ସାପ ଲାଞ୍ଜ ଭଳି ରାସ୍ତା; ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ, ଜାଣନ୍ତୁ କଣ ରହିଛି ବିଶେଷତ୍ବ...  

Published By : Prameya-News7 Bureau | February 10, 2024 IST

ନୂଆଦିଲ୍ଲୀ ୧୦।୦୨: ସମସ୍ତେ ଅନେକ ଆଶ୍ଚର୍ଯ୍ୟଜନକ ରାସ୍ତା ଦେଖିଥିବେ । କିନ୍ତୁ ଏପରି ଏକ ରାସ୍ତା ରହିଛି ଯାହାକୁ ଦେଖିଲେ କେହି ବି ଡରିଯିବେ । ଏପରି ଏକ ବିଚିତ୍ର ତଥା ବିପଦସଂକୁଳ ରାସ୍ତା ରହିଛି ଚୀନର ଝେଜିୟାଙ୍ଗ୍‌ ଅଞ୍ଚଳରେ । ଯାହାକି ସାଧାରଣ ରାସ୍ତାଠାରୁ ସପୂର୍ଣ୍ଣ ଭିନ୍ନ । ଏହାକୁ ପାନଲଙ୍ଗ ମାଉଣ୍ଟେନ୍‌ ରୋଡ୍‌ କୁହାଯାଏ ।

{"id":907265,"sizeSlug":"full","linkDestination":"none"}

୭.୫ କିଲୋମିଟର ଏହି ରାସ୍ତା ତାର ଅଙ୍କାବଙ୍କା ଆକାର ଯୋଗୁଁ ବିଶ୍ବ ପ୍ରସିଦ୍ଧ । କହିବାକୁ ଗଲେ ଏହି ରାସ୍ତା ସାପ ଭଳି ମୋଡି ହୋଇ ଆଗକୁ ଆଗକୁ ଯାଇଛି । ରାସ୍ତାରେ ୬୦୦ରୁ ଅଧିକ ବୁଲାଣି ରହିଛି, ଯାହାକୁ ଦେଖିଲେ କୌଣସି ସାପର ଲାଞ୍ଜ ଦୂର ଦୂରକୁ ଲମ୍ବିବା ଭଳି ଲାଗିଥାଏ । ୫ ବର୍ଷ ତଳେ ଏହି ରାସ୍ତାକୁ ନିର୍ମାଣ କରାଯାଇଥିଲା ।

{"id":907266,"width":837,"height":469,"sizeSlug":"full","linkDestination":"none"}

 ପ୍ରାରମ୍ଭିକ ସମୟରେ ଏହାକୁ  ପାହାଡରେ ରହୁଥିବା ଚାଷୀ ଓ ଗାପାଳକ ତିଆରି କରିଥିଲେ । ଏହି ରାସ୍ତା ସମୁଦ୍ରପତ୍ତନରୁ ୪ ହଜାର ୨୦୦ କିଲୋମିଟର ଉଚ୍ଚରେ ଅବସ୍ଥିତ । ରାସ୍ତାର ମୋଡ ଏଭଳି ବଙ୍କେଇ ହୋଇ ରହିଛି ଯେ ଏଠାରେ ଗାଡି ଚଳାଇବା ଆଦୌ ସହଜ ନୁହେଁ  ।

{"id":907268,"sizeSlug":"large","linkDestination":"none"}

ସେଥିପାଇଁ ଏହି ସ୍ଥାନରେ ଅତି ସାବଧାନତା ସହ ଲୋକେ ଗାଡି ଚଲାନ୍ତି, ଆଉ ଚାରିପାର୍ଶ୍ବର ଦୃଶ୍ୟକୁ ଉପଭୋଗ କରନ୍ତି । ଅନ୍ୟପଟେ ଉପରୁ ଛିଡା ହୋଇ ରାସ୍ତାକୁ ଦେଖିଲେ ଏହା ଖୁବ୍‌ ଭୟାନକ ଲାଗେ । ତେବେ ସାମାଜିକ ଗଣମାଧ୍ୟମରେ ରାସ୍ତାର ଭିଡିଓ ସେୟାର ହେବା ପରେ ଏହା ସମସ୍ତଙ୍କ ନଜରକୁ ଆସିଛି  । 

You Can Read:

wp:embed {"url":"https://www.prameyanews7.com/when-international-space-station-fall-on-earth-and-what-happen-then/","type":"wp-embed","providerNameSlug":"prameya-news-7"}
https://www.prameyanews7.com/when-international-space-station-fall-on-earth-and-what-happen-then/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.