Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶୁଖିବାରେ ଲାଗିଛି ଦୁନିଆର ସବୁଠୁ ଅଧିକ ବର୍ଷା ହେଉଥିବା ସ୍ଥାନ, ମାସିନରାମରେ କମୁଛି ପାଣି; ବିଦ୍ୟୁତ୍ ଉତ୍ପାଦନ ପ୍ରଭାବିତ

7/06/2023 at 7:31 PM

ନୂଆଦିଲ୍ଲୀ: ସାରା ଦୁନିଆରେ ସବୁଠୁ ଅଧିକ ବର୍ଷା ପାଇଁ ପ୍ରସିଦ୍ଧ ମେଘାଳୟର ମାସିନରାମ ଏବଂ ଚେରାପୁଞ୍ଜିରେ କମୁଛି ପାଣି । ଏହାଛଡା ୫୨ ବର୍ଷରେ ପ୍ରଥମ ଥର ପାଇଁ ଏଠାରେ ବିଜୁଳି ଉତ୍ପାଦନରେ ସଂକଟ ଦେଖାଦେଇଛି । ମାସିନରାମ ଏବଂ ଚେରାପୁଞ୍ଜିରେ ସର୍ବାଧିକ ବର୍ଷା ହୋଇଥାଏ । ମାସିନରାମରେ ବାର୍ଷିକ ୧୧,୮୭୧ ମିମି ବର୍ଷା ହୋଇଥାଏ ଏବଂ ଏହାଠାରୁ ୧୫ କିଲୋମିଟର ଦୂର ଚେରାପୁଞ୍ଜିରେ ବାର୍ଷିକ ହାରାହାରି ୧୧,୭୭୭ ମିମିର ବାର୍ଷା ହୋଇଥାଏ । ଚିନ୍ତାର ବିଷୟ ଏହା ଯେ ଗତ କିଛି ବର୍ଷ ମଧ୍ୟରେ ବର୍ଷାରେ ବଡ଼ ଧରଣ ହ୍ରାସ ଯୋଗୁଁ ଏଠାରେ ପାଣିର ମାତ୍ରା କମ ହୋଇଯାଇଛି । ଯାହାର ପ୍ରଭାବ ବିଜୁଳି ଉତ୍ପାଦନ ଉପରେ ପଡ଼ିଛି । ମେଘାଳୟରେ ବିଜୁଳିର ମୁଖ୍ୟ ସ୍ରୋତ ହେଉଛି ଜଳ ବିଦ୍ୟୁତ, ଯାହା ବର୍ଷା ପାଣି ଉପରେ ନିର୍ଭର କରୁଛି ।

ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ କେ.ସଙ୍ଗମା ନିଜେ ଏହି କଥା କହିଛନ୍ତି । ସେ ସ୍ୱୀକାର କରିଛନ୍ତି ଯେ ଯଦି ସ୍ଥିତି ଏପରି ଜାରି ରହେ ତେବେ ରାଜ୍ୟ ପାଇଁ ଜଟଳି ଦିନ ଆସିପାରେ । ସଙ୍ଗମା କହିଛନ୍ତି ଯେ ଗତ କିଛି ମାସରେ ଆମ ଏଠାରେ ବର୍ଷା ହୋଇ ନାହିଁ ଏବଂ ଯଦି ଏପରି ଜାରି ରୁହେ ତେବେ ମେଘାଳୟକୁ ଅଧିକ ଆର୍ଥିକ ସମସ୍ୟାର ସାମନା କରିବାକୁ ପଡ଼ିବ ।  

ମୁଖ୍ୟମନ୍ତ୍ରୀ ସଙ୍ଗମା କହିଛନ୍ତି ଯେ ମେଘାଳୟ ନିଜ ଲୋକଙ୍କୁ ବିଜୁଳି ଦେବା ପାଇଁ ପ୍ରତିଦିନ ତିନି କୋଟି ଟଙ୍କା ଅତିରିକ୍ତ ରାଶି ଖର୍ଚ୍ଚ କରୁଛି । ସେ କହିଛନ୍ତି ଯେ ଯଦି ଏହି ସ୍ଥିତି ଆହୁରି ୧୦୦ ଦିନ ଯାଏ ରହେ ତେବେ ବିଜୁଳି କିଣିବା ପାଇଁ ସରକାରଙ୍କୁ ଅତିରିକ୍ତ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେ ଖୁଲାସା କରିଛନ୍ତି, ‘ଗତ ଦୁଇ ବର୍ଷରେ ଏବଂ ଚଳିତ ବର୍ଷ, ଆମେ ବିଜୁଳି କିଣିବା ସହ ବିଭିନ୍ନ ଖର୍ଚ୍ଚ ପାଇଁ ହାରାହାରି ୬୦୦ କୋଟି ଟଙ୍କା ଖର୍ଚ୍ଚ କରୁଛୁ’।

Also Read: ଜୁନ ୧୫ ତାରିଖ ପର୍ଯ୍ୟନ୍ତ ତଦନ୍ତ ସାରିବାକୁ ପ୍ରତିଶ୍ରୁତି ଦେଲେ କେନ୍ଦ୍ରମନ୍ତ୍ରୀ, ସରିନି ଆନ୍ଦୋଳନ: ସାକ୍ଷୀ ମଲ୍ଲିକ

   Related Posts