WTC ୨୦୨୩-୨୫ : ସିରିଜ୍‌ ଜିତି ବି କ୍ଷତିରେ ଟିମ୍‌ ଇଣ୍ଡିଆ, ପଛରେ ପକାଇଲା ପାକିସ୍ତାନ

Published By : Prameya-News7 Bureau | July 25, 2023 IST

ପୋର୍ଟ ଅଫ ସ୍ପେନ୍‌ ୨୫।୦୭ :  ଭାରତ-ଓ୍ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପୋର୍ଟ ଅଫ ସ୍ପେନ୍‌ ଟେଷ୍ଟ ମ୍ୟାଚ୍‌ ଶେଷ ହୋଇଛି । ମ୍ୟାଚ୍‌ର ୫ ଦିନରେ ବର୍ଷା ପାଇଁ ଗୋଟିଏ ବି ବଲ୍‌ ପଡିପାରିଲାନି । ଯାହାଫଳରେ ୨ୟ ଟେଷ୍ଟ ମ୍ୟାଚ୍‌ ଡ୍ର ହୋଇଛି । ଭାରତ ସିରିଜ୍‌କୁ ୧-୦ରେ ନିଜ ନାମରେ କରିଛି । ପୂର୍ବରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ଗୋଟିଏ ପାରି ଏବଂ ୧୪୧ ରନ୍‌ରେ ବିଜୟୀ ହୋଇଥିଲା ଭାରତ ।

ତେବେ ସିରିଜ୍‌ରେ ୨ୟ ମ୍ୟାଚ୍‌ ଡ୍ର ହେବା ଯୋଗୁଁ ଭାରତକୁ କ୍ଷତି ହୋଇଛି । ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ (୨୦୨୩-୨୫) ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନକୁ ଖସିଆସିଛି ।୨ୟ ମ୍ୟାଚ୍‌ ଡ୍ର ଲାଗି ଭାରତକୁ କେବଳ ୪ ପଏଣ୍ଟ ମିଳିଛି । ଟିମ୍‌ ଇଣ୍ଡିଆ ୧୬ ପଏଣ୍ଟ ସହ ୨ୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ୧୨ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ସେହିପରି ଅଷ୍ଟ୍ରେଲିଆ ୨୬ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛି । ସମସ୍ତ ଟିମ୍‌ ବିଜୟ ପ୍ରତିଶତ ହିସାବରେ ପଏଣ୍ଟ ଟେବୁଲରେ ରହିଥାନ୍ତି ।

{"id":821770,"sizeSlug":"full","linkDestination":"none"}
aajtak

ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ ତୃତୀୟ ସିଜିନ୍‌ ୨୦୨୩ରୁ ୨୦୨୫ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ମ୍ୟାଚ୍‌ ଜିତିବା ପରେ ପ୍ରତି ଟିମ୍‌କୁ ୧୨ ପଏଣ୍ଟ, ମ୍ୟାଚ୍‌ ଡ୍ର ହେବା ଲାଗି ଟିମ୍‌କୁ ୪ ପଏଣ୍ଟ, ଟାଇ ହେବା ଲାଗି ୬ ପଏଣ୍ଟ ମିଳିବ । ସେହିପରି ମ୍ୟାଚ୍‌ ଜିତିବା ପରେ ଟିମ୍‌କୁ ୧୦୦ ପ୍ରତିଶତ, ଟାଇ ହେବା ପରେ ୫୦ ପ୍ରତିଶତ, ଡ୍ର ହେବା ପରେ ୩୩.୩୩ ପ୍ରତିଶତ ଏବଂ ହାରିବା ପରେ କୌଣସି ପ୍ରତିଶତ ମାର୍କ ଦିଆଯିବନାହିଁ ।  

ସୂଚନାଯୋଗ୍ୟ ଯେ, ଓ୍ୱେଷ୍ଟଇଣ୍ଡିଜ୍‌ରେ ଚାଲିଥିବା ଟେଷ୍ଟ ସିରିଜ୍‌କୁ ଭାରତ ୧-୦ରେ ବିଜୟୀ ହୋଇଛି । ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ଭାରତ ଗୋଟିଏ ପାରି ଏବଂ ୧୪୧ ରନ୍‌ରେ ବିଜୟୀ ହୋଇଥିଲା । ସେହିପରି ୨ୟ ଟେଷ୍ଟ ମ୍ୟାଚ୍‌ ଡ୍ର ହୋଇଛି । ୩୬୫ ରନ୍‌ ବିଜୟ ଲକ୍ଷ୍ୟର ପିଛା  କରୁଥିବା ୱେଷ୍ଟ ଇଣ୍ଡିଜ୍‌ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂରେ ୨ ୱିକେଟ୍‌  ହରାଇ ୭୬ ରନ୍‌ ସଂଗ୍ରହ କରିଥିଲା । ଅନ୍ତିମ  ଦିବସରେ ଘରୋଇ ଦଳକୁ ବିଜୟ ପାଇଁ ଆଉ  ୨୮୯ ରନ୍‌ ଆବଶ୍ୟକ ହେଉଥିବାବେଳେ ଭାରତ ୮ ୱିକେଟ୍‌ ଆବଶ୍ୟକ କରୁଥିଲା । ଅନ୍ତିମ ଦିବସରେ ରବିଚନ୍ଦ୍ରନ ଅଶ୍ୱିନ ଓ ରବିନ୍ଦ୍ର ଜାଡେଜା ବିପର୍ଯ୍ୟୟ  ଘଟାଇବା ଆଶା କରାଯାଉଥିଲା । ଅଶ୍ୱିନ ୨ଟି ୱିକେଟ୍‌ ନେଇସାରିଥିଲେ । ତେଣୁ ଭାରତର ବିଜୟ ସମ୍ଭାବନା ଅଧିକ ଥିଲା । ମାତ୍ର ବର୍ଷା ଭାରତର ସବୁ ଆଶା ଧୋଇ ଯାଇଥିଲା । ଶେଷରେ ୨ୟ ଟେଷ୍ଟ ମ୍ୟାଚ୍‌ ଡ୍ର ହୋଇଛି ।

wp:embed {"url":"https://www.prameyanews7.com/ishan-kishan-thanks-rishabh-pant/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ishan-kishan-thanks-rishabh-pant/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.