ନୂଆଦିଲ୍ଳୀ ୩୦।୦୫ : ଦୁନିଆ ତଥା ବିଶ୍ବର ସବୁଠୁ ବଡ ହ୍ବିସ୍କି ବୋତଲ ନିଲାମ ହୋଇଛି । କହିବାକୁ ଗଲେ ଏହି ବୋତଲଟି ୫ ଫୁଟର ଏହାର ଲମ୍ବ ୧୧ ଇଞ୍ଚ । ଏଥିରେ ୩୧୧ ଲିଟର ହ୍ବିସ୍କି ଭର୍ତ୍ତି ହୋଇପାରେ । ଏହି ବୋତଲକୁ ଶେଷରେ ଅନଲାଇନ୍ରେ ନିଲାମ କରାଯାଇଛି।
ତେବେ ବିଶ୍ୱର ସର୍ବବୃହତ ବୋତଲକୁ ପ୍ରାୟତଃ ୧.୪ ମିଲିୟନ୍ ଡଲାର୍ରେ ଅର୍ଥାତ୍ (୧୦ କୋଟି ୮୭ ଲକ୍ଷ ୬୯ ଟଙ୍କା) ନିଲାମ କରାଯାଇଛି। ଏହି ନିଲାମର ପରିଶେଷରେ ଏକ ଆନ୍ତର୍ଜାତୀୟ ଅଜ୍ଞାତ କଲେକ୍ଟର ଏହାକୁ କିଣିଛନ୍ତି। ନିଲାମ କମ୍ପାନୀ ଲିଓନ୍ ଆଣ୍ଡ ଟର୍ନବୁଲ୍ କହିଛନ୍ତି ଯେ ଏହି ହ୍ବିସ୍କି ସୁନା ଏବଂ ଆପଲ୍ ପରି ସ୍ବାଦ।
wp:html/wp:html#TheIntrepid - officially the world's largest bottle of Scotch #whisky - reaches £1.1 million in today's auction. An adventure from the start, The Intrepid project is dedicated to the spirit & experience of exploration. pic.twitter.com/9G6TJ8nLQg
— Lyon & Turnbull (@LyonandTurnbull) May 25, 2022
କିନ୍ତୁ ନିଲାମ କମ୍ପାନୀ କହିଛି ଯେ ଏହି ହ୍ବିସ୍କିର ନାମ ରଖାଯାଇଛି 'ଦି ଇଣ୍ଟ୍ରିପିଡ୍' । ଏହା ପ୍ରାୟ ୩୨ ବର୍ଷ ପୁରୁଣା ସିଙ୍ଗଲ-ମାଲ୍ଟ ।୧୯୮୯ରେ ସ୍ପାଇସାଇଡ୍ ର ପ୍ରତିଷ୍ଠାତା ଦ ମେକଲାନରେ ଏହା ଡିଷ୍ଟିଲ୍ ହୋଇଥିଲା । ସେପ୍ଟେମ୍ବର ୨୦୨୧ରେ ଏହି ହ୍ବିସ୍କି ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା। ଦାବି କରାଯାଉଛି ଯେ ଏହି ବୋତଲଟିକୁ ପ୍ରାୟତଃ ୪୪୪ଟି ହ୍ବିସ୍କି ବୋତଲ ସହିତ ତୁଳନା କରାଯାଉଛି ।