ଫୁଲବାଣୀ ୦୮/୦୯: ମଙ୍ଗଳବାର କନ୍ଧମାଳ ଜିଲ୍ଲାର ସଦରମହକୁମା ଫୁଲବାଣୀରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଛି। ଲଘୁଚାପ ଜନିତ ଲଗାଣ ବର୍ଷା ସତ୍ତ୍ୱେ ଆଖପାଖ ବିଭିନ୍ନ ବ୍ଲକରୁ ୧୦୦ ରୁ ଅଧିକ ଆଦିବାସୀ ପୁରୁଷ ଓ ମହିଳା ପାରମ୍ପରିକ ବେଶ ଭୁଷାରେ ସଜ୍ଜିତ ହୋଇ ମାଦିକୁନ୍ଦା ଛକରୁ ହାତରେ ପ୍ଲାକାର୍ଡ଼ ଧରି ଏକ ବଡ଼ ଶୋଭାଯାତ୍ରାରେ ବିଷାଳ ଶୋଭାଯାତ୍ରାରେ ବାହାରି ସହରର ମୁଖ୍ୟ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯାଳୟ ପାଖରେ ପହଞ୍ଚି ଥିଲେ। ଆଦିବାସୀ ଦିବସରେ ଆଦିବାସୀଙ୍କ ବିଭିନ୍ନ ଦାବି ପୂରଣ ନେଇ ସ୍ଲୋଗାନ ଦେଇ ସେମାନେ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
{"id":668628,"sizeSlug":"full","linkDestination":"none"}ସେମାନଙ୍କ ପ୍ରମୁଖ ଦାବୀ ମଧ୍ୟରେ ପଦୋନ୍ନତି ବେଳେ ସଂରକ୍ଷଣ ଦେବା, ଜମି ହଡପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କାର୍ଯ୍ୟକ୍ରମକୁ ବନ୍ଦ ନକରିବା, ଇତ୍ୟାଦି ବିଭିନ୍ନ ଦାବୀ ଅନ୍ତର୍ଭୁକ୍ତ। ଆଦିବାସୀ ନେତା ତଥା ଲୁଇସିଂ ସରପଞ୍ଚ ସୁଦର୍ଶନ କହଁରଙ୍କ ନେତୃତ୍ୱରେ ଅନୁଷ୍ଠିତ ଶୋଭାଯାତ୍ରାରେ ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ତଥା ସମ୍ପାଦକ ନୀଳାମ୍ବର କହଁର, ଆଇନ ଜୀବୀ ସତ୍ୟନାରାୟଣ ବେହେରାଙ୍କ ସହିତ ଆଦିବାସୀ ସମାଜର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।