ବିଶ୍ୱର ସବୁଠୁ ଖରାପ କ୍ରିକେଟର ! ବୋଲିଂ ଆକ୍ସନ ଦେଖିଲେ ହୋଇଯିବେ ତାଜୁବ

Published By : Prameya-News7 Bureau | June 24, 2022 IST

ନୂଆଦିଲ୍ଲୀ ୨୪/୦୬: କ୍ରିକେଟରେ ଅନେକ ସମୟରେ ବିଭିନ୍ନ ବୋଲରଙ୍କ ବୋଲିଂ ଆକ୍ସନ ଚର୍ଚ୍ଚାରେ ରହିଥାଏ । ଫ୍ୟାନ୍ସ ଓ ଯୁବ କ୍ରିକେଟର କିଛି ଜସପ୍ରିତ ବୁମରାହ, ଡେଲ୍ ଷ୍ଟେନ୍, ବ୍ରେଟ୍ ଲି ଆଦି ବୋଲରଙ୍କ ଆକ୍ସନକୁ ନକଲ କରିଥାନ୍ତି । ଏବେ କିନ୍ତୁ ଇଂଲଣ୍ଡରେ ଭିଲେଜ୍ କ୍ରିକେଟ୍ ଖେଳୁଥିବା ବୋଲର ଜଜ୍ ମ୍ୟାକମେନେମିଙ୍କ ବୋଲିଂ ଆକ୍ସନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବୋଲିଂ ବେଳେ କରନ୍ତି ଡ୍ୟାନ୍ସ

ମ୍ୟାକମେନେମି ବିଶ୍ୱର ସବୁଠୁ ଖରାପ କ୍ରିକେଟର ଭାବେ ପରିଗଣିତ ହୁଅନ୍ତି । ତାଙ୍କ ବୋଲିଂ ଆକ୍ସନ ଖୁବ୍ ଅଜବ ଅଟେ । ସେ ବୋଲିଂ କଲାବେଳେ ନାଚ କରନ୍ତି ତାପରେ କିଛି ଷ୍ଟେପ୍ ଆଗକୁ ଯାଇ ହାତ ବୁଲାଇ ବଲ୍ ପିଙ୍ଗିଥାନ୍ତି । ଏହାଦ୍ୱାରା ବ୍ୟାଟର୍ ବଲକୁ ଠିକ୍ ଭାବେ ବୁଝିପାରି ନଥାନ୍ତି ।

wp:html /wp:html

ସେ ନିଜର ବୋଲିଂ ଆକ୍ସନ ଭିଡିଓ ସେୟାର କରି ଲେଖିଛନ୍ତି ଯେ, ବନ୍ଧୁମାନେ । ମୁଁ ମୁର୍ଖ ହୋଇପାରେ  । ମୁଁ ବିଶ୍ୱର ସବୁଠୁ ଖରାପ କ୍ରିକେଟର ହୋଇପାରେ । କିନ୍ତୁ କ୍ରିକେଟ୍ ମୋର ଜୀବନ ରକ୍ଷା କରିଛି । ମୋତେ ମାନସିକ ଭାବେ ସୁସ୍ଥ ରଖିଛି । ମୋତେ ପୁଣି ଥରେ ଖୁସି ରଖିବା ପାଇଁ ଏକ ମଞ୍ଚ ଦେଇଛି । ମୋର ମାଆ ସ୍ୱର୍ଗରେ ବହୁତ ଗୌରବ ଅନୁଭବ କରୁଥିବେ । କ୍ରିକେଟ୍ ଆଇ ଲଭ୍ ୟୁ ।

ମ୍ୟାକମେନେମିଙ୍କ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ସାଇମନ୍ ଜନ୍ସ ଲେଖିଛନ୍ତି ଯେ, ବହୁତ ଭଲ ଜଜ୍ । ଏହାପରେ ଜଜ୍ ଏଥିରେ ରିପ୍ଲାଏ ଦେଇ ଜନ୍ସଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.