vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ବିଶ୍ବର ସବୁଠୁ ଦାମୀ ଜେଲ୍ : ବର୍ଷକୁ ଜଣେ କଏଦୀଙ୍କ ପାଇଁ ଖର୍ଚ୍ଚ ହୁଏ ୯୩ କୋଟି ଟଙ୍କା

23/09/2019 at 3:05 PM

ଜେଲ ନାଁ ଶୁଣିଲେ ପ୍ରଥମେ ମନରେ ଅନେକ ପ୍ରଶ୍ନ ଉଠେ। ସେଠାରେ କଏଦୀ କେମିତି ରୁହନ୍ତି, କଣ ଖାଆନ୍ତି, କଣ କରନ୍ତି, ସବୁ ବ୍ୟବସ୍ଥା କେମିତି ଥିବ, ଏଭଳି ପ୍ରଶ୍ନ ମନକୁ ଆସେ। ହେଲେ କ୍ୟୁବାରେ ଏମିତି ଏକ ଜେଲ୍‌ ଅଛି ଯେଉଁଠି ଏହିସବୁ କଥା ଭାବିବାର ପ୍ରଶ୍ନ ଉଠୁନାହିଁ। କାରଣ ଏଠାରେ ଜଣେ କଏଦୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ। ଏଥିପାଇଁ ସେଠାର ଜେଲ୍‌ ବିଶ୍ବର ସବୁଠୁ ବଡ ଜେଲ୍‌ ବୋଲି କୁହାଯାଏ।

ଏହି ଜେଲର ନାଁ ହେଉଛି ଗୁଆତନାମୋ ବେ କାରାଗାର(Guantanamo Bay Jail)। ଏହି ଜେଲ ଗ୍ବାତାନମୋ ସମୁଦ୍ର ଉପକୂଳରେ ରହିଥିବାରୁ ଜେଲର ନାଁ ଗ୍ବାତନମୋ ବେ ଜେଲ ରଖାଯାଇଛି। ଏହି ଜେଲ୍‌ରେ ପାଖାପାଖି ୪୦ ଜଣ କଏଦୀ ରୁହନ୍ତି। ପ୍ରତି କଏଦୀଙ୍କ ପାଇଁ ବର୍ଷକୁ ୯୩ କୋଟି ଟଙ୍କା ଖର୍ଚ୍ଚ କରାଯାଏ। ୪୦ଜଣ କଏଦୀଙ୍କ ପାଇଁ ଜେଲରେ ଅଛନ୍ତି ୧୮୦୦ ସିପାହୀ। ଅର୍ଥାତ ଜଣେ କଏଦୀଙ୍କୁ ଜଗିଥାନ୍ତି ୪୫ଜଣ ସୈନିକି। ଜେଲର ସୁରକ୍ଷା ଓ ସେନାଙ୍କ ପାଇଁ ଗୋଟେ ବର୍ଷରେ ପାଖାପାଖି ୩୯୦୦ ଟଙ୍କା ଖର୍ଚ୍ଚ ହୁଏ। 
ତେବେ ସମସ୍ତେ ଭାବୁଥିବେ ଏହି ଜୋଲର କଏଦୀମାନଙ୍କୁ ଏତେ ସୁରକ୍ଷା କଣ ପାଇଁ ଦିଆଯାଏ। କାରଣ ଏହି ଜେଲ୍‌ରେ ଥିବା କଏଦୀ ବହୁତ ଭୟଙ୍କର ହୋଇଥାନ୍ତି। ମିଡିଆ ରିପୋର୍ଟ ଅନୁସାରେ ୯/୧୧ ହମଲାର ମାଷ୍ଟମାଇଣ୍ଡ ଖାଲିଦ ଶେଖ ମହମ୍ମଦ ମଧ୍ୟ ଏହି ଜେଲରେ ବନ୍ଦ ରହିଛି। 

ଏହି ଜେଲରେ ୨ଟି ଗୁପ୍ତ ମୁଖ୍ୟାଳୟ ଓ ତିନୋଟି ଡାକ୍ତରଖାନା ରହିଛି। ଏହା ବ୍ୟତୀତ ଏଠାରେ ଓକିଲଙ୍କ ପାଇଁ ଅଲଗା ଅଲଗା କମ୍ପାଉଣ୍ଡ ତିଆରି କରାଯାଇଛି। ଏଠାରେ କଏଦୀଙ୍କ ପାଇଁ ଚର୍ଚ୍ଚ ଓ ସିନେମା ବ୍ୟବସ୍ଥାର ସୁବିଧା ମଧ୍ୟ କରାଯାଇଛି। କେବଳ ସେତିକି ନୁହେଁ ଏଠାରେ ଜିମ୍‌ ଏବଂ ପ୍ଲେ ଷ୍ଟେସନର ସୁବିଧା ମଧ୍ୟ ରହିଛି।

ପୂର୍ବରୁ ଗ୍ବାତାନମୋ ବେ ରେ ଆମେରିକାର ନେଭି ବେସ ଥିଲା, ହେଲେ ପରେ ଏହାକୁ ଡିଟେନ୍‌ସନ ସେଣ୍ଟର କରାଯାଇଥିଲା।

   Related Posts