Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତେଲେଙ୍ଗାନାରେ ତିଆରି ହେଉଛି ଦୁନିଆର ପ୍ରଥମ 3D ପ୍ରିଣ୍ଟେଡ ମନ୍ଦିର, ୩୮୦୦ ବର୍ଗ ଫୁଟ ଅଞ୍ଚଳରେ ଚାଲିଛି ନିର୍ମାଣ

1/06/2023 at 11:43 PM

world's first 3d printed temple

ନୂଆଦିଲ୍ଲୀ, ୦୧/୦୬: ତେଲେଙ୍ଗାନାରେ ତିଆରି ହେଉଛି ଦୁନିଆର ପ୍ରଥମ ୩ଡି ପ୍ରିଣ୍ଟେଡ ମନ୍ଦିର। ହାଇଦ୍ରାବାଦର ନିର୍ମାଣ କମାନି ଅପସୁଜା ଇନଫ୍ରାଟେକ୍ ଏବଂ ସିମ୍ପ୍‌ଲିଫୋର୍ଜ କ୍ରିଏସନ ସହାଭାଗିତାରେ ତିଆରି ହେଉଛି ଏହି ୩ଡି ମନ୍ଦିର । ୩,୮୦୦ ବର୍ଗଫୁଟ୍ ସ୍ଥାନରେ ତିଆରି ହେଉଥିବା ଏହି ମନ୍ଦିର ତିନି ଭାଗରେ ବିଭକ୍ତ। ମନ୍ଦିର ସିଦ୍ଦିପେଟର ଗୁରୁଗୁପଲ୍ଲୀରେ ଠା​ରେ ଥିବା ଚାରଭିଥା ମିଡୋ ନାମକ ଏକ ସୁରକ୍ଷିତ ଆବାସିକ ଅଞ୍ଚଳ ଭିତରେ ନିର୍ମାଣ କରାଯାଉଛି। ମନ୍ଦିର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ୩ଡି ଟେକ୍ନୋଲୋଜୀ ଦ୍ବାରା ତିଆରି କରାଯାଉଛି।

ଅପ୍ସୁଜା ଇନଫ୍ରାଟେକ୍‌ର ଏମଡି ହରି କୃଷ୍ଣ ଜିଦିପଲ୍ଲୀ କହିଛନ୍ତି ‘‘ମନ୍ଦିରର ତିନି ଗର୍ଭଗୃହ ନିର୍ମାଣ କରାଯାଇଛି। ଯାହାର ପ୍ରଥମ ଗର୍ଭଗୃହର ଆକାର ମୋଦକ ଭଳି। ଯାହା ଭଗବାନ ଗଣେଣଙ୍କୁ ସମର୍ପିତ। ଦ୍ବିତୀୟ ଗର୍ଭଗୃହ ବର୍ଗାକାର ଆକାର ଏବଂ ଏହା ଭଗବାନ ଶିବଙ୍କୁ ସମର୍ପିତ। ସେହିଭଳି ତୃତୀୟ ଗର୍ଭଗୃହ ପଦ୍ମ ଆକାରର ଏବଂ ଏହା ମାତା ପାର୍ବତୀଙ୍କୁ ସମର୍ପିତ।

ଆହୁରି ପଢ଼ନ୍ତୁ: ପ୍ରଥମ ଓଡ଼ିଆ ଭାବେ ମୃତ୍ୟୁଞ୍ଜୟ ମହାପାତ୍ର ହେଲେ ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନର ଉପାଧ୍ୟକ୍ଷ

ମନ୍ଦିରର ମୋଦକ ଆକରର ଗର୍ଭଗୃହ କାମ ସରିଥିବାବେଳେ ଅନ୍ୟ ଦୁଇ ଗର୍ଭଗୃହର କାମ ଜାରି ରହିଛି। ତେବେ ଏହି ମୋଦକ ଆକାରର ଗର୍ଭଗୃହ ନିର୍ମାଣ କରିବା ସହଜ ନଥିବା ସତ୍ତ୍ବେ ଏହାକୁ ଟିମ୍‌ ୧୦ ଦିନରେ ୬ ଘଣ୍ଟା ମଧ୍ୟରେ ତିଆରି କରିଥିଲେ ବୋଲି କହିଛନ୍ତି ସିମ୍ପଲିଫୋର୍ଜ କ୍ରିଏସନର ସିଇଓ ଧ୍ରୁବ୍‌ ଗାନ୍ଧୀ।

ଆହୁରି ପଢ଼ନ୍ତୁ: ୨୦୨୪ ସୁଦ୍ଧା କର୍ଣ୍ଣାଟକରେ ଆଇଫୋନ୍‌ ତିଆରି ଆରମ୍ଭ କରିବ ଫକ୍ସକନ; ଜୁଲାଇ ସୁଦ୍ଧା ସରିବ ଜମି ହସ୍ତାନ୍ତର ପ୍ରକ୍ରିୟା

ସପଟେ ଶୁକ୍ରବାର ତେଲେଙ୍ଗାନା ଏହାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଆନ୍ଧ୍ରପ୍ରଦେଶ ଠାରୁ ଅଲଗା ହେବା ପରେ ୨୦୧୪ ଜୁନ୍ ୨ରେ ଏହା ଭାରତର ୨୯ ତମ ରାଜ୍ୟ ହୋଇଛି।  

   Related Posts