Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆସିଲା UWW, ଭାରତୀୟ କୁସ୍ତି ସଂଘକୁ ସସ୍‌ପେଣ୍ଡ କରିବା ନେଇ ଦେଲା ଚେତାବନୀ !

30/05/2023 at 11:05 PM

ନୂଆଦିଲ୍ଲୀ: ପ୍ରାୟ ଏକ ମାସ ଧରି କୁସ୍ତିଯୋଦ୍ଧାଙ୍କ ଧାରଣା ଜାରି ରହିଛି, ଯାହାର ସମାଧାନ ବର୍ତ୍ତମାନ ସୁଦ୍ଧା ବାହାରି ପାରି ନାହିଁ । ନିକଟରେ ଦିଲ୍ଲୀ ପୋଲିସ କୁସ୍ତିଯୋଦ୍ଧାଙ୍କୁ ଜନ୍ତର ମନ୍ତରରୁ ହଟାଇ ଦେଇଛି । କୁସ୍ତିଯୋଦ୍ଧାଙ୍କ ପଦକ ବିସର୍ଜନ ଘୋଷଣା ପରେ ମଙ୍ଗଳବାର ଦିନ ତମାମ ଏହା ଚର୍ଚ୍ଚାର କେନ୍ଦ୍ରରେ ରହିଥିଲା । ସରକାରଙ୍କୁ ୫ ଦିନର ସମୟ ଦିଆଯାଇଛି । ଏହାରି ଭିତରେ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛି ୟୁନାଇଟେଡ୍ ୱାଲର୍ଡ ରେସଲିଂ । କୁସ୍ତିଯୋଦ୍ଧାଙ୍କ ସର୍ବୋଚ୍ଚ ସଂସ୍ଥା ୟୁଡବ୍ଲୁଡବ୍ଲୁ ଭାରତୀୟ କୁସ୍ତି ସଂଘକୁ ନିଲମ୍ୱନ କରିବା ନେଇ ଧକମ ଦେଇଛି । ଉଲ୍ଲେଖଯୋଗ୍ୟ ଯେ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ଏବଂ ବିଜେପି ସାଂସଦ ବୃଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣ ଦେଉଛନ୍ତି ।

ୟୁନାଇଟେଡ ୱାଲର୍ଡ ରେସଲିଂ ମଙ୍ଗଳବାର ବୟାନ ଜାରି କରି ପୋଲିସ କାର୍ଯ୍ୟାନୁଷ୍ଠାନ ଏବଂ କୁସ୍ତିଯୋଦ୍ଧାଙ୍କୁ ହେପାଜତକୁ ନିଆଯିବା ଘଟଣାର ନିନ୍ଦା କରିଛି । ମେ ୨୮ରେ ପୋଲିସ ଜନ୍ତର ମନ୍ତରରୁ ୧୦୦ରୁ ଅଧିକ ମହିଳା-ପୁରୁଷ କୁସ୍ତିଯୋଦ୍ଧା ଏବଂ ସେମାନଙ୍କ ସମର୍ଥକଙ୍କୁ ହେପାଜତକୁ ନେଇଥିଲା । ତେବେ ବିଳମ୍ୱିତ ସଂଧ୍ୟାରେ ଖେଳାଳିମାନଙ୍କୁ ଛାଡ଼ି ଦିଆଯାଇଥିଲା ।

ୟୁଡବ୍ଲୁଡବ୍ଲୁ କହିଛି ଯେ ନିକଟରେ ଘଟିଥିବା ଘଟଣା ଚିନ୍ତାଜନକ ଅଟେ । କୁସ୍ତିଯୋଦ୍ଧାଙ୍କୁ ପୋଲିସ ହେପାଜତକୁ ନିଆଯିବା ଆହୁରି ଅଧିକ ଚିନ୍ତାଜନକ । ୟୁଡବ୍ଲଡବ୍ଲୁ କୁସ୍ତିଯୋଦ୍ଧାଙ୍କ ସହ ଏଭଳି ବ୍ୟବହାରକୁ ନିନ୍ଦା କରିଛି । ଏହାସହ ଏବେ ଯାଏ କରାଯାଇଥିବା ତଦନ୍ତ ଉପରେ ନିରାଶ ବ୍ୟକ୍ତ କରିଛି । ମାମଲାର ନିରପେକ୍ଷ ତଦନ୍ତ ପାଇଁ ୟୁଡବ୍ଲୁଡବ୍ଲୁ ସମ୍ୱନ୍ଧିତ ଅଧିକାରୀଙ୍କୁ ଆଗ୍ରହ କରିଛି । ଏହାସହ ୪୫ ଦିନ ଭିତରେ ଭାରତୀୟ କୁସ୍ତି ସଂଘର ନିର୍ବାଚନ ନହେଲେ ସଂଘକୁ ନିଲମ୍ୱନ କରାଯାଇ ପାରେ ବୋଲି ଚେତାବନୀ ଦେଇଛି ।

ALSO READ:ଗଙ୍ଗାରେ କୁସ୍ତିଯୋଦ୍ଧାଙ୍କ ପଦକ ବିସର୍ଜନ ଘୋଷଣା ପରେ ଉଠିଲା ପ୍ରଶ୍ନ, ଗଙ୍ଗା ସଭାର ବିରୋଧ; ସରକାରଙ୍କୁ ୫ ଦିନର ସମୟ

   Related Posts