ଦୁନିଆର ସବୁଠାରୁ ସୁନ୍ଦର ଘୋଡା, ଶରୀର ଦେଖିବାକୁ ସୁନା ପରି ଉଜ୍ଜ୍ୱଳ !

Published By : Prameya-News7 Bureau | November 23, 2023 IST

ନୂଆଦିଲ୍ଲୀ ୨୩।୧୧: ଘୋଡା ଏପରି ଏକ ପ୍ରାଣୀ, ଯାହାକୁ ଦେଖିଲେ ସମସ୍ତେ ହୋଇଯାଆନ୍ତି ଆକର୍ଷିତ ।  କାରଣ ଘୋଡା ବୁଦ୍ଧିମାନ ହେବା ସହ ଦେଖିବାକୁ ଖୁବ୍ ସୁନ୍ଦର  । ଏମାନଙ୍କର ଅନେକ ପ୍ରଜାତି ପୃଥିବୀରେ ରହିଛନ୍ତି । କିନ୍ତୁ ଜାଣନ୍ତି କି ଦୁନିଆର ସବୁଠାରୁ ସୁନ୍ଦର ଘୋଡା ବିଷୟରେ ଏବଂ ଏହି ଘୋଡା କେଉଁ ଦେଶର ? ଆସନ୍ତୁ ଜାଣିବା…

{"id":873472,"sizeSlug":"full","linkDestination":"none"}

ଏହି ଘୋଡାର ନାଁ ହେଉଛି ଅଖଲ ଟେକେ । ଯାହା ବିଶ୍ବରେ ଗୋଲ୍ଡଡେନ୍ ହର୍ସ ଭାବେ ପରିଚିତ । ଏହି ଘୋଡାର ଶରୀର ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ । ଏହି ପ୍ରଜାତିର ଘୋଡା ଆରବୀୟ ଘୋଡାଙ୍କ ଠାରୁ ବି ପୁରୁଣା । କୁହାଯାଏ ଯେ ଏମାନେ ସ୍ୱର୍ଗରୁ ଆସିଛନ୍ତି। ଏହି ପ୍ରଜାତିର ଘୋଡାଙ୍କ ଇତିହାସ ପ୍ରାୟ ୩ହଜାର ବର୍ଷ ପୁରୁଣା । ଏହାର ଗତି, ବୁଦ୍ଧି ଏବଂ ଶକ୍ତି ପାଇଁ ଏହାକୁ ପସନ୍ଦ କରାଯାଏ ।

{"id":873474,"width":839,"height":609,"sizeSlug":"full","linkDestination":"none"}

କୁହାଯାଏ ଏମାନଙ୍କର ଏତେ ଜୋର୍ରେ ଡେଇଁଥାନ୍ତି ଯେ ଏମାନଙ୍କୁ ଧରିବା କାଠିକର ହୋଇଯାଇଥାଏ । ଯେତେବେଳେ ଏହି ଘୋଡା ଡେଇଁଥାଏ ଏମାନଙ୍କର କେଶ ଉଡିବାକୁ ଲାଗିଥାଏ ଏବଂ ଶରୀରୀ ସୁବର୍ଣ୍ଣ ରଙ୍ଗର ଦେଖାଯାଏ । ସୁନ୍ଧରତା ପାଇଁ ପ୍ରସିଦ୍ଧ ଏହି ପ୍ରଜାତିର ଘୋଡା ସାରା ବିଶ୍ବରେ ମାତ୍ର ୭ ହଜାରରୁ କମ୍ ରହିଛନ୍ତି । ଗୋଲ୍ଡେନ୍ ହର୍ସ ହେଉଛି ତୁର୍କମେନିସ୍ତାନର ଜାତୀୟ ପଶୁ ।

You Can Read:

wp:embed {"url":"https://www.prameyanews7.com/why-people-other-than-arjun-could-not-listen-gita-gyan-from-sri-krishna/","type":"wp-embed","providerNameSlug":"prameya-news-7"}
https://www.prameyanews7.com/why-people-other-than-arjun-could-not-listen-gita-gyan-from-sri-krishna/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.