ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ଅଛିକି ଏସବୁ ବଦଭ୍ୟାସ ? ହୋଇପାରେ କିଡନୀ ସମସ୍ୟା, ତୁରନ୍ତ ଆପଣାନ୍ତୁ ଏହି ଚାରି ସରଳ ଉପାୟ

9/03/2023 at 6:45 PM

ଭୁବନେଶ୍ୱର ୦୯/୦୩: ବର୍ତ୍ତମାନ ସମୟରେ କିଡନୀ ରୋଗ ପୂର୍ବାପେକ୍ଷା ବହୁତ ଅଧିକ ବଢ଼ିଯାଇଛି। ଏହି ସମସ୍ୟାରେ ପୀଡ଼ିତ ରୋଗୀମାନେ ବହୁ କଷ୍ଟ ପାଉଥିବା ବେଳେ ଗୁରୁତରମାନଙ୍କୁ ଡାଏଲିସିସ୍‌ ଚିକିତ୍ସା ମଧ୍ୟ କରାଯାଉଛି। ଯଦି କିଡନୀ ଠିକ୍ ଭାବେ କାର୍ଯ୍ୟ ନକରେ ତାହେଲେ ଆମ ଶରୀରରେ ନିଷ୍କାସନ ପ୍ରକ୍ରିୟାରେ କୁପ୍ରଭାବ ପଡ଼ିବା ସହ ଅନ୍ୟ ରୋଗ ହେବାର ମଧ୍ୟ ବହୁ ସମ୍ଭାବନା ଥାଏ। ତେଣୁ କିଡନୀକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟକ ବ୍ୟକ୍ତି ଧ୍ୟାନ ଦେବା ଆବଶ୍ୟକ। ଏପରି ନହେଲେ ଅସମୟରେ ଜୀବନ ହାନୀ ହୋଇପାରେ। ତେଣୁ ବିଶ୍ୱ କିଡନୀ ଦିବସ ଉପଲକ୍ଷେ ଆସନ୍ତୁ ଜାଣିବା ନିଷ୍କାସନ ତନ୍ତ୍ରକୁ ସୁସ୍ଥ ରଖିବାର କିଛି ସରଳ ଉପାୟ।

⭐ ଦୈନନ୍ଦିନ ଜୀବନରେ ଧୂମପାନ ଏବଂ ତମାଖୁ ସେବନରୁ ଦୂରେଇ ରୁହନ୍ତୁ। ସିଗାରେଟ୍‌, ଗଞ୍ଜେଇ, ବିଡ଼ି, ଓ ହୁକ୍କା ଟାଣିବା ସାମୁହିକ ସ୍ୱାସ୍ଥ୍ୟ ପାଇଁ ବହୁ ବିପଦଜନକ। ଏଗୁଡ଼ିକ ଆମ କିଡନୀ ପାଇଁ ବହୁ କ୍ଷତିକାରକ କାରଣ ଏହା କିଡନୀକୁ ଅଧିକ ଚାପ ପକାଇଥାଏ। ଧୂମପାନ କାରଣରୁ ରକ୍ତ ପ୍ରବାହିତ ଶିରା ପ୍ରସିରା ପ୍ରଭାବିତ ହେବା ସହ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରେ ଯାହାକି କିଡନୀକୁ ନଷ୍ଟ କରିବାର ପ୍ରମୁଖ କାରଣ।

⭐ ଆମର ଦୈନନ୍ଦିନ ଖାଦ୍ୟାଭ୍ୟାସ ଉପରେ କିଡନୀର ସ୍ୱାସ୍ଥ୍ୟ ନିର୍ଭର କରେ। ତେଣୁ ଦୈନନ୍ଦିନ ଜୀବନରେ ସ୍ୱାସ୍ଥ୍ୟକର ଓ ଲାଭଦାୟକ ଖାଦ୍ୟ ସାମିଲ କରନ୍ତୁ। ସବୁବେଳେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇଲ କିଡନୀ ଖରାପ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ପ୍ରୋସେସ୍ଡ ଫୁଡ୍‌ ଏବଂ ସୋଡ଼ିୟମ୍‌ ରିଚ୍‌ଡ୍‌ ଫୁଡ୍ ଖାଇବାରୁ ସର୍ବଦା ଦୂରେଇ ରୁହନ୍ତୁ।

⭐ ଆପଣଙ୍କ ଅଳସୁଆମିପଣ ମଧ୍ୟ କିଡନୀକୁ ଖରାପ କରିପାରେ। ସେଥିପାଇଁ ଆପଣ ନିୟମିତ ଶାରୀରିକ ପରିଶ୍ରମ ଓ ବ୍ୟାୟାମ୍‌ କରନ୍ତୁ। ଏହାଦ୍ୱାରା ଶରୀରର ଓଜନ ନିୟନ୍ତ୍ରଣ ରହିବା ସହିତ ରକ୍ତଚାପ ସ୍ୱଭାବିକ କାରଣରୁ କିଡ୍‌ନି ବି ସୁସ୍ଥ ରହିବ।

⭐ କିଡନୀ ସୁସ୍ଥ ରଖିବା ପାଇଁ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ଏହାଦ୍ୱାରା ଆମ ଶରୀରରେ ନିଷ୍କାସନ ପ୍ରକ୍ରିୟା ଠିକ୍‌ ଭାବେ ହୋଇପାରିବ। ନଚେତ୍ ଡିହାଇଡ୍ରେସନ ପାଇଁ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିପାରେ। ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞ ଗୋଟିଏ ଦିନରେ ଅତିକମ୍‌ରେ ୮ରୁ ୧୦ ଗ୍ଲାସ୍ ପାଣି ପିଇବାକୁ ପରାମର୍ଶ ଦିଅନ୍ତି।   

   Related Posts