ଟି-୨୦ ମହିଳା ବିଶ୍ବକପରୁ ବିଦା ହେଲା ଭାରତ ; ସେମିଫାଇନାଲରେ ଭାରତକୁ ହରାଇଲା ଇଂଲଣ୍ଡ

Published By : Prameya-News7 Bureau | November 23, 2018 IST

ଟି-୨୦ ମହିଳା ବିଶ୍ବକପରୁ ଭାରତ ବିଦା । ସେମିଫାଇନାଲରେ ଭାରତକୁ ହରାଇଛି ଇଂଲଣ୍ଡ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୯.୩ ଓଭରରେ ୧୧୨ ରନ୍  କରି ଅଲଆଉଟ୍ ହୋଇଯାଇଥିଲା । ଜବାବରେ ୧୭.୧ ଓଭରରେ ଇଂଲଣ୍ଡ ୧୧୬ରନ୍  କରି ବିଜୟ ହାସଲ କରି ନେଇଥିଲା । ଆମି ଜୋନ୍ସଙ୍କ ୫୩ ରନ୍  ଏବଂ ନାଟାଲି ସ୍କିଭରଙ୍କ ଦମଦାର ୫୨ ରନ୍ ବଳରେ ଇଂଲଣ୍ଡ ୧୭ବଲ୍  ଆଗରୁ ଏବଂ ହାତରେ ୮ୱିକେଟ ଥାଇ ସହଜ ବିଜୟ ପାଇଛି । ଆମି ଜୋନ୍ସଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଘୋଷଣା କରାଯାଇଛି । ଭାରତୀୟ ଦଳରେ ମିତାଲି ରାଜ୍ ଙ୍କୁ ସାମିଲ ନକରିବା ନିଷ୍ପତ୍ତି ମହଙ୍ଗା ପଡିଥିବା କୁହାଯାଉଛି । ଭାରତୀୟ ନିମ୍ନ କ୍ରମ ଇଂଲଣ୍ଡର ସ୍ପିନରେ ଘାଇଲା ହୋଇ ଯାଇଥିଲା । ଏସ୍ ମାନ୍ଧାନା ସର୍ବାଧିକ ୩୪ରନ୍  କରିବାକୁ ସକ୍ଷମ ହୋଇଥିଲେ ।  ତେବେ ବଲ୍ , ବ୍ୟାଟ୍  ଏବଂ ଫିଲଡିଂ ସବୁ କ୍ଷେତ୍ରରେ ଇଂଲଣ୍ଡ ବେଶ ଭଲ ପ୍ରଦର୍ଶନ ଦେଖାଇଛି । ଇଂଲଣ୍ଡରୁ ଦୁଇ ଓପନର୍  ଶୀଘ୍ର ପାଭିଲିଆନ୍ ଫେରି ଯାଇଥିଲେ । କିନ୍ତୁ ଏହାପରେ ଆମି-ନାଟାଲି ଯୋଡି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.