏହାର ପରିକ୍ଷଣ ଆରମ୍ଭ ହୋଇଥିଲା। ସବୁଜ ଶକ୍ତି ମାଧ୍ୟମରେ  ପରିବହନ ଦିଗରେ ଏପରି ବ୍ୟବସ୍ଥା ପ୍ରସ୍ତୁତ କରିବାରେ  ଜର୍ମାନୀ  ବିଶ୍ୱର ପ୍ରଥମ ଦେଶ ହୋଇଛି।  ବୁଧବାର ବର୍ଲିନ ଏହି ବ୍ୟବସ୍ଥାର ଓ୍ୱାର୍ଲ୍ଡ ପ୍ରିମିୟର କରିଛି। ଫ୍ରାନ୍ସର ଆଲ୍‌ଷ୍ଟୋମ  କମ୍ପାନୀ  ଜର୍ମାନୀକୁ ଏପରି ୧୪ଟି  ଟ୍ରେନ୍‌ ଯୋଗାଇଛି। ଯାହା କି ଡିଜେଲ ଚାଳିତ ଟ୍ରେନ୍‌ ର ସ୍ଥାନ ନେଇଛି।  ଜର୍ମାନୀର ବକ୍ସହାଭେନ , ବର୍ମରହାଭେନ୍‌,  ବ୍ରେମରଭୋଏର୍‌ଡେ  ଏବଂ ହମ୍‌ବର୍ଗ  ନିକଟ ବକ୍ସଟେହୁଡେକୁ ଯୋଡୁଥିବା ପ୍ରାୟ ୧୦୦୦ କିଲୋମିଟର ଟ୍ରାକରେ ଏହି ଟ୍ରେନ୍‌ ଗୁଡିକ ହାଇଡ୍ରୋଜେନ୍‌ ଇନ୍ଧନରେ ଚାଲିବ। 

ସିଏନଏନ ରିପୋର୍ଟ ଅନୁଯାୟୀ, ରେଳବାଇର ମାଲିକ Landesnahverkehrsgesellschaft Niedersachsen (LVNG) ଏବଂ ଆଲଷ୍ଟମ୍ ମଧ୍ୟରେ ୯୩ ନିୟୁତ ୟୁରୋର ଚୁକ୍ତି ସ୍ୱାକ୍ଷରି ହୋଇଛି।  ୧୪ଟି ଟ୍ରେନ୍ ମଧ୍ୟରୁ ପାଞ୍ଚଟି ବୁଧବାର ଦିନ ଶୁଭାରମ୍ଭ ହୋଇଛି। ସେମାନେ ଧୀରେ ଧୀରେ ବର୍ଷର ଶେଷ ସୁଦ୍ଧା ୧୫ଟି ଡିଜେଲ ଟ୍ରେନ୍ ବଦଳାଇବେ । ଏକ କିଲୋଗ୍ରାମ ହାଇଡ୍ରୋଜେନ ଇନ୍ଧନ ପ୍ରାୟ ୪.୫ କିଲୋଗ୍ରାମ ଡିଜେଲ ଇନ୍ଧନ ସହିତ ସମାନ। ଏହି ଟ୍ରେନ୍ ଗୁଡ଼ିକ କୌଣସି ପ୍ରଦୂଷଣ କରିବ ନାହିଁ। ଅଳ୍ପ ଶବ୍ଦ ସୃଷ୍ଟି କରେ, କେବଳ ବାଷ୍ପ ଏବଂ ବାଷ୍ପୀଭୂତ ଜଳ ନିର୍ଗତ କରେ ।

ଓ୍ୱାଲ୍ଡ ପ୍ରିମିୟରରେ  ଏପରି ଅତ୍ୟାଧୁନିକ  ଟେକ୍ନୋଲୋଜିକୁ  କାର୍ଯ୍ୟକାରୀ  କରାଯାଇପାରିଥିବାରୁ ଗର୍ବିତ ବୋଲି  ଆଲ୍‌ଷ୍ଟୋମ୍‌ ସିଇଓ ହେନରି  ପୌପାର୍ଟ ଲାଫାର୍ଜେ କହିଛନ୍ତି।

   Related Posts