ଅନୁଗୋଳ ଜେଲ୍‌ ପରିସରରେ ‘କାରାଗାର ପ୍ରତିଷ୍ଠା ଦିବସ’ ପାଳିତ

Published By : Prameya-News7 Bureau | December 10, 2020 IST

ଅନୁଗୋଳ ୧୦/୧୨: ଅନୁଗୋଳ ଜେଲ୍‌ ପରିସରରେ "କାରାଗାର ସ୍ଥାପନ ଦିବସ" ପାଳିତ ହୋଇଯାଇଛି । ଜେଲ୍‌ ବିଭାଗର ମୁଖ୍ୟଙ୍କ ନିର୍ଦେଶ କ୍ରମେ ଏହି ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ତା ସହିତ ଆଜି ହେଉଛି ବିଶ୍ବ ମାନବାଧିକାର ଦିବସ । ଏଥିପାଇଁ ଜେଲର ମୁଖ୍ୟଦ୍ବାରକୁ ସୁସଜ୍ଜିତ କରାଯାଇଛି।

ଏହାକୁ ଆଖି ଆଗରେ ରଖି ଜେଲ ଅନ୍ତେବାସୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗୀତା ହୋଇଥିଲା। ଏଥିରେ କୃତକାର୍ଯ୍ୟ ହୋଇଥିବା ଅନ୍ତେବାସୀଙ୍କୁ ଜେଲ ସୁପରିଟେଣ୍ଡେଣ୍ଟ ସୁଚିତ୍ରା ଦାସ ପୁରଷ୍କୃତ କରିବା ସହ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି।

୧୮୯୭ ରୁ ପ୍ରତିଷ୍ଠା ହୋଇଥିବା ଅନୁଗୋଳ ଜେଲରେ ପ୍ରଥମ ଥର ପାଇଁ ପ୍ରତିଷ୍ଠା ଦିବସ ପାଳନ ହୋଇଛି। ଆଗକୁ ପ୍ରତିବର୍ଷ ଏପରି ପ୍ରତିଷ୍ଠା ଦିବସ ପାଳନ ହେବ ବୋଲି ସୂଚନା ମିଳିଛି।ବର୍ତ୍ତମାନ ଅନୁଗୋଳ ଜେଲରେ ୩୫୦ ଅନ୍ତେବାସୀ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.