ବିଶ୍ବର ସବୁଠୁ ସୁନ୍ଦର କିନ୍ତୁ ଭୟଙ୍କର ଝିଅ, ଯାହା ଶରୀର ଦେଖି ଡରନ୍ତି ଲୋକେ
16/06/2019 at 4:42 PM

ଜୁଲିୟା ୱିନ୍ସ ନାମକ ଜଣେ ଯୁବତୀ ବିଶ୍ବର ସବୁଠୁ ସୁନ୍ଦର ନାରୀ ଭାବେ ପରିଚିତ ସତ କିନ୍ତୁ ଏହା ସହ ସେ ଖୁବ୍ ଭୟଙ୍କର।ଦେଖିବାକୁ ଜୁଲିୟା କୌଣସି କଣ୍ଡେଇଠୁ କମ୍ ନୁହନ୍ତି। କଣ୍ଡେଇ ଭଳି ଏହି ଯୁବତୀଙ୍କୁ ଅଧିକାଂଶ ଲୋକ ଡରନ୍ତି କାରଣ ସେ ଜଣେ ବଡି ବିଲ୍ଡର।

ତାଙ୍କୁ ଅସୁବିଧାରେ ପକାଉଥିବା ଲୋକଙ୍କ ହାଡ ଗଣ୍ଠି ଗୋଟେ ମିନଟ୍ ମଧ୍ୟରେ ଭାଙ୍ଗି ଚୁର୍ମାର୍ କରିଦିଅନ୍ତି ଜୁଲିୟା। ରୁଷ୍ର ନାମି ବଡି ବିଲ୍ଡରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜୁଲିୟା।

୧୯୯୬ ମସିହା ମେ ମାସ ୨୧ ତାରିଖରେ ଜୁଲିୟାଙ୍କ ଜନ୍ମ ରୁଷ୍ରେ ହୋଇଥିଲା। ବଡି ବିଲ୍ଡିଂ ବ୍ୟତୀତ ଜୁଲିୟା ଫ୍ୟାସନ ମଡେଲିଂ ମଧ୍ୟ କରନ୍ତି । ତାଙ୍କ ଫଟୋ ଦେଖି ଅନେକ ଲୋକ ତାଙ୍କୁ ପସନ୍ଦ କରନ୍ତି। ଏକ ସାକ୍ଷାତକାରରେ ଜୁଲିୟା କହିଥିଲେ ଯେ, ତାଙ୍କର ଏହି ଭାରି ଶରୀର ଦେଖି ଲୋକେ ତାଙ୍କ ମଜା ଉଡାନ୍ତି କିନ୍ତୁ ଅନେକ କମ୍ପିଟିସନରେ ବିଜେତା ହୋଇ ସେ ଲୋକଙ୍କ ପାଟି ଚୁପ୍ କରାଇଥିଲେ।

ତାଙ୍କ ବିଜୟ ଦେଖି ମଡେଲିଂ କରୁଥିବା ଲୋକେ ତାଙ୍କ ଫ୍ୟାନ ହୋଇଥିଲେ। ଜୁଲିୟା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି। ସୋସିଆଲ ମିଡିଆରେ ତାଙ୍କର ୯ ଲକ୍ଷ ଫଲୋଅର୍ସ ଅଛନ୍ତି । ଜୁଲୟା ତାଙ୍କ ସୌନ୍ଦର୍ଯ୍ୟ ଓ ଶରୀର ପାଇଁ ଲୋକଙ୍କ ଗହଣରେ ଚର୍ଚ୍ଚାରେ ରୁହନ୍ତି।