ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଟିନିସର୍କିଟ୍ସର ପ୍ରତିଷ୍ଠାତା ନିର୍ମାଣ କଲେ ସବୁଠୁ ଛୋଟ ଟିଭି, ଥରେ ଚାର୍ଜ ହେଲେ ଘଣ୍ଟାଏ ଚାଲିବ

30/10/2022 at 11:42 AM

ନୂଆଦିଲ୍ଳୀ ୩୦।୧୦: ବିଶ୍ୱରେ ଡିଭାଇସ୍‌ ଗୁଡ଼ିକର ଆକାର ବଢ଼ି ଚାଲିଛି । ବର୍ତ୍ତମାନ କମ୍ପାନି ଭିନ୍ନ ଦିଗରେ ଏକ କାମ କରୁଛି । କେବଳ ଏତିକି ହିଁ ନୁହେଁ ନିର୍ମାଣ କରିଛି ବିଶ୍ୱର ସବୁଠୁ ଛୋଟ ଟିଭି । ଇଲେକ୍ଟ୍ରୋନିକ୍‌ କମ୍ପାନି ଟିନିସର୍କିଟ୍ସର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ କେନ୍‌ ବର୍ନସ ବିଶ୍ଵର ସବୁଠୁ ଛୋଟ ଟିଭି ନିର୍ମାଣ କରିଛନ୍ତି। ଆମେରିକାର ଓହାଇଓଠାରେ ଏହା ନିର୍ମିତ ହୋଇଛି । ତନ୍ମଧ୍ୟରେ ଗୋଟିଏର  ପରଦା ହେଉଛି ୦.୬ ଇଞ୍ଚ (୧୫ ଏମ୍‌ଏମ୍‌) । ଅନ୍ୟ ସୂକ୍ଷ୍ମ  ଟିଭିର ଡିସ୍‌ପ୍ଲେ ହେଉଛି ୧.୦ ଇଞ୍ଚ (୨୬ ଏମ୍‌ଏମ୍‌) । ୦.୬  ଗୁଣନ ୦.୪ ଇଞ୍ଚ(୧୬ ଗୁଣନ ୯ ଏମ୍‌ଏମ୍‌)ର ଆଗକୁ  ମୁହାଁଇଥିବା ସ୍ପିକର୍‌ ଉପରେ ଏହା ରହିଛି ।

ପୁରୁଣା କାଳିଆ  ଢାଞ୍ଚାର ଏହି ସୂକ୍ଷ୍ମ ଟିଭିରେ ଭଲ୍ୟୁମ୍‌ ଓ ଚ୍ୟାନେଲ୍‌ ବଦଳାଇବା ପାଇଁ ଦୁଇଟି ଘୂର୍ଣ୍ଣାୟମାନ ଚାବି ରହିଛି । ଦୁଇଟି ସୂକ୍ଷ୍ମ ଟିଭି ମଧ୍ୟରୁ  ଛୋଟ ଟିଭି ହେଉଛି ପୋଷ୍ଟେଜ୍‌ ଷ୍ଟାମ୍ପ୍‌ ଆକାରର । କିନ୍ତୁ ଥରେ ଚାର୍ଜ ହେଲେ ଘଣ୍ଟାଏ ଚାଲିବ । ପ୍ରଥମର ନାମ ‘ଟିନି ଟିଭି-୨’  ଏବଂ ଅନ୍ୟଟି ହେଉଛି ଅଙ୍ଗୁର ଆକାରର ‘ଟିନି ଟିଭି ମିନି’ । ତେବେ ଟିଭି ପାଇଁ ଏବେ ପାଣ୍ଠି ସଂଗ୍ରହ କରାଯାଉଛି । ଏପର୍ଯ୍ୟନ୍ତ  ୧୨୮,୬୪୦ ଡଲାର ସଂଗ୍ରହ ହୋଇପାରିଛି । ଦୁଇଟିଯାକ ଟିଭିରେ ୮ଜିବି ମାଇକ୍ରୋଏସ୍‌ଡି କାର୍ଡ ସଂଲଗ୍ନ କରାଯାଇଛି। ଯାହା ସମ୍ପୃକ୍ତ ଡିଭାଇସ୍‌ରେ ୧୦ ଓ ୪୦ ଘଣ୍ଟାର ଫୁଟେଜ୍‌କୁ ଧରିପାରେ ।

ୟୁଜର୍‌ ଏଥିରେ ନିଜ ପସନ୍ଦର ଫିଲ୍ମ, ପ୍ରୋଗ୍ରାମ୍‌ ଓ ଟିକ୍‌ଟିକ୍‌  ଭିଡିଓ ଲୋଡ୍‌ କରିପାରିବେ। ଏଥିପାଇଁ ଏହାକୁ ନିଜ କମ୍ପ୍ୟୁଟରରେ ଲଗାଇବାକୁ ପଡ଼ିବ। ଏଥିପାଇଁ କମ୍ପାନି ମାଗଣା ସଫ୍ଟୱେର ପ୍ରଦାନ କରୁଛି । ଟିଭିରେ ଥିବା  ଚାବି ଦ୍ୱାରା ଦୁଇଟିଯାକ ମଡେଲକୁ ନିୟନ୍ତ୍ରଣ କରାଯାଇପାରିବ । ତଥାପି କମ୍ପାନି ଏକ ଇନ୍‌ଫ୍ରାରେଡ୍‌ ରିମୋଟ୍‌ କଣ୍ଟ୍ରୋଲର୍‌  ନିର୍ମାଣ କରିଛି । ଏହି ରିମୋଟ୍‌ ଟିଭିକୁ ଚାଲୁ କରିବା ସହିତ ଭଲ୍ୟୁମ୍‌ ବଢ଼ାଇବା ଓ ଚ୍ୟାନେଲ୍‌ ବଦଳାଇ ପାରିବ । ଟିନିସର୍କିଟ୍ସ କମ୍ପାନି ୨୦୧୨ ମସିହାରେ ଟିନି ଡୁଇନୋ ପ୍ରୋଜେକ୍ଟ ନାମକ ଏକ ମିନିଏଚର୍‌  କମ୍ପ୍ୟୁଟର ପ୍ରୋସେସର୍‌ ରୂପେ ନିଜର ପ୍ରଥମ ପ୍ରୋଜେକ୍ଟ ଲଞ୍ଚ୍‌ କରିଥିଲା ।

   Related Posts