ରାମାୟଣର ବିଶ୍ୱ ରେକର୍ଡ, ଦେଖିଛନ୍ତି ସର୍ବାଧିକ ଦର୍ଶକ

Published By : Prameya-News7 Bureau | May 02, 2020 IST

ନୂଆଦିଲ୍ଲୀ, ୦୧।୦୫: କରୋନା ଭାଇରସ ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନ୍ ମଧ୍ୟରେ ସରକାର ରାମାନନ୍ଦ ସାଗରଙ୍କ ରାମାୟଣକୁ ଦୂରଦର୍ସନରେ ପୁନଃପ୍ରସାରଣ କରିଥିଲେ । ଯାହା ଏକ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛି । ଡିଡି ନିଜର ଟ୍ୱିଟର ପେଜରେ ଏନେଇ ସୂଚନା ଦେଇଛି ।

ଡିଡି ଟ୍ୱିଟରେ କହିଛି ଯେ, ରାମାୟଣ ପୁନଃପ୍ରସାରଣ ହେବା ପରେ ସାରା ବିଶ୍ୱରେ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଏହାକୁ ଅସଂଖ୍ୟ ଦର୍ଶକ ଦେଖିଛନ୍ତି । ଏପ୍ରିଲ ୧୬ରେ ୭.୭ କୋଟି ଦର୍ଶକଙ୍କ ସହ ବିଶ୍ୱରେ ସବୁଠାରୁ ଅଧିକ ଦେଖାଯାଇଥିବା ଧାରାବାହିକ ହୋଇଯାଇଛି ।

wp:core-embed/twitter {"url":"https://twitter.com/DDIndialive/status/1255894274073214977?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1255894274073214977\u0026ref_url=https%3A%2F%2Fwww.amarujala.com%2Findia-news%2Framayana-rebroadcast-make-record-become-most-watched-entertainment-show-all-over-world-on-16th-april","type":"rich","providerNameSlug":"twitter","className":""}
https://twitter.com/DDIndialive/status/1255894274073214977?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1255894274073214977&ref_url=https%3A%2F%2Fwww.amarujala.com%2Findia-news%2Framayana-rebroadcast-make-record-become-most-watched-entertainment-show-all-over-world-on-16th-april
/wp:core-embed/twitter

କରୋନା ଭାଇରସ ପାଇଁ ଏବେ ଜନତା ଘରେ ରହିଛନ୍ତି । ଟିଭିରେ କୌଣସି ସିରିଏଲର ନୂଆ ଏପିସୋଡ୍ ପ୍ରସାରିତ ହେଉନାହିଁ । କାରଣ ସମସ୍ତ ଟିଭି ଧାରାବାହିକ, ଫିଲ୍ମ, ଓ୍ୱେବ ସିରିଜର ସୁଟିଂ ମାର୍ଚ୍ଚ ୧୭ରୁ ବନ୍ଦ ରହିଛି । ଏହା ବ୍ୟତୀତ ଦୀର୍ଘଦିନ ଧରି ଲୋକ ରାମାୟଣର ପୁନଃପ୍ରସାରଣ ପାଇଁ ଅନୁରୋଧ କରିଥିଲେ । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଲକଡାଉନ ଅବଦ୍ଧିରେ ରାମାୟଣକୁ ପୁନଃପ୍ରସାରଣ କରିଥିଲେ ।

ଯେଉଁଦିନ ରାମାୟଣର ପ୍ରଥମ ଏପିସୋଡ୍ ପ୍ରସାରିତ ହୋଇଥିଲା ତାହାକୁ ଏକ କୋଟି ୭୦ ଲକ୍ଷ ଲୋକ ଦେଖିଥିଲେ । ଏହା ବାତୀତ ବୁନିୟାଦ, ଶକ୍ତିମାନ, ଶ୍ରୀମାନଶ୍ରୀମତି ଓ ଦେଖ ଭାଇ ଦେଖ ମଧ୍ୟ ଭଲ ଟିଆରପି ହାତେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.