LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସମ୍‌ ହସ୍ପିଟାଲ୍‌ରେ ବିଶ୍ୱ ଯକ୍ଷ୍ମା ଦିବସ: ଟିବି ହଟାଇବାକୁ ମେଡ଼ିକାଲ୍‌ରେ ଆରମ୍ଭ ହେବ ମଲ୍ଟି ଡ୍ରଗ୍ ରେଜିଷ୍ଟାଣ୍ଟ ଟିବି ସେଣ୍ଟର

26/03/2023 at 12:48 AM

ଭୁବନେଶ୍ୱର ୨୫/୦୩: ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ଲକ୍ଷ୍ୟରେ ସମ୍ ହସ୍ପିଟାଲ୍‌ରେ ଖୁବ୍ ଶୀଘ୍ର ଆରମ୍ଭ ହେବ ମଲ୍ଟି ଡ୍ରଗ୍ ରେଜିଷ୍ଟାଣ୍ଟ ଟିବି ସେଣ୍ଟର। ଏହି କେନ୍ଦ୍ରରେ କେବଳ ଯକ୍ଷ୍ମା ପୀଡ଼ିତଙ୍କ ପାଇଁ ଉପଲବ୍ଧ ଔଷଧ ଏହି ରୋଗରେ ପୀଡ଼ିତ ରୋଗୀଙ୍କୁ କାମ କରୁନଥିବା କ୍ଷେତ୍ରରେ ଅନ୍ୟ ଔଷଧ ପ୍ରୟୋଗ କରାଯିବା ସହ ବିଭିନ୍ନ ବିଭାଗ ଦ୍ୱାରା ଚିକିତ୍ସା ପ୍ରଦାନ କରାଯାଇ ତାଙ୍କୁ ସୁସ୍ଥ କରାଇବାର ପ୍ରଚେଷ୍ଟା କରାଯିବ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ ଅବସରରେ ଶନିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ଏହି ସୂଚନା ଦେଇଛନ୍ତି । ୨୦୨୫ ସୁଦ୍ଧା ସାରା ଦେଶରେ ଯକ୍ଷ୍ମା ରୋଗର ମୂଳୋତ୍ପାଟନ ନେଇ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏହି ପରିପ୍ରେକ୍ଷୀରେ ସମ୍ ହସ୍ପିଟାଲ୍‌ରେ ମଲ୍ଟି ଡ୍ରଗ୍ ରେଜିଷ୍ଟାଣ୍ଟ ଟିବି ସେଣ୍ଟର ଖୋଲାଯାଇ ସାରା ରାଜ୍ୟରୁ ଚିକିତ୍ସା ପାଇଁ ଆସୁଥିବା ଯକ୍ଷ୍ମା ରୋଗୀଙ୍କୁ ଚିକିତ୍ସା କରିବାର ଲକ୍ଷ୍ୟ ରହିଛି ବୋଲି ପ୍ରଫେସର ମିଶ୍ର ସୂଚନା ଦେଇଛନ୍ତି।

ହସ୍ପିଟାଲ୍‌ର ପଲମୁନାରୀ ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ଥାଣେ ସ୍ଥିତ ଜୁପିଟର ହସ୍ପିଟାଲ୍‌ର ପଲ୍‌ମୁନାରୀ ମେଡିସିନ୍ ବିଭାଗର ମୁଖ୍ୟ ତଥା ମୁମ୍ବାଇର ଜିଟିବି ହସ୍ପିଟାଲ୍‌ର ଡିଆର ଟିବି ସେଣ୍ଟରର ନୋଡାଲ୍ ଚେୟାରମ୍ୟାନ୍ ଡାକ୍ତର ଆଲ୍‌ପା ଦଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଯକ୍ଷ୍ମାର କାରଣ, ଚିକିତ୍ସା ଓ ନିରାକରଣ ନେଇ ସେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ।

କୋଭିଡ ମହାମାରୀ ପରବର୍ତୀ ସମୟରେ ପଲ୍‌ମୁନାରୀ ମେଡିସିନ୍ ବିଭାଗର ଗୁରୁତ୍ୱ ବଢ଼ିଛି ବୋଲି ପ୍ରକାଶ କରି ଡାକ୍ତର ଦଲାଲ ଯକ୍ଷ୍ମା ରୋଗକୁ ସମାପ୍ତ କରିବା ରପାଇଁ ସମସ୍ତେ ଏକାଠି ହୋଇ କାମ କରିବା ପାଇଁ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଯକ୍ଷ୍ମା ରୋଗୀଙ୍କୁ କିଭଳି ଚିକିତ୍ସା କରାଯିବ, ହସ୍ପିଟାଲ୍‌ର ଭିତିଭୂମି କିଭଳି ହେବ, ବାହ୍ୟ ଓ ଆନ୍ତଃରୋଗୀଙ୍କ ଚିକିତ୍ସା ନିମନ୍ତେ କିଭଳି ସୁବିଧା ଉପଲବ୍ଧ ହେବା ଆବଶ୍ୟକ ସେ ବିଷୟରେ ତଥ୍ୟ ରଖି ଡାକ୍ତରଙ୍କ ଦ୍ୱାରା ପ୍ରଶିକ୍ଷଣ ପାଇଥିବା ନର୍ସ ଓ ପାରାମେଡିକ୍ସଙ୍କୁ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କୋଭିଡ ସମୟରେ ହସ୍ପିଟାଲ୍‌ର କ୍ରିଟିକାଲ କେୟାର, ପଲ୍‌ମୁନାରୀ ମେଡିସିନ୍ ଓ ଇମ୍ୟୁନୋଲୋଜି ବିଭାଗର ଡାକ୍ତର, ନର୍ସ ଓ ପାରାମେଡିକ୍ସମାନଙ୍କ ଉଚ୍ଚକୋଟୀର ସ୍ୱାସ୍ଥ୍ୟ ସେବାକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍‌ର ପଲ୍‌ମୁନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା ସାରା ବିଶ୍ୱରେ ଯକ୍ଷ୍ମା ରୋଗକୁ ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରାଯାଏ ବୋଲି କହିଥିଲେ। ଯକ୍ଷ୍ମା ଏକ ଜୀବାଣୁଜନିତ ରୋଗ ଏବଂ ଚିକିତ୍ସା ଦ୍ୱାରା ସମ୍ପୂର୍ଣ୍ଣ ଆରୋଗ୍ୟ ମିଳିପାରେ ବୋଲି ପ୍ରଫେସର ଜେନା କହିଥିଲେ। ୨୦୧୭ ପର ଠାରୁ କେନ୍ଦ୍ର ସରକାର ନ୍ୟାସ୍‌ନାଲ୍ ଟ୍ୟୁବରକ୍ୟୁଲୋସିସ୍ ଇରାଡିକେସନ୍ ପ୍ରୋଗ୍ରାମ୍ ଆରମ୍ଭ କରିଥିବା ବେଳେ ୨୦୨୫ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ତେବେ ସାରା ବିଶ୍ୱର ୨୭ ପ୍ରତିଶତ ଯକ୍ଷ୍ମା ରୋଗୀ କେବଳ ଭାରତରେ ଥିବା ବେଳେ ଔଷଧ କାମ କରୁନଥିବା ରୋଗୀଙ୍କ କ୍ଷେତ୍ରରେ ଭାରତ ଚୀନ ତଳକୁ ରହିଛି। ତେଣୁ ଏ ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ୍ ବୋଲି ପ୍ରଫେସର ଜେନା କହିଥିଲେ।

   Related Posts