ରାଷ୍ଟ୍ରୀୟ ମାନବାଧିକାର ପରିଷଦ ଭଦ୍ରକ ଶାଖା ପକ୍ଷରୁ ୭୨ ତମ ବିଶ୍ବ ମାନବାଧିକାର ଦିବସ ପାଳିତ

Published By : Prameya-News7 Bureau | December 10, 2020 IST

ଭଦ୍ରକ ୧୦/୧୨: ରାଷ୍ଟ୍ରୀୟ ମାନବାଧିକାର ପରିଷଦ ଭଦ୍ରକ ଶାଖା ପକ୍ଷରୁ ୭୨ ତମ ବିଶ୍ବ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ସଭାପତି କ୍ଷୀତିସ ସାମନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଛି ।

ସମ୍ମିଳନୀରେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସଂଜୀବ ମାରିକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାପସୀ ପ୍ରହରାଜ, ମୋନାଲିସା ଗନ୍ତାୟତ ପ୍ରମୁଖ ଯୋଗ ଦେଇ ମାନବ ଅଧିକାର ଓ ମୂଲ୍ୟବୋଧ ସଂପର୍କରେ ଆଲୋକପାତ କରିଥିଲେ ।

{"id":375689,"sizeSlug":"large","linkDestination":"none"}

ତେବେ ଏହି ସମ୍ମିଳନୀରେ ଆଲୋଚନାର ବିଷୟବସ୍ତୁ ଥିଲା ‘ଗଣମାଧ୍ୟମ ବିନା ମାନବାଧିକାର ସୁରକ୍ଷା ଅସମ୍ଭବ’ । ରାଷ୍ଟ୍ରୀୟ ମାନବାଧିକାର ପରିଷଦର ଓଡିଶା ଅଧକ୍ଷ୍ୟ ଡକ୍ଟର ଟହଲି ଚରଣ ମହାନ୍ତିଙ୍କ ସହ ସମସ୍ତ ଅତିଥି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଲୋଚନା ଚକ୍ର ଶେଷରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.