ବରକୁ ୧୦୦, କନ୍ୟାକୁ ୯୬: ବାହା ହେଲେ ଦ୍ୱିତୀୟ ବିଶ୍ୱଯୁଦ୍ଧର ହିରୋ

Published By : Prameya-News7 Bureau | June 08, 2024 IST

Wion

ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱଯୁଦ୍ଧର ହିରୋ ହରୋଲ୍ଡ ଟେରେନ୍ସଙ୍କ ବିବାହକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା। ଆମେରିକାରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାମିଲ ହୋଇଥିବା ହରୋଲ୍ଡ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ହରୋଲ୍ଡ ଟେରେନ୍ସଙ୍କୁ ୧୦୦ ବର୍ଷ ବୟସ। ସେ ତାଙ୍କର ୯୬ ବର୍ଷିୟା ଗର୍ଲଫ୍ରେଣ୍ଡ ଜୀନ ସ୍ୱଲିନଙ୍କୁ ବିବାହ କରିଛନ୍ତି।

ହରୋଲ୍ଡ ଟେରେନ୍ସଙ୍କ ଜୀବନର ଗତିକୁ ବଦଳାଇ ଦେଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ସେହି ସମୟରେ ହରୋଲ୍ଡଙ୍କ ସମେତ ଅଳ୍ପ କିଛି ଲୋକ ଉଦ୍ଧାର ହୋଇଥିଲେ। ବହୁ ବର୍ଷ ପରେ ନର୍ମାଣ୍ଡିରେ ଯୁଦ୍ଧ ବନ୍ଦୀମାନଙ୍କ ସହ ସ୍ବେଚ୍ଛାକୃତ ଭାବରେ ବିତାଇଥିବା ସମୟ ପାଇଁ ଡି-ଡେ ଲ୍ୟାଣ୍ଡିଂର ୮୦ ତମ ବାର୍ଷିକୀରେ ତାଙ୍କୁ ସମ୍ମାନିତ କରାଯାଇଛି।

ଏହା ପରେ ସେ ଜୁନ୍ ୮ରେ ଉଭୟେ ପରସ୍ପରକୁ ବିବାହ କରିଛନ୍ତି। ଆଉ ମ୍ୟାରେଜ ପାଇଁ ବାଛିଛନ୍ତି ଫ୍ରାନ୍ସର ସେହି ସମୁଦ୍ର କୂଳ, ଯେଉଁଠାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହଜାର ହଜାର ଆମେରିକୀୟ ସୈନିକ ଏକାଠି ହୋଇଥିଲେ। ଟେରେନ୍ସ କହିଛନ୍ତି ଯେ ତାଙ୍କର ଦୀର୍ଘ ଜୀବନର ରହସ୍ୟ ହେଉଛି ସକରାତ୍ମକତା ଏବଂ ପ୍ରେମ। ଏହା ଏପରି ଏକ ପ୍ରେମ କାହାଣୀ ଯାହା ଆପଣ ପୂର୍ବରୁ ଶୁଣି ନାହାଁନ୍ତି। ଟେରେନ୍ସ ୧୮ ବର୍ଷ ହୋଇଥିବା ବେଳେ ଜାପାନ ଆମେରିକାର ନାଭାଲ ବେସ ଉପରେ ବୋମାମାଡ଼ କରିଥିଲା ଜାପାନ।

ଟେରେନ୍ସ କହିଛନ୍ତି ଯେ ସେ ୧୯ ବର୍ଷ ବୟସରେ ସେନାରେ ଯୋଗ ଦେଇଥିଲେ ଏବଂ ରେଡିଓ ଅପରେଟର ଟେକ୍ନିସିଆନ ଭାବରେ କାର୍ଯ୍ୟଋତ ଥିଲେ। ସେ ଜାହାଜର ପୋର୍ଟିଂ କରିବା ଠାରୁ ଆରମ୍ଭ କରି ବନ୍ଦୀମାନଙ୍କୁ ସେମାନଙ୍କର ମନୋବଳ ବଢାଇବାରେ ସାହାଯ୍ୟ କରିଥିଲେ। ସେହିପରି ଅପରେସନ୍ ନର୍ମାଣ୍ଡି ସମୟରେ ଟେରେନ୍ସଙ୍କ କମ୍ପାନୀ ୬୦ ବିମାନରୁ ଅଧା ନିଖୋଜ ହୋଇଗଲା। ସେ ଜର୍ମାନରେ ଥିବା ବନ୍ଦୀ ଏବଂ ସହଯୋଗୀ ସୈନ୍ୟମାନଙ୍କୁ ଇଂଲଣ୍ଡ ନେବାରେ ସାହାଯ୍ୟ କରିଥିଲେ। 

ପତ୍ନୀ ସ୍ୱଲିନ କହିଛନ୍ତି, "ଟେରେନ୍ସ ଜଣେ ମଜାଳିଆ ବ୍ୟକ୍ତି। ସେ ତାରିଖ ଏବଂ ସ୍ଥାନ ସମେତ ଏହି ସମସ୍ତ ଘଟଣାକ୍ରମକୁ ମନେ ରଖିଛନ୍ତି।" ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ହରୋଲ୍ଡ ଘରକୁ ଫେରି ଥେଲମାଙ୍କୁ ବିବାହ କରିଥିଲେ। ତାଙ୍କର ତିନୋଟି ସନ୍ତାନ ଥିଲେ। ଏହା ପରେ, ଟେରେନ୍ସ ଏକ ବ୍ରିଟିଶ କମ୍ପାନୀରେ ମଧ୍ୟ କାର୍ଯ୍ୟ କରିଥିଲେ, ଯେଉଁଠାରୁ ଅବସର ନେବା ପରେ ସେ ଫ୍ଲୋରିଡାରେ ରହୁଛନ୍ତି।

୨୦୧୮ରେ ଥେଲମାଙ୍କର ମୃତ୍ୟୁ ହୋଇଥିଲା। ତା’ପରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ସ୍ୱଲିନଙ୍କ ସହିତ ପରିଚିତ କରାଇଥିଲେ, ଯିଏ ବିଧବା ଥିଲେ। ଦୁହିଁଙ୍କର ପ୍ରଥମ ଦେଖାରୁ ପ୍ରେମ ଆରମ୍ଭ ହୋଇଥିଲା ଓ ପରେ ଏକାଠି ରହିବାକୁ ଯୋଜନା କରିଥିଲେ। ବାକି ଜୀବନ ଖୁସିରେ ବିତାଇବା ପାଇଁ ସେ ଇଶ୍ୱରଙ୍କୁ ପ୍ରାର୍ଥନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.