ବିକ୍ରି ହେଉଛି ଦୁନିଆର ସବୁଠାରୁ ପୁରୁଣା ବଙ୍ଗଳା, ଜାଣନ୍ତୁ କଣ ରହିଛି ଏହାର ବିଶେଷତ୍ୱ...

Published By : Prameya-News7 Bureau | December 29, 2021 IST

ନୂଆଦିଲ୍ଲୀ ୨୯।୧୨ : ଦୁନିଆର ସବୁଠାରୁ ପୁରୁଣା ବଙ୍ଗଳା ତଥା  ସମ୍ପତ୍ତିକୁ ବିକ୍ରି ହେବାକୁ ଯାଉଛି । ବ୍ରିଟେନର କେଣ୍ଟ ଅଞ୍ଚଳରେ ଥିବା ବିଶ୍ୱର ସର୍ବ ପୁରାତନ ବଙ୍ଗଳାର ମୂଲ୍ୟ କୋଡ଼ିଏ କୋଟି ଟଙ୍କାର ରହିଛି। ଏହି ଗ୍ରେଡ୍ ୨ ତାଲିକାଭୁକ୍ତ ବଙ୍ଗଳା ରହିଛି । ଯାହା ବ୍ରିଟିଶମାନଙ୍କ ଶୋଭା ର ପ୍ରତୀକ ପାଲଟିଛି । ଏଥିରେ ୬ଟି ଶୟନ କକ୍ଷ ରହିଛି । ଏହି ବିଳାସପୂର୍ଣ୍ଣ ବଙ୍ଗଳାଟି ୧୮୭୪ ମସିହାରେ ତତ୍କାଳୀନ ପ୍ରସିଦ୍ଧ ସ୍ଥାପତି ଜନ୍ ଟେଲରଙ୍କ ତତ୍ବବଧାନରେ ନିର୍ମିତ ହୋଇଥିଲା ।

ହେଲେ ଏହି କୋଡ଼ିଏ କୋଟି ବଙ୍ଗଳା ସମୁଦ୍ର କୂଳରେ ଅବସ୍ଥିତ । ଏହାର କିଛି ଶୟନ କକ୍ଷଟି କ୍ରୁଜ୍ ପରି ହୋଇଛି । ଦୁନିଆର ଏହି ପୁରାତନ ବଙ୍ଗଳାକୁ ବ୍ରିଟେନରେ ଏକ ଐତିହାସିକ ଭାବରେ ଘୋଷିତ କରାଯାଇଛି । ଯାହାର କରିଡର ସେଭେନ୍‌ ଷ୍ଟାର ହୋଟେଲଠାରୁ କମ୍ ନୁହେଁ । ଯେଉଁଥିରେ ଦୁଇଟି ବଡ଼ ରିସେପ୍ସନ୍ ଏବଂ ଦୁଇଟି ଆଟାଚ୍‌ ବାଥରୁମ୍ ମଧ୍ୟ ରହିଛି । ଏହି ବଙ୍ଗଳାରେ ଏକ ବଡ଼ ଡାଇନିଂ ରୁମ୍ ଏବଂ ବହୁତ ବିଳାସପୂର୍ଣ୍ଣ ରୋଷେଇ ଘର ରହିଛି । ମୁଖ୍ୟ ରିସେପ୍ସନ୍ ସାମ୍ନାରେ ଏକ ପଡିଆ ରହିଛି । କୋଠରୀର ପଛରେ ସୁନ୍ଦର ଝରକା ରହିଛି । ଇଷ୍ଟେଟ୍ ଏଜେଣ୍ଟମାନେ ଏହି ଘରକୁ 'ଅପରିଷ୍କାର' ଅର୍ଥାତ୍ ମଇଳାଠାରୁ ବହୁ ଦୂରରେ ରହିଛି ବୋଲି ସେମାନେ କହିଛନ୍ତି । ସେ କହିଛନ୍ତି ଯେ ପ୍ରାୟ ୪୦ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ବିକ୍ରି ପାଇଁ ଏହା ଜାରି କରାଯାଇଛି । ଯେତେବେଳେ ଏହି ବଙ୍ଗଳା ବିକ୍ରି ହେବାର ଖବର ଆସିଲା, ଏହାର ଫଟୋ ସବୁ ସୋସିଆଲ ମିଡିଆ ଦୁନିଆରେ ଟ୍ରେଣ୍ଡ ହେବାକୁ ଲାଗିଲା  । ଏହି ବଙ୍ଗଲାଟି ଲୋକଙ୍କ ମନକୁ ଆକର୍ଷିତ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.