Annual Inflation: କେଉଁ ଦେଶରେ କେତେ ମୁଦ୍ରାସ୍ଫୀତି ? ସୂଚୀର ୧୦ମ ସ୍ଥାନରେ ଭାରତ, ଏହି ଦେଶ ଭାଙ୍ଗିଲା ରେକର୍ଡ

Published By : Prameya-News7 Bureau | October 30, 2022 IST

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି କେବଳ ଭାରତର ନୁହେଁ ବରଂ ଦୁନିଆର ଅନେକ ଦେଶ ପାଇଁ ଚିନ୍ତାର କାରଣ ହୋଇ ରହିଛି । ଯଦି ପରିସଂଖ୍ୟାନ ଦେଖିବା ତେବେ ବଡ଼ ବଡ଼ ଅର୍ଥନୀତି ତୁଳନାରେ ଭାରତରେ ମୁଦ୍ରାସ୍ଫୀତି କମ ରହିଛି । ୱାର୍ଲଡ ଅଫ ଷ୍ଟାଟିଷ୍ଟିକ୍ସ ଦ୍ୱାରା ଉପଲବ୍ଧ କରାଯାଇଥିବା ବାର୍ଷିକ ମୁଦ୍ରାସ୍ଫୀତି ସଂଖ୍ୟା ଅନୁସାରେ, ତୁର୍କିଏ ଏବଂ ଆର୍ଜେଣ୍ଟିନାରେ ମୁଦ୍ରାସ୍ଫୀତି ସବୁଠୁ ଉପରେ ରହିଛି । ଏଠାରେ ବାର୍ଷିକ ମୁଦ୍ରାସ୍ଫୀତି ହାର ୮୩ ପ୍ରତିଶତ ଉପରେ ରହିଛି।

ଦରବୃଦ୍ଧି ମାମଲାରେ ତୁର୍କିଏ ଏବଂ ଆର୍ଜେଣ୍ଟିନା ପରେ ୧୪.୫ ପ୍ରତିଶତ ସହ ନେଦରଲାଣ୍ଡ, ୧୩.୭ ପ୍ରତିଶତ ସହ ରୁଷ, ୧୧.୯ ପ୍ରତିଶତ ସହ ଇଟାଲି ଏବଂ ୧୦.୪ ପ୍ରତିଶତ ସହ ଜର୍ମାନୀର ସ୍ଥାନ ରହିଛି ।  ବ୍ରିଟେନରେ ମଧ୍ୟ ମୁଦ୍ରାସ୍ଫୀତି ହାର ଡବଲ ଡିଜିଟରେ ରହିଛି । ବ୍ରିଟେନର ମୁଦ୍ରାସ୍ଫୀତି ହାର ୧୦.୧ ପ୍ରତିଶତ ରହିଛି । ଏହାଛଡା ଦୁନିଅର ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ଆମେରିକାରେ ବର୍ଷିକ ମୁଦ୍ରାସ୍ଫୀତି ହାର ୮.୨ ପ୍ରତିଶତ ସ୍ତରରେ ରହିଛି ।

ସୂଚୀରେ ଦ.ଆଫ୍ରିକାର ବାର୍ଷିକ ମୁଦ୍ରାସ୍ଫୀତି ହାର 7.୫ ପ୍ରତିଶତ ରହିଛି । ଅନ୍ୟପଟେ ସୂଚୀରେ ଭାରତ ୧୦ ନମ୍ୱର ରହିଛି । ଭାରତରେ ମୁଦ୍ରାସ୍ଫୀତି ହାର ୭.୪ ପ୍ରତିଶତ ରହିଛି । ଭାରତ ପରେ ଅଷ୍ଟ୍ରେଲିଆରେ ୭.୩ ପ୍ରତିଶତ, ବ୍ରାଜିଲରେ ୭.୧ ପ୍ରତିଶତ, କାନାଡାରେ ୬.୯ ପ୍ରତିଶତ, ଫ୍ରାନ୍ସରେ ୬.୨ ପ୍ରତିଶତ, ଇଣ୍ଡୋନେସିଆରେ ୫.୯ ପ୍ରତିଶତ ଏବଂ ଦକ୍ଷିଣ କୋରିଆରେ ମୁଦ୍ରାସ୍ଫୀତି ହାର ୫.୬ ପ୍ରତିଶତ ରହିଛି ।

wp:html /wp:html

ଚୀନ, ଜାପାନ ଏବଂ ସାଉଦି ଆରବରେ ଦରବୃଦ୍ଧି ସବୁଠୁ କମ ରହିଛି । ସାଉଦିରେ ବାର୍ଷିକ ମୁଦ୍ରାସ୍ଫୀତି ହାର ୩.୧ ପ୍ରତିଶତ ରହିଛି । ଜାପାନରେ ଏହା ୩ ପ୍ରତିଶତ ରହିଛି । ଚୀନରେ ବାର୍ଷିକ ମୁଦ୍ରାସ୍ଫୀତି ହାର ସବୁଠୁ କମ ୨.୮ ପ୍ରତିଶତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.