scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚାଷୀ ଘରର ପୁଅ; ନିଷ୍ଠା ବଦଳାଇଦେଲା ଭାଗ୍ୟ, ଏବେ ଆମେରିକାର ସବୁଠୁ ଧନୀ !

8/08/2023 at 12:14 PM

ନୂଆଦିଲ୍ଲୀ ୦୮।୦୮: ଚାଳଛପର ଘର । ଘରକୁ ପଶିଲେ ମୁଣ୍ଡ ବାଜୁଥିଲା । ନା ଥିଲା ଲାଇନ୍, ନା ପିଇବା ପାଇଁ ପାଣି । ମୌଳିକ ସୁବିଧାରୁ ଥିଲେ ସମ୍ପର୍ଣ୍ଣ ବଞ୍ଚିତ । ବିଜୁଳି ଆଲୁଅ ତ ଥିଲା ସାତ ସ୍ୱପ୍ନ । ପାଠ ପଢ଼ିବାକୁ ସଂଘର୍ଷ କରୁଥିଲେ । ଏମିତିକି ଗଛର ଛାଇରେ ବସି ପାଠ ପଢିଛନ୍ତି । ଆମେ କହୁଛୁ ମିଞ୍ଜି ମିଞ୍ଜି ଆଲୁଅରୁ ନିଜର ଭବିଷ୍ୟତ ଗଢ଼ିଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ । ଏହି ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ଗରିବ ଚାଷୀ ଘରର ପୁଅ ।  ନାଁ ହେଉଛି ଜୟ ଚୌଧୁରୀ । ହିମାଚଳ ପ୍ରଦେଶ ଉନାଓର ଏକ ଛୋଟ ଗାଁରେ ତାଙ୍କର ଜନ୍ମ । ଜୟଙ୍କ ବାପା ଜଣେ କୃଷକ ଥିଲେ । ସେ ଗାଁରେ ପଠପଢ଼ିବା ସହ ତାଙ୍କ ଗରିବ ପରିବାର ସହିତ ରହୁଥିଲେ ।  ନିଜର ନିଷ୍ଠା ଓ ପରିଶ୍ରମ ବଳରେ ଆଜି ଆମେରିକାର ସବୁଠୁ ଧନୀ ବ୍ୟକ୍ତି ।

ପିଲାଦିନେ ମୌଳିକ ସୁବିଧାରୁ ବଞ୍ଚିତ ଜୟ ଆମେରିକାରେ ରହୁଥିବା ଭାରତୀୟମାନଙ୍କ ମଧ୍ୟରୁ ସବୁଠୁ ଆଗରେ ରହିଛନ୍ତି । ଜୟ ଚୌଧୁରୀ ସାଇବର ସିକ୍ୟୁରିଟି କମ୍ପାନୀ Zscalerର ସିଇଓ । ୨୦୦୮ରେ ପ୍ରତିଷ୍ଠା କରିଥିଲେ ଏହି କମ୍ପାନୀ । ଜୟ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ବିଏଚୟୁରୁ ସ୍ନାତକ ହାସଲ କରିଛନ୍ତି । ପରେ ସେ କମ୍ପ୍ୟୁଟର ଇଞ୍ଜିନିୟରିଂରେ ମାଷ୍ଟର, ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂରେ ମାଷ୍ଟର ଏବଂ ସିନ୍ସିନାଟି ବିଶ୍ୱବିଦ୍ୟାଳୟରୁ ଏମବିଏ ସାରିଛନ୍ତି ।

ଜୟ ଚୌଧୁରୀ ୧୯୮୦ ମସିହାରେ ଆମେରିକା ଯାଇଥିଲେ । ସେଠାରେ ଏକ କମ୍ପାନୀରେ ଚାକିରି କରିଥିଲେ । ପରେ ୧୯୯୬ ମସିହାରେ ଜୟ ଏବଂ ତାଙ୍କ ପତ୍ନୀ ଜ୍ୟୋତି ଛାଡିଥିଲେ ଚାକିରି । ଏହାପରେ ଉଭୟ ମିଶି ସିକ୍ୟୁରିଟି ନାମକ ଏକ ଫାର୍ମ ଆରମ୍ଭ କରିବା ପାଇଁ ସ୍ଥିର କରିଥିଲେ । ପରେ ପରେ ଚାକିରି କରିଥିବା ସମୟର ସମସ୍ତ ସଞ୍ଚୟକୁ ବ୍ୟବହାର କରି କମ୍ପାନୀ ଛିଡ଼ା କରିଥିଲେ । ଯାହା ଆଜି ତାଙ୍କୁ ଏକ ନୂତନ ପରିଚୟ ଦେଇଛି ।

ବର୍ତ୍ତମାନ ଜୟ ଚୌଧୁରୀଙ୍କ ସମ୍ପତ୍ତି ମୂଲ୍ୟ ୭୧,୧୮୯ କୋଟି ଟଙ୍କା ରହିଛି । ଆଉ ବର୍ତ୍ତମାନ ସେ ଆମେରିକାରେ ସମସ୍ତ ଭାରତୀୟଙ୍କ ମଧ୍ୟରୁ ଧନୀ ହୋଇଛନ୍ତି । ଜୟ ଚୌଧୁରୀ ହେଉଛନ୍ତି ଜଣେ ଭଦ୍ର ଓ ନମ୍ର ବ୍ୟକ୍ତି । ତାଙ୍କର ଲୋକଙ୍କ ପ୍ରତି ବ୍ୟବହାର ବହୁତ ଭଲ । ଜୟ ଚୌଧୁରୀ Zscaler କମ୍ପାନୀ ପୂର୍ବରୁ ଅନ୍ୟ ୪ଟି ଛୋଟ କମ୍ପାନୀ ମଧ୍ୟ କରିଥିଲେ । ସେଗୁଡ଼ିକର ନାଁ ହେଉଛି ସିକ୍ୟୁରିଟ୍, କୋରହର୍ବର୍, ସାଇବର୍ ଟ୍ରଷ୍ଟ ଏବଂ ଏୟାରଡିଫେନ୍ସ । ଏହି ସମସ୍ତ କମ୍ପାନୀର ବ୍ୟବସାୟ ମଧ୍ୟ ବହୁତ ଭଲ ରହିଥିଲା ।

ସେ ବର୍ତ୍ତମାନ ସମୟରେ ଏକ ପ୍ରେରଣାଦାୟକ ଜୀବନ ଅତିବାହିତ କରୁଛନ୍ତି । କରୋନା ସମୟରେ ଜୟ ଚୌଧୁରୀଙ୍କ କମ୍ପାନୀ ବେଶ୍  ବୃଦ୍ଧି ପାଇଥିଲା । ୨୦୨୧ରେ ଜୟ ଚୌଧୁରୀ ଶ୍ରେଷ୍ଠ ୧୦ ଧନୀ ଭାରତୀୟଙ୍କ ମଧ୍ୟରେ ୯ମ ସ୍ଥାନରେ ଥିଲେ ।

You Can Read:

   Related Posts