ବଦଳିବ ବିଶ୍ୱମାନଚିତ୍ର, ଖୁବ୍ ଶୀଘ୍ର 'ବୋଗନଭିଲ୍ଲେ' ହେବ ନୂଆ ରାଷ୍ଟ୍ର

Published By : Prameya-News7 Bureau | December 12, 2019 IST

ଖୁବ୍ ଶୀଘ୍ର ବିଶ୍ୱ ମାନଚିତ୍ରରେ ଦେଖାଯିବ ଆଉ ଏକ ନୂଆ ଦେଶ ଦେଖିବାକୁ ମିଳିବ। ପ୍ରାୟ ୧ ଦଶକରୁ ଅଧିକ ସମୟ ଧରି ସ୍ୱାଧୀନତା ଲାଗି ଏଠାରେ ହିଂସାତ୍ମକ ଆନ୍ଦୋଳନ ଜାରି ଥିବା ବେଳେ ଗତ ସେପ୍ଟେମ୍ବରରେ ହୋଇଥିବା ରେଫରେଣ୍ଡମର ଫଳାଫଳ ଆସିସାରିଛି। ପାପୁଆ ନ୍ୟୁଗିନିର ବୋଗନଭିଲ୍ଲେ ଏକ ପ୍ରଦେଶ। ତେବେ ସ୍ୱାଧୀନତା ଲାଗି ଏଠାରେ ଦୀର୍ଘ ବର୍ଷରୁ ଆନ୍ଦୋଳନ ଜାରି ରହିଥିଲା।

{"id":196943,"width":577,"height":374,"sizeSlug":"large"}

ଗତ ସେପ୍ଟେମ୍ବର ମାସରେ ବୋଗନଭିଲ୍ଲେ ରେଫରେଣ୍ଡମ ହୋଇଥିଲା। ଏଥିରେ ୯୮ ପ୍ରତିଶତ ଲୋକେ ପାପୁଆ ନ୍ୟୁ ଗିନିରୁ ପୃଥକ ହେବା ଲାଗି ଭୋଟ ଦେଇଥିବା ରେଫରେଣ୍ଡମ କମିଶନ ଅଧ୍ୟକ୍ଷ ବର୍ଟି ଅହର୍ଣ୍ଣ ଘୋଷଣା କରିଛନ୍ତି। ରେଫରେଣ୍ଡମରେ ୧୮୧,୦୬୭ ଲୋକଙ୍କ ଭିତ​‌ରେ​‌ ୧୭୬,୯୨୮ ଅର୍ଥାତ ପ୍ରାୟ ୯୮ ପ୍ରତିଶତ ଲୋକ ସ୍ୱାଧୀନତାର ସମର୍ଥନରେ ଭୋଟ ଦେଇଛନ୍ତି। ସେଭଳି  ୩,୦୪୩ ଭୋଟ ପାପୁଆ ନ୍ୟୁ ଗିନିରେ ରହିବାକୁ ଦେଇଛନ୍ତି। ୧ହଜାର ଭୋଟର କିଛି ଫଳାଫଳ ନାହିଁ। ଏହି ଦ୍ୱୀପରେ ମୋଟ ଜନସଂଖ୍ୟା ୨.୪୯ ଲକ୍ଷ ।

{"id":196944,"width":578,"height":374,"sizeSlug":"large"}

ଏଠାରେ ହୋଇଥିବା ରେଫରେଣ୍ଡମ ୨୦ ବର୍ଷରୁ ଜାରି ଶାନ୍ତି ପ୍ରକ୍ରିୟାର ଏକ ଅଂଶ। ଏଠାରେ ସ୍ୱାଧୀନତା ଲାଗି ଜାରି ରହିଥିବା ଗୃହଯୁଦ୍ଧ ୧୯୯୮ ମସିହାରେ ଶେଷ ହୋଇଥିଲା। ଏହି ଯୁଦ୍ଧରେ ୧୫ ଲୋକେ ପ୍ରାଣବଳୀ ଦେଇଥିଲେ। ତେବେ  ବୋଗେନନାଭିଲ୍ଲେ ପ୍ରଶାନ୍ତ ମହାସାଗରର ଏକ ଦ୍ୱୀପ, ଯାହାଏପର୍ଯ୍ୟନ୍ତ ପାପୁଆ ନ୍ୟୁ ଗିନି(ପିଏନଜି)ର ଅଂଶ ଥିଲା।  ତେବେ ଜନମତ ସଂଗ୍ରହର ଫଳାଫଳ ଆସିବା ପରେ  ବୋଗେନଭିଲ୍ଲେକୁ ନୂଆ ଦେଶ ନିର୍ମାଣର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯଦିଓ ବୋଗେନଭିଲ୍ଲେ ପାପୁଆ ନ୍ୟୁଗିନି ପୂର୍ବରୁ ୧୯୭୫ ମସିହାରେ ସ୍ୱାଧୀନ ହୋଇସାରିଥିଲା ହେଲେ ଅଷ୍ଟ୍ରେଲିଆ ଓ ପାପୁଆ ନ୍ୟୁଗିନି ଏହାକୁ ଏକ ସ୍ୱାଧୀନ ଦେଶ ମାନି ନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.