ନୂଆଦିଲ୍ଲୀ ୦୨।୦୩; ବିଶ୍ୱର ସବୁଠୁ ମହଙ୍ଗା କାର୍ ଆଣିଛି ରୋଲ୍ସରୟସ୍ । ନାଁ ‘ଅର୍କାଡିୟା ଡ୍ରପ୍ଟେଲ’ । ମୂଲ୍ୟ ୩୧ ମିଲିଅନ ଡଲାର ଅର୍ଥାତ୍ ପ୍ରାୟ ୨୫୭ କୋଟି ଟଙ୍କା । ଏହା ପୂର୍ବରୁ ରୋଲ୍ସ-ରୟସ୍ର ଲା ରୋଜ୍ ନୋୟର ଡ୍ରପ୍ଟେଲ ବିଶ୍ୱର ସବୁଠୁ ମହଙ୍ଗା କାର ଥିଲା, ଯାହାର ମୂଲ୍ୟ ୨୪୯.୪୮ କୋଟି ଟଙ୍କା ।
{"id":916096,"sizeSlug":"full","linkDestination":"none"}![](https://www.prameyanews7.com/wp-content/uploads/2024/03/WhatsApp-Image-2024-03-02-at-10.48.46-AM.jpeg)
ଗ୍ରୀକ୍ ସହର ଅର୍କାଡିୟାରୁ କମ୍ପାନି କାର୍ର ନାଁ ‘ଅର୍କାଡିୟା ଡ୍ରପ୍ଟେଲ’ ଦେଇଛି । ଏହାର ଅର୍ଥ ‘ପୃଥିବୀରେ ସ୍ୱର୍ଗ’ । ଏହି ଅଲ୍ଟ୍ରାକଷ୍ଟମାଇଜ୍ଡ କାର୍ର ଆକର୍ଷଣୀୟ ଲୁକ୍ ଓ ପ୍ରିମିୟର ଫିଚର୍ ରହିଛି । କାର୍ର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏଥିରେ ବ୍ୟବହୃତ ଉପକରଣ । ଏଥିରେ ସାଣ୍ଟୋସ୍ ଷ୍ଟ୍ରେଟ୍ ଗ୍ରେନ୍ ଶିଶମ୍ ହାର୍ଡଉଡ୍ର ୨୩୩ ଖଣ୍ଡ ପ୍ରୟୋଗ ହୋଇଛି । ତନ୍ମଧ୍ୟରୁ ୭୬ ଖଣ୍ଡ ରିୟର ଡେକ୍ରେ ଲାଗିଛି ।
{"id":916097,"sizeSlug":"full","linkDestination":"none"}![](https://www.prameyanews7.com/wp-content/uploads/2024/03/WhatsApp-Image-2024-03-02-at-10.48.04-AM.jpeg)
ଏହା ରୋଲ୍ସ-ରୟସ୍ରେ ବ୍ୟବହୃତ କାଠର ସମସ୍ତ ପ୍ରଜାତି ମଧ୍ୟରୁ ସର୍ବୋତ୍କୃଷ୍ଟ । ଏହି କାଠରେ କାର୍ର ଆଭ୍ୟନ୍ତର ଡିଜାଇନ୍ ପ୍ରସ୍ତୁତ କରିବାରେ ୮ ହଜାର ଘଣ୍ଟାରୁ ଅଧିକ ସମୟ ଲାଗିଛି । ଡ୍ୟାଶ୍ବୋର୍ଡରେ କମ୍ପାନିର ନିଜସ୍ୱ ଡିଜାଇନ୍ର ଏକ ଘଡ଼ି ରହିଛି, ଯାହା କମ୍ପାନିର ଯେକୌଣସି କାର୍ରେ ବିକଶିତ ଏପର୍ଯ୍ୟନ୍ତର ସବୁଠୁ ଜଟିଳ ଡିଜାଇନ୍ ।
{"id":916098,"sizeSlug":"full","linkDestination":"none"}![](https://www.prameyanews7.com/wp-content/uploads/2024/03/WhatsApp-Image-2024-03-02-at-10.48.21-AM.jpeg)
ଏଥିପାଇଁ ୨ ବର୍ଷର ଅନୁସନ୍ଧାନ ପରେ ୫ ମାସରେ କାର୍ ଡ୍ୟାଶବୋର୍ଡରେ ଏହି ଡିଜାଇନ୍ ହୋଇଛି । ଜଣେ ଗ୍ରାହକଙ୍କ ଇଚ୍ଛା ଅନୁସାରେ, ରୋଲ୍ସ ରୟସ୍ ଅର୍କାଡିୟା ଡ୍ରପ୍ଟେଲକୁ ପ୍ରସ୍ତୁତ କରାଯାଇଛି । ସିଙ୍ଗାପୁରରେ ଏହାର ଡେଲିଭରୀ ହୋଇଛି । କାର୍ଟି ମୋନୋକକ୍ ଚେସିସ୍ ସହିତ କମ୍ପାନିର ଏଓଏଲ୍ ପ୍ଲାଟ୍ଫର୍ମ ଉପରେ ପର୍ଯ୍ୟବସିତ । ଏହା ରୋଡ୍ଷ୍ଟର ବଡି ଷ୍ଟାଇଲ୍ଯୁକ୍ତ କମ୍ପାନିର ପ୍ରଥମ କାର । ଫର୍ମୁଲା ୧ ରେସିଂ କାର୍ ଦ୍ୱାରା ଏହାର ଡିଜାଇନ୍ ପ୍ରେରିତ ।
{"id":916099,"sizeSlug":"full","linkDestination":"none"}![](https://www.prameyanews7.com/wp-content/uploads/2024/03/WhatsApp-Image-2024-03-02-at-10.48.10-AM.jpeg)
କମ୍ପାନିର ଡିଜାଇନର୍ମାନେ ଏହି ବିଳାସପୂର୍ଣ୍ଣ କାର୍କୁ ରଙ୍ଗ କରିବାକୁ ଏକ ପ୍ରାକୃତିକ ଡୁଓଟୋନ କଲର୍ୱେ ବିକଶିତ କରିଛନ୍ତି । ଏହାର ମେନ୍ ବଡିର ରଙ୍ଗ ସଲିଡ୍ ହ୍ୱାଇଟ୍ । ଏଥିରେ ଆଲୁମିନିୟମ୍ ଓ କାଚ କଣିକା ବ୍ୟବହୃତ ହୋଇଛି । କମ୍ପାନିର ବିଶେଷଜ୍ଞମାନେ କାର୍ର ବଡି କାମ ଲାଗି ଆଲୁମିନିୟମ୍ କଣିକା ଉପଯୋଗ କରି ଏକ ଆକର୍ଷଣୀୟ ମେଟାଲ ବିକଶିତ କରିଛନ୍ତି ।
{"id":916100,"sizeSlug":"large","linkDestination":"none"}![](https://www.prameyanews7.com/wp-content/uploads/2024/03/WhatsApp-Image-2024-03-02-at-10.47.54-AM-1501x1000.jpeg)
କାର ଆଗରେ ମିରର୍ ଫିନିଶ୍ଡ ଏକ୍ସଟିରିୟର ଗ୍ରିଲ୍ ଓ କମ୍ପାନିର ଆର୍ଆର୍ ଲୋଗୋ ସହିତ ୨୨ ଇଞ୍ଚର ଅଏଲ୍ ହ୍ୱିଲ୍ ରହିଛି । ଏଇଟି ୨-ଡୋର୍ ଓ ୨-ସିଟ୍ବିଶିଷ୍ଟ । ଏଥିରେ ୬.୭୫ ଲିଟର୍ର ଟ୍ୱିନ୍-ଟର୍ବୋଚାର୍ଜଡ୍ ଭି୧୨ ପେଟ୍ରୋଲ ଇଞ୍ଜିନ୍ ଲାଗିଛି, ଯାହା ୫୯୩ବିଏଚ୍ପି ଶକ୍ତି ଓ ୮୪୦ ଏନ୍ଏମ୍ ସର୍ବାଧିକ ଟର୍ଫ ଉତ୍ପନ୍ନ କରେ । ଏହି ଇଞ୍ଜିନ୍ ୫ ସେକେଣ୍ଡ୍ରେ ଘଣ୍ଟାପ୍ରତି ହାରାହାରି ୦-୧୦୦ କିମି ବେଗରେ ଯାଇପାରେ ।