ବ୍ରେନଷ୍ଟ୍ରୋକ୍ ଚିକିତ୍ସା କ୍ଷେତ୍ରରେ ଖୋଲିଲା ନୂଆ ଦିଗ: ଜାଣନ୍ତୁ ସରକାରଙ୍କ ନୂଆ କାର୍ଯ୍ୟକ୍ରମ ସମ୍ପର୍କରେ

Published By : Prameya-News7 Bureau | October 16, 2019 IST

ନୂଆଦିଲ୍ଲୀ ୧୬/୧୦: ବ୍ରେନ୍ ଷ୍ଟ୍ରୋକ୍ ରୋଗୀଙ୍କ ପାଇଁ ସରକାର ଖୁବ୍ ଶୀଘ୍ର ଏକ ଏପରି ମ୍ୟାପ୍ ନେଇ ଆସୁଛନ୍ତି ଯାହା ଜରିଆରେ ତାଙ୍କୁ ତୁରନ୍ତ ଚିକିତ୍ସା ଉପଲବ୍ଧ କରାଯାଇ ପାରିବ। ଘରର ନିକଟସ୍ଥ ହସ୍ପିଟାଲ ବିଷୟରେ ଏହି ମ୍ୟାପରେ ପୂରା ସୂଚନା ରହିଥିବ। ଏହା ବ୍ୟତୀତ ଆଶା ଏବଂ ଏଏନଏମ କର୍ମଚାରୀଙ୍କ ଜରିଆରେ ସରକାର ପ୍ରତ୍ୟେକ ରାଜ୍ୟରେ ଘରେ ବସି ଷ୍ଟ୍ରୋକ୍ ଭଳି ରୋଗର ବିନା ଟଙ୍କାରେ ଯାଞ୍ଚ କରିବ। ଫଳରେ ଯେଉଁ ଲୋକଙ୍କର ରୋଗର ଆଶଙ୍କା ରହିଥାଏ ସେମାନଙ୍କୁ ଠିକ୍ ସମୟରେ ଚିକିତ୍ସା ପ୍ରଦାନ କରାଯାଇପାରିବ। ଅକ୍ଟୋବର ୨୯ତାରିଖ ଦିନ ବିଶ୍ବ ବ୍ୟାପୀ ପାଳନ କରାଯାଉଥିବା ବିଶ୍ବ ବ୍ରେନ୍ ଷ୍ଟ୍ରୋକ୍ ଦିବସକୁ ନେଇ ସୋମବାର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ଡାକ୍ତରମାନେ ଏହା ବିଷୟରେ ସୂଚନା ଦେଇଛନ୍ତି। ଡାକ୍ତରମାନେ କହିଛନ୍ତି ଯେ ଦେଶରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୧୧୬ଜଣ ବ୍ରେନ୍ ଷ୍ଟ୍ରୋକ୍ ରୋଗୀ ମିଳିଥାଆନ୍ତି।

ଭାରତରେ ମାରାତ୍ମକ ରୋଗ ମଧ୍ୟରେ ବ୍ରେନ୍ ଷ୍ଟ୍ରୋକ୍ ଚତୁର୍ଥ ସ୍ଥାନରେ ରହିଛି। ଡାକ୍ତର ପଦ୍ମା ଏମ୍ ଶ୍ରୀବାସ୍ତବ କହିଛନ୍ତି ଯେ ସରକାର ବ୍ରେନ୍ ଷ୍ଟ୍ରୋକ୍ ରୋଗୀଙ୍କ ପାଇଁ ଷ୍ଟ୍ରୋକ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଏମ୍ସର ନ୍ୟୁରୋ ରୋଗ ବିଶେଷଜ୍ଞ କହିଛନ୍ତି ଯେ ବ୍ରେନ ଷ୍ଟ୍ରୋକ୍ ରୋଗୀଙ୍କୁ ତୁରନ୍ତ ହସ୍ପିଟାଲ ପହଞ୍ଚି ଦିଆଗଲେ ବିପଦର ଆଶଙ୍କା କମ୍ ରହିଥାଏ। ଏହି ଗାଇଡଲାଇନକୁ ପାଳନ କରୁନଥିବା ରାଜ୍ୟଗୁଡ଼ିକୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ଜରିଆରେ କେନ୍ଦ୍ର ତରଫରୁ ମିଳୁଥିବା ବାର୍ଷିକ ବଜେଟ କମ୍ କରି ଦିଆଯିବ।

ଡାକ୍ତର ପଦ୍ମା କହିଛନ୍ତି ଯେ ଚୀନ ପରେ ଏବେ ଭାରତ ମଧ୍ୟ ପକ୍ଷାଘାତ ରୋଗୀଙ୍କ ପାଇଁ ରୋବୋର୍ଟ ସନ୍ଧାନ କରିଛନ୍ତି। ଏହି ରୋବୋର୍ଟ ଅନ୍ୟ ଦେଶ ତୁଳନାରେ ଶସ୍ତା ମୂଲ୍ୟରେ ଉପଲବ୍ଧ ହେବ। ଆଇଆଇଟି ସହ ମିଶି ଏମ୍ସର ଡାକ୍ତରମାନେ ଏକ ଏପରି ରୋବୋର୍ଟ ପ୍ରସ୍ତୁତ କରିଛନ୍ତି ଯାହାକୁ ହାତରେ ପିନ୍ଧାଯିବ ଏବଂ ଏହା ରୋଗୀଙ୍କ ପକ୍ଷାଘାତ ପୀଡ଼ିତ ଅଙ୍ଗରେ କାମ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.