ୱାର୍ଲଡ ଫଟୋଗ୍ରାଫି ଡେ: ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଫଟୋ, ଯାହାକୁ କେବେ ବି କେହି ଭୁଲି ପାରିବେନି

Published By : Prameya-News7 Bureau | August 19, 2021 IST

ନୂଆଦିଲ୍ଲୀ ୧୯/୦୮ : ଫଟୋ ମାଧ୍ୟମରେ ଆମେ ଅନେକ ମୁହୂର୍ତ୍ତକୁ କଏଦ କରିଥାଉ। ଫଟୋ ଇତିହାସର ଅନେକ କାହାଣୀ ଦର୍ଶାଇଥାଏ। ଅଗଷ୍ଟ ୧୯ ତାରିଖରେ ସାରା ବିଶ୍ୱରେ ୱାର୍ଲଡ ଫଟୋଗ୍ରାଫି ଡେ ପାଳନ କରାଯାଏ। ଏହି ଅବସରରେ ଏମିତି କିଛି ଐତିହାସିକ ଫଟୋ ବିଷୟରେ ଜାଣିବା ଯାହାକୁ ଦେଖି ଆପଣ ଭାବବିହ୍ୱଳ ହୋଇପାରନ୍ତି କିମ୍ବା ଖୁସି ବି ହୋଇପାରନ୍ତି।

୨୦୧୫ରେ ସିରିୟାର ଶିଶୁ ଅୟଲାନର ଏହି ଫଟୋ ସାରା ବିଶ୍ୱକୁ ଚକିତ କରିଥିଲା। ଏହି ଫଟୋରେ ଅୟଲାନର ମୃତଦେହ ନଜର ଆସିଥିଲା। ସମୁଦ୍ର କୂଳରେ ପେଟେଇ ପଡିଥିବା ଅୟଲାନର ମୃତଦେହ ସାରା ବିଶ୍ୱକୁ କନ୍ଦାଇ ଦେଇଥିଲା। ଡଙ୍ଗା ବୁଡ଼ିବାରୁ ଅୟଲାନର ମୃତ୍ୟୁ ହୋଇଥିଲା। ଆର ଦିନ ସକାଳୁ ସମୁଦ୍ର କୂଳରୁ ଶିଶୁର ଶବ ଏହିଭଳି ଅବସ୍ଥାରେ ଉଦ୍ଧାର ହୋଇଥିଲା। ସିରିୟାରେ ଚାଲିଥିବା ହିଂସା ଯୋଗୁଁ ୟୁରୋପ ପଳାୟନ କଲାବେଳେ ଅୟଲାର ମୃତ୍ୟୁ ହୋଇଥିଲା।

{"id":498237,"sizeSlug":"full","linkDestination":"none"}

ଇତିହାସ ପୃଷ୍ଠାରେ ଲେଖାଯାଇଥିବା ଅଗଷ୍ଟ ୧୪ ତାରିଖର ଦିନ କେବେ ବି ଭୁଲି ହବନି। ଏହି ଦିନ ସ୍ୱାଧୀନତା ପାଇଁ ବର୍ଷ ବର୍ଷ ଆନ୍ଦୋଳନ କରୁଥିବା ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ନିଜକୁ ଅସହାୟ ମନେ କରିଥିଲେ। ସେ ଭାବି ପାରିନଥିଲେ ଯେ ଏହା ସେହି ଭାରତ ଯାହାକୁ ନେଇ ସେମାନେ ସ୍ବପ୍ନ ଦେଖିଥିଲେ।

{"id":498238,"sizeSlug":"full","linkDestination":"none"}

୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାର ୱାର୍ଲଡ ଟ୍ରେଡ଼ ସେଣ୍ଟରରେ ଆତଙ୍କବାଦୀ ହମଲା ହୋଇଥିଲା। ହାଇଜ୍ୟାକ ବିମାନରୁ ଟାୱାରକୁ କିଭଳି ହମଲା କରାଯାଇଥିଲା ତାର ଫଟୋ ଖୁବ ଭାଇରାଲ ହୋଇଥିଲା।

{"id":498239,"width":674,"height":526,"sizeSlug":"full","linkDestination":"none"}

୧୯୪୭ ରେ ଦେଶ ସ୍ୱାଧୀନ ହୋଇଥିଲା। କିନ୍ତୁ ଏହାସହ ଭାରତ ପାକିସ୍ତାନ ବିଭାଜନ ହୋଇଥିଲା। ସେତେବେଳେ ଏହି ଫଟୋ ଉଠାଯାଇଥିଲା।

ଏହି ଫଟୋ ହେଉଛି ସୁଦାନରେ ଅତ୍ୟଧିକ ଭୋକ ଓ ଗରିବୀର। ଫଟୋଗ୍ରାଫର Kevin Carter ଏହି ଫଟୋ ଉଠାଇଥିଲେ। ଏହି ଫଟୋ ପାଇଁ ତାଙ୍କୁ Pulitzer ପୁରସ୍କାର ମିଳିଥିଲା।

{"id":498241,"sizeSlug":"full","linkDestination":"none"}

ଦିଲ୍ଲୀ ଜନ୍ତର ମନ୍ତରରେ ହୋଇଥିବା ଏକ ଆନ୍ଦୋଳନ ସମୟରେ ଜଣେ କୃଷକ ଆତ୍ମହତ୍ୟା କରିଥିଲେ। ଏହି ଫଟୋଟି ସେତେବେଳେ ଉଠାଯାଇଥିଲା।

{"id":498242,"sizeSlug":"full","linkDestination":"none"}

୧୯୮୪ ଡିସେମ୍ବର ୩ରେ ଭୋପାଲରେ ହୋଇଥିବା ଗ୍ୟାସ କାଣ୍ଡ ଆଜି ବି ଲୋକଙ୍କର ମନେ ଅଛି। ଏହି ଫଟୋ ସେ ସମୟରେ। ଏହି ଦୃଶ୍ୟକୁ ମଧ୍ୟ ଭୁଲି ହେବନାହିଁ।

{"id":498243,"width":669,"height":502,"sizeSlug":"full","linkDestination":"none"}

ବିନାଶକାରୀ ଭୂସ୍ଖଳନରେ ମାଲିକଙ୍କ ମୃତ୍ୟୁ ପରେ ମାଲିକର କବର ପାଖରେ ବସିଛି କୁକୁର। ଫଟୋ ଦେଖି ଆଜି ବି ଲୋକେ ଭାବବିହ୍ୱଳ ହୋଇଯାଆନ୍ତି।

{"id":498244,"width":671,"height":389,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.