ଦୁନିଆର ସବୁଠୁ ବଡ଼ ବରଫଖଣ୍ଡ: ୩୦ ବର୍ଷ ପରେ ଭାଙ୍ଗିବାରେ ଲାଗିଛି, ନ୍ୟୁୟର୍କ ସହରଠୁ ତିନିଗୁଣ ବଡ଼ ହିମଖଣ୍ଡ

Published By : Prameya-News7 Bureau | December 01, 2023 IST

ନୂଆଦିଲ୍ଲୀ ୩୦/୧୧: ସମୁଦ୍ରରେ ବିଶାଳକାୟ ବରଫଖଣ୍ଡ। ଭାସମାନ୍ ବିଶାଳ ବରଫଖଣ୍ଡ ହୋଇଛି ବଡ଼ ବିପଦ। କାରଣ ଦୁନିଆର ସବୁଠୁ ବଡ଼ ହିମଖଣ୍ଡ। ୩୦ ବର୍ଷରୁ ଅଧିକ ସମୟ ସମୁଦ୍ରରେ ସ୍ଥିର ରହିବା ପରେ ଏବେ ଏହା ଆଗକୁ ବଢ଼ୁଛି। A23a ନାମକ ଏହି ଆଇସବର୍ଗ 1986ରେ ଆଣ୍ଟାର୍କଟିକ୍ ଉପକୂଳରୁ ବିଚ୍ଛିନ୍ନ ହୋଇଥିଲା। ପରେ  ଏହା ଆଣ୍ଟାର୍କଟିକର ୱେଡେଲ ସାଗରରେ ବୁଡ଼ି ଯାଇ ପାଲଟିଥିଲା ବରଫର ଦ୍ୱୀପ। ଆୟତନ ବା ଆକାର ୪୦୦୦ ବର୍ଗ କିଲୋମିଟର।  A23a ନାମକ ଏହି ଆଣ୍ଟାର୍କଟିକ୍ ହିମଖଣ୍ଡ ଦୁନିଆର ସର୍ବ ପୁରାତନ ଆଇସବର୍ଗ ମଧ୍ୟରୁ ଗୋଟିଏ।

{"id":877283,"width":729,"height":386,"sizeSlug":"full","linkDestination":"none"}

ବ୍ରିଟିଶ ଆଣ୍ଟାର୍କଟିକ୍ ସର୍ଭେର ରିମୋଟ ସେନ୍ସିଂ ବିଶେଷଜ୍ଞ ଡାକ୍ଟର ଆଣ୍ଡ୍ରିୟୁ ଫ୍ଲେମିଙ୍ଗଙ୍କ ତଥ୍ୟ କୁହେ A23a ର କଥା। ଏହା ପ୍ରାୟ ୪ ଦଶନ୍ଧି ପୂର୍ବରୁ ସମୁଦ୍ରରେ ସ୍ଥିର ହୋଇ ରହିଥିଲା। କିନ୍ତୁ ଧୀରେ ଧୀରେ ଏହାର ଆକାରରେ ହ୍ରାସ ପାଇବାରେ ଲାଗିଛି। ପ୍ରାରମ୍ଭରେ ଚିନ୍ତା କରାଯାଉଥିଲା ଯେ ବରଫର ଏହି ବିଶାଳ ସ୍ଲାବରେ ଜଳର ତାପମାତ୍ରାରେ ସମ୍ଭାବ୍ୟ ପରିବର୍ତ୍ତନ ହୋଇଥାଇପାରେ। ଯାହା ହୁଏତ ଏହାକୁ ସୃଷ୍ଟି କରିଥାଇପାରେ ।  କିନ୍ତୁ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଏହା ଆଗକୁ ଯିବାର ସମୟ ଆସିଛି ।

{"id":877284,"width":736,"height":490,"sizeSlug":"full","linkDestination":"none"}

ବିଶେଷଜ୍ଞମାନେ କହିଛନ୍ତି ଯେ ଉତ୍ତାପ ସତ୍ତ୍ବେ ଏହି ଆକାରର ଏକ ବରଫ ଖଣ୍ଡ ଦକ୍ଷିଣ ମହାସାଗରରେ ଦୀର୍ଘ ସମୟ ଧରି ସେହିପରି ଅବସ୍ଥାରେ ରହିବାକୁ ସକ୍ଷମ ଅଟେ। ଏହା ଦକ୍ଷିଣ ଆଫ୍ରିକା ଆଡକୁ ମଧ୍ୟ ଗତି କରିପାରେ । ଯେଉଁଠାରେ ଏହା ସାମୂହିକ ମାଲ  ପରିବହନ କ୍ଷେତ୍ରରେ ବାଧା ସୃଷ୍ଟି କରିବ । ଏହା ମଧ୍ୟ ସମ୍ଭବ ଯେ ଦକ୍ଷିଣ ଜର୍ଜିଆ ଦ୍ୱୀପରେ ଧକ୍କା ହୋଇ ଏହି A23a ହିମଖଣ୍ଡ ନଷ୍ଟ ହୋଇଯାଇପାରେ। ଏହା ମଧ୍ୟ ଆଣ୍ଟାର୍କଟିକାରେ ବାସ କରୁଥିବା ଲକ୍ଷ ଲକ୍ଷ ସିଲ୍, ପେଙ୍ଗୁଇନ୍ ଏବଂ ସମୁଦ୍ର ପକ୍ଷୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଛି । ବୈଜ୍ଞାନିକମାନେ କହିଛନ୍ତି ଯେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ପରେ ଏପରି ଘଟିଛି ଯେ ବିଶ୍ଵର ସବୁଠୁ ବଡ ଆଇସବର୍ଗ ଖସି ଖସି ଯାଉଛି ।

wp:html /wp:html

ଆଇସବର୍ଗ ପରିବେଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆମେରିକାର ଉଡ୍ସ-ହୋଲ୍ ଓସେୟନୋଗ୍ରାଫିକ୍ ଅନୁଷ୍ଠାନର ଡକ୍ଟର କ୍ୟାଥରିନ୍ ୱାକରଙ୍କ ଅନୁଯାୟୀ, ଏହି ଆଇସବର୍ଗଗୁଡ଼ିକ ଅନେକାଂଶରେ ଜୀବନ ପ୍ରଦାନ କରନ୍ତି। ଅନେକ ଜୈବିକ କାର୍ଯ୍ୟକଳାପର ଏହା ହେଉଛି ମୌଳିକ ବିନ୍ଦୁ । ଆଇସବର୍ଗ ତରଳିବା ସହିତ ସେମାନେ ଖଣିଜ ଧୂଳି ମୁକ୍ତ କରନ୍ତି, ଯାହା ସାମୁଦ୍ରିକ ଖାଦ୍ୟ ଶୃଙ୍ଖଳ ମୂଳରେ ଜୀବମାନଙ୍କ ପାଇଁ ପୁଷ୍ଟିକର ଉତ୍ସ ଭାବରେ କାର୍ଯ୍ୟ କରିଥାଏ। ତଥାପି ସମସ୍ତ ଆଇସବର୍ଗ ଶେଷରେ ତରଳିବା ଏବଂ ବିଚ୍ଛିନ୍ନ ହେବା ଥୟ। ଏହାମ ମଧ୍ୟ ବିଶ୍ୱ ତାପାୟନ ଆଡ଼କୁ ଆଙ୍ଗୁଳି ଉଠାଏ। ପ୍ରକୃତିର ଏହି ପ୍ରକ୍ରିୟା କଣ ପ୍ରଭାବ ପାକାଇବ ତାହା ଆଗାମୀ ସମୟ କହିବ।

Also Read- ବାରୁଦର ଗନ୍ଧ, ଧୂଆଁର ଚାଦର… ଘଣ୍ଟାକରେ ୨୯ ମୃତ: ସପ୍ତାହେ ଶାନ୍ତି ପରେ ଗାଜାରେ ପୁଣି ରକ୍ତର ଖେଳ ଆରମ୍ଭ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.