ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବିଶ୍ୱ ଶାଗୁଣା ସୁରକ୍ଷା ସଚେତନତା ଦିବସ ପାଳିତ; ଇଜପ୍ଟିଆନ୍ ଶାଗୁଣା ସୁରକ୍ଷା ପାଇଁ କରିବାକୁ ବନ ବିଭାଗକୁ ସ୍ମାରକ ପତ୍ର ପ୍ରଦାନ

4/09/2022 at 5:31 PM

ବ୍ରହ୍ମପୁର ୦୪/୦୯ : ସେପ୍ଟେମ୍ବର ମାସର ପ୍ରଥମ ଶନିବାରକୁ ବିଶ୍ବ ଶାଗୁଣା ଦିବସ ଭାବେ ପାଳନ କରାଯାଏ। ଗୋଟିଏ ପଟେ ଶାଗୁଣା ପ୍ରଜାତିର ପକ୍ଷୀ ବିଲୁପ୍ତ ହେବା ଅନ୍ଯପଟେ ଇଜପ୍ଟିଆନ୍ ଶିଗୁଣାଙ୍କ ଆର୍ବିଭାବ। ଏଭଳି ପକ୍ଷୀ ପାଇଁ ପକ୍ଷୀପ୍ରେମୀ ଖୁସି ହୋଇଥିବା ବେଳେ ଏହାର ସୁରକ୍ଷା ଏବେ ବନ ବିଭାଗ ପାଇଁ ଚ୍ଯାଲେଞ୍ଜ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲାରେ ପକ୍ଷୀ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଆଞ୍ଚଳିକ ବିକାଶ ପରିଷଦ ଦ୍ୱାରା ବିଶ୍ୱ ଶାଗୁଣା ସୁରକ୍ଷା ସଚେତନତା ଦିବସ ପାଳିତ ହୋଇଛି l ପ୍ରତିବର୍ଷ ସେପ୍ଟେମ୍ବର ମାସ ପ୍ରଥମ ଶନିବାରରେ ବିଶ୍ୱ ବ୍ୟାପି ଶାଗୁଣା ସୁରକ୍ଷା ପାଇଁ ଦିନଟି ସମର୍ପିତ l ସାରା ବିଶ୍ୱରେ ବର୍ତ୍ତମାନ ଶାଗୁଣା ବଂଶ ବିଲୁପ୍ତ ପ୍ରାୟ ହେବାକୁ ବସିଲାଣି। ଏବେ ପ୍ରାୟ ୯୯ ପ୍ରତିଶତ ଶାଗୁଣା ବିଲୁପ୍ତ। ଭାରତରେ ୯ଟି ପ୍ରଜାତିର ଶାଗୁଣା ଦେଖାଯଉଥିବା ବେଳେ ଅଧିକାଂଶ ପ୍ରଜାତି ବିଲୁପ୍ତ ପ୍ରାୟ l

ପ୍ରକୃତି ପ୍ରେମୀଙ୍କ ପାଇଁ ଖୁସିର ବିଷୟ ହେଉଛି  ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ପାଲୁର ହିଲ ଅଞ୍ଚଳରେ ପ୍ରାୟ ୨୦ଟି ବିଲୁପ୍ତ ଇଜିପ୍ଟିଆନ ଶାଗୁଣା ଦେଖା ଯାଇଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏମାନେ ପାଖରେ ଥିବା ଗାଁ ପାହାଡ଼ରେ ରହୁଛନ୍ତିl ଆଞ୍ଚଳିକ ପରିଷଦ ସଙ୍ଗଠନର ଅନୁସନ୍ଧାନ ଅନୁସାରେ ଶାଗୁଣା ବଂଶ କ୍ରମଶଃ ବଢ଼ି ସେମାନଙ୍କ ମଧ୍ୟରୁ ଆଠଟି ଛୁଆ ଓ ୧୨ ଟି ବୟସ୍କ ଅଛନ୍ତି l ଏହି ପ୍ରଜାତିର ଶାଗୁଣା ୨୦୧୩ରେ ପ୍ରଥମେ ଚିକିଟି ଅଞ୍ଚଳରେ ଦେଖାଯାଇଥିଲା। ପୁଣି ୨୦୧୬ ମସିହାରେ ତୋତୋଡ଼ାପଲ୍ଲୀ ପାଖ ଅଞ୍ଚଳରେ ୧୦ଟି ଶାଗୁଣା ଚିହ୍ନଟ କରା ଯାଇଥିଲା। ବର୍ତ୍ତମାନ ଗଣନା ଅନୁସାରେ ସେମାନଙ୍କ ସଂଖ୍ୟା ୧୦ରୁ ବଢ଼ି ୨୦ରେ ପହଞ୍ଚିଛି। ଯାହାକି  ପରିବେଶ ଓ ପ୍ରକୃତି ପାଇଁ ଶୁଭଙ୍କର ବିଷୟ। କିନ୍ତୁ ଜନବସତି ଥିବାରୁ ଖାଦ୍ୟ ଅନ୍ୱେଷଣ ପାଇଁ ଆସିବା ବେଳେ ଶିକାରୀ, ବିଷାକ୍ତ ଖାଦ୍ୟ ଓ ବିଦ୍ୟୁତ ଆଘାତରେ ଅନେକ ଶାଗୁଣାଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ସୁରକ୍ଷା ଅନିର୍ବାର୍ଯ୍ୟ ହୋଇପଡିଛି l

ଇଣ୍ଟରନ୍ୟାସନାଲ ବାର୍ଡ଼ ଲାଇଫ ଡାଟା ଜୋନ ଦ୍ୱାରା ବିଶ୍ୱ ପରିସଂଖ୍ୟାନ ଅନୁସାରେ ସାରା ବିଶ୍ୱରେ ମାତ୍ର ୬,୧୦୦ ରୁ ୯୦୦୦ ଟି ଇଜିପ୍ଟିଆନ ଶାଗୁଣା ଜୀବିତ ଅଛନ୍ତି l ଶାଗୁଣାର ମୁଖ୍ୟ ଖାଦ୍ୟ ହେଉଛି ମୃତ ଗୃହ ପାଳିତ ପଶୁଙ୍କ ଶବl ପଶୁ ସମ୍ପଦର କଷ୍ଟ ଲାଘବ ପାଇଁ ଲୋକେ ନଜାଣି ଡ଼ାଇକ୍ଲୋଫେନାକ ଟୀକା ଦେଉଛନ୍ତି। ଗୋ, ମହିଷାଦି ମୃତ୍ୟୁ ପରେ ଶବରେ ଉକ୍ତ ଟୀକାର ବିଷକ୍ରିୟା ବଳବତ୍ତର ରହୁଛି ଏବଂ ସେ ଶବକୁ ଶାଗୁଣା ଖାଇବା ଦ୍ୱାରା ବିଷ କ୍ରିୟା ପ୍ରଭାବରେ ପ୍ରଭାବରେ କିଛି ଦିନରେ ସେମାନଙ୍କର ମୃତ୍ୟୁ ହେଉଛି। ଏଭଳି ଶାଗୁଣାର ସୁରକ୍ଷା ଓ ଜନ ସଚେତନତା ସୃଷ୍ଟି କରିବା ପାଇଁ ଶନିବାର ଦିନ ଆଞ୍ଚଳିକ ପରିଷଦ ପକ୍ଷରୁ ବନ ବିଭାଗକୁ ଏକ ସ୍ମାରକ ପତ୍ର ପ୍ରଦାନ କରି ଅନୁରୋଧ କରିଥିବା କହିଛନ୍ତି।

   Related Posts