ଏହି ସାତ ଜଣ ହେଲେ ବିଶ୍ବର ସବୁଠୁ ଦାମୀ ଖଳନାୟକ: ସର୍ବ ପ୍ରଥମରେ ଅଛନ୍ତି ଭାରତୀୟ କଳାକାର
20/08/2019 at 4:06 PM

ମୁମ୍ବାଇ୨୦|୮: ଫିଲ୍ମ ରିଲିଜ ହେବା ପରେ ହିଟ୍ ହେବ କି ନାହିଁ ତାହା କେବଳ ସିନେମାରେ ଥିବା ମୁଖ୍ୟ ଚରିତ୍ରଙ୍କ ଅଭିନୟ ଉପରେ ନିର୍ଭର କରିଥାଏ । ମୁଖ୍ୟ ଚରିତ୍ର କହିଲେ ହିରୋ , ହୀରୋଇନ ଏବଂ ଖଳନାୟକଙ୍କୁ ବୁଝାଇଥାଏ । ତେଣୁ ଫିଲ୍ମ ହିଟ୍ ହେବା ଖଳନାୟକ ଉପରେ ମଧ୍ୟ ନିର୍ଭର କରେ।
କେବେ କେବେ ସିନେମାରେ କିଛି ଭଲ ଶିକ୍ଷା ଦେବା ପାଇଁ ମୁଖ୍ୟ ଭୂମିକାରେ ଖଳନାୟକ ଅଭିନୟ କରେ। ଜଣେ କଳାକାର ଯେ କେବଳ ଅଭିନେତା, ଅଭିନେତ୍ରୀ ବା ମୁଖ୍ୟ ଭୂମିକାରେ ଅଭିନୟ କରେ ତାହା ଭୁଲ। ପ୍ରକୃତ କଳାକାର ସିଏ ଯିଏ ଖଳନାୟକ ଚରିତ୍ରରେ ମଧ୍ୟ ଦର୍ଶକଙ୍କ ଦିଲରେ ରାଜ କରେ। ପରଦାରେ ନଜର ଆସୁଥିବା ସବୁଠୁ ଦାମୀ ଖଳନାୟକଙ୍କ ବିଷୟରେ ଆସନ୍ତୁ ଜାଣିବା ।

୧- ଆମୀର ଖାନ- ଭାରତୀୟ ଅଭିନେତା ଆମୀର ଖାନ ଧୁମ୍୩ ଫିଲ୍ମରେ ପ୍ରଥମ ଥର ପାଇଁ ଖଳନାୟକ ଭାବେ ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ସେ ଅଧିକ ଟଙ୍କା ମଧ୍ୟ ନେଇଥିଲେ। ତାଙ୍କୁ ଏହି ଫିଲ୍ମରେ ଅନେକ ଲାଭ ମିଳିଥିଲା । ଏହା ସହ ଏହି ଫିଲ୍ମରୁ ସେ ୭୦ କୋଟି ଟଙ୍କା ଆୟ କରିଥିଲେ।

୨- ଯୋଶ ବ୍ରେଲିନ- ହଲିଉଡ ଫିଲ୍ମ ଏଭେଂଜର୍ସର ସବୁଠୁ ଦାମି ଓ ଶକ୍ତିଶାଳୀ ଖଳନାୟକ ଥନସର ଭୂମିକାରେ ବ୍ରେଲିନ ନଜର ଆସିଥିଲେ। ଏହି ଚରିତ୍ରରେ ଅଭିନୟ କରିବା ପାଇଁ ତାଙ୍କୁ ୮ ମିଲିୟନ ଡଲାର ଅର୍ଥାତ ୫୭ କୋଟି ଟଙ୍କା ମିଳିଥିଲା।

୩- ଟମ୍ ହିଡିଲ୍ସଟନ୍- ହଲିଉଡ ଫିଲ୍ମ ଏଭେଂଜର୍ସରେ ଖଳନାୟକ ଲୌକିର ଭୂମିକା ସାରା ବିଶ୍ବରେ ପପୁଲାର ଓ ଏହି ଚରିତ୍ରରେ ଅଭିନୟ କରିଥିଲେ ଟମ୍। ଏଥିପାଇଁ ତାଙ୍କୁ ୪୨.୮୦ କୋଟି ଟଙ୍କା ମିଳିଥିଲା।

୪- ଅକ୍ଷୟ କୁମାର- ବଲିଉଡର ପ୍ରତିଷ୍ଠିତ ଅଭିନେତା ଅକ୍ଷୟ କୁମାର ପ୍ରଥମ ଥର ପାଇଁ ସାଉଥ ଇଂଡିୟାନ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଥିବାର ନଜର ଆସିଥିଲେ। ୨୦ ଦିନର ଶୁଟିଂ ପାଇଁ ସେ ୪୦ କୋଟି ଟଙ୍କା ଚାର୍ଜ କରିଥିଲେ।

୫- ଏଣ୍ଡି ସର୍କିସ- ହଲିଉଡ ଅଭିନେତା ଏଣ୍ଡି ଅନେକ ଫିଲ୍ମରେ ଖଳନାୟକ ଚରିତ୍ରରେ ନଜର ଆସିଛନ୍ତି। ଫିଲ୍ମ ବ୍ଲାକ୍ ପାନ୍ଥରରେ କ୍ଲବ୍ ଭୂମିକାରେ ଜବରଦସ୍ତ ଅଭିନୟ କରିଥିଲେ ଏଣ୍ଡ। ଏହି ଫିଲ୍ମ ପାଇଁ ତାଙ୍କୁ ୧୮ କୋଟି ଟଙ୍କା ମିଳିଥିଲା।

୬- ମାଇକେଲ ବି ଜର୍ଡାନ- ଗତ ବର୍ଷ ହିଟ୍ ହୋଇଥିବା ଫିଲ୍ମ ବ୍ଲାକ୍ ପାନ୍ଥରରେ ଭୟଙ୍କର ଖଳନାୟକ ଭାବେ ଏରିକ ଭୂମିକାରେ ନଜର ଆସିଥିଲେ ଅଭିନେତା ମାଇକେଲ। ଏହି ଫିଲ୍ମ ପାଇଁ ତାଙ୍କୁ ୩୨ କୋଟି ଟଙ୍କା ମିଳିଥିଲା।

୭- ଟମ୍ ହାର୍ଡି- ୨୦୧୨ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଡାର୍କ ନାଇଟ୍ ରାଇଜେସ୍ରେ ଶକ୍ତିଶାଳୀ ଖଳନାୟକ ଭାବେ ନଜର ଆସିଥିଲେ ଟମ୍। ଏହି ଫିଲ୍ମ ପାଇଁ ତାଙ୍କୁ ୨୧ କୋଟି ଟଙ୍କା ମିଳିଥିଲା।