ଏହା ହେଉଛି ଦୁନିଆର ସବୁଠୁ ଦାମୀ କ୍ରୁଜ୍; ଅମ୍ବାନୀଙ୍କ ପାର୍ଟି ଜାହାଜ ଏହା ତୁଳନାରେ କିଛି ନୁହେଁ...

Published By : Prameya-News7 Bureau | June 04, 2024 IST

ନୂଆଦିଲ୍ଲୀ ୦୪।୦୬: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ଦ୍ୱିତୀୟ ବିବାହ ପୂର୍ବ କାର୍ଯ୍ୟ କ୍ରୁଜରେ ହୋଇଥିଲା | କିନ୍ତୁ ଆପଣ ଜାଣନ୍ତି କି ଏହା ଦୁନିଆର ସବୁଠାରୁ ମହଙ୍ଗା କ୍ରୁଜ୍ ନୁହେଁ ... ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟର ଦ୍ୱିତୀୟ ପ୍ରି ଓ୍ବେଡିଙ୍ଗ୍ ଫଙ୍କସନ୍ କ୍ରୁଜ୍ରେ ହୋଇଛି । ୟାହା ଖୁବ୍ ଚର୍ଚ୍ଚାରେ । 

କିନ୍ତୁ ଆପଣ ଜାଣନ୍ତି କି ଏହା ଦୁନିଆର ସବୁଠାରୁ ମହଙ୍ଗା କ୍ରୁଜ୍ ନୁହେଁ ... ଅନନ୍ତ-ରାଧିକାଙ୍କ ପ୍ରି-ଓ୍ବେଡିଙ୍ଗ୍ ହୋଇଥିବା ଏହି କ୍ରୁଜ୍ର ନାଁ ହେଉଛି ସେଲିବ୍ରିଟି ଏସେଣ୍ଟ୍ । ଯାହାକୁ ଫ୍ରାନ୍ସର ଜାହାଜ ନିର୍ମାଣକାରୀ କମ୍ପାନୀ ଚାଣ୍ଟିଅର୍ସ ଡ୍ ଆଇ ଆଟଲାଣ୍ଟିକ୍ ଦ୍ୱାରା ନିର୍ମିତ । ଏହି କ୍ରୁଜ୍କୁ ସେଲିବ୍ରିଟି କ୍ରୁଜ୍ ପାଇଁ ପ୍ରସ୍ତୁତ କରାଯାଇଛି । ଏହାକୁ ତିଆରି କରିବାରେ ଖର୍ଚ୍ଚ ହୋଇଛି ୭୪୭୫ କୋଟି ଟଙ୍କା । 

କିନ୍ତୁ ସେଲିବ୍ରିଟି ଏସେଣ୍ଟ୍ ଦୁନିଆର ସବୁଠାରୁ ମହଙ୍ଗା କ୍ରୁଜ୍ ନୁହେଁ । ଦୁନିଆର ସବୁଠୁ ଦାମୀ କ୍ରୁଜ୍ ହେଉଛି ଆଇକନ୍ ଅଫ୍ ଦି ସି  । ଏହାକୁ ୨ ବିଲିୟନ ଡଲାର ଅର୍ଥାତ୍ ଭାରତୀୟ ମୂଲ୍ୟରେ ୧୬ ହଜାର ୭୦୦ କୋଟିରେ ନିର୍ମାଣ କରାଯାଇଛି । ଏହି କ୍ରୁଜ୍ ରୟାଲ୍ କାରିବିଆନ୍ ଗ୍ରୁପ୍ ର ଏକ କ୍ରୁଜ୍ ଜାହାଜ । 

ଜେସନ୍ ଲିବର୍ଟି ହେଉଛନ୍ତି ରୟାଲ୍ କାରିବିଆନ୍ ଗ୍ରୁପ୍ ର ସିଇଓ । ଜେସନ ଲିବର୍ଟିଙ୍କ ଅନୁଯାୟୀ, ଆଇକନ୍ ଅଫ୍ ଦି ସି ବିଶ୍ୱର ସବୁଠୁ ବଡ କ୍ରୁଜ୍ ଜାହାଜ । ଏହାର ଲମ୍ବ ୧୨୦୦ ଫୁଟ କିମ୍ବା ୩୬୫ ମିଟର । ଏହାର ଓଜନ ୨୫୦,୮୦୦ ମେଟ୍ରିକ୍ ଟନ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.