ସମ ହସପିଟାଲରେ ବିଶ୍ବ ହୃଦୟ ଦିବସ: ନକାରାତ୍ମକ ଚିନ୍ତାଧାରା ହିଁ ହୃଦରୋଗର କାରଣ

Published By : Prameya-News7 Bureau | September 29, 2018 IST

ଭୁବନେଶ୍ବର୨୯|୯: ଆଜି ହେଉଛି ଓ୍ବାଲଡ ହାର୍ଟ ଡେ ବା ବିଶ୍ବ ହୃଦୟ ଦିବସ । ସମ ହସ୍ପିଟାଲ ପକ୍ଷରୁ ଏହାକୁ ନେଇ ଆଜି ଆୟୋଜିତ ହୋଇଯାଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏହି ଅବସରରେ ହସ୍ପିଟାଲରେ ହୃଦ ରୋଗ ତଥା ସ୍ବାସ୍ଥ୍ୟ ସମ୍ପର୍କିତ ଏକ କର୍ମଶାଳା ମଧ୍ୟ ହୋଇଥିଲା ଅନୁଷ୍ଠିତ । ବର୍ତମାନ ସମୟରେ ହୃଦ ରୋଗ ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା । କେବଳ ଯେ ଓୌଷଧ ମାଧ୍ୟମରେ ଏହି ରୋଗର ନିରାକଣ କରାଯାଇ ପାରିବ ତହା ନୁହେଁ । ଦୈନନ୍ଦିନ ଜୀବନଶୈଳୀ, ଖାଦ୍ୟପେୟ, ବ୍ୟାୟାମ କଲେ ମଧ୍ୟ ଏହି ରୋଗର ଦୁରୀକଣ ହୋଇ ପାରିବ । ସମ ହସ୍ପିଟାଲ ପକ୍ଷରୁ ଆଜି ପାଳିତ ହୋଇଯାଇଛି ଓ୍ବାଲଡ ହାର୍ଟ ଡେ ବା ବିଶ୍ବ ହୃଦୟ ଦିବସ । ଏହି ଅବସରରେ ହସ୍ପିଟାଲରେ ହୃଦ ରୋଗ ତଥା ସ୍ବାସ୍ଥ୍ୟ ସମ୍ପର୍କିତ ଏକ କର୍ମଶାଳା ହୋଇଥିଲା ଅନୁଷ୍ଠିତ । ପ୍ରସିଦ୍ଧ ହୃଦ ରୋଗ ବିଶେଷଜ୍ଞ ଡ. ରତନ ରାଠୋଡ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । କର୍ମଶାଳାରେ ସମ୍ ହସ୍ପିଟାଲର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ହୃଦ ରୋଗରୁ ବର୍ତିବା ପାଇଁ କର୍ମଶାଳାରେ ବିଶଦଭାବେ ଆଲୋଚନା ହୋଇଥିଲା । ବୟସ୍କ ବ୍ୟକ୍ତି ଓ ଯୁବପିଢିଙ୍କୁ ହୃଦଘାତ ହେବା ପଛର କାରଣ ପ୍ରାୟ ସମାନ । ଯେପରିକି ହୃଦପିଣ୍ଡ ଓ ଧମନୀ ସମ୍ବନ୍ଧୀୟ, ହାଇ କଲେଷ୍ଟରଲ, ଉଚ୍ଚ ରକ୍ତଚାପ, ମେଦବହୁଳତା ପରି ଭିନ୍ନ ଭିନ୍ନ କାରଣ ରହିଛି । ଏ ଦିଗରେ ଠିକ ସମୟରେ ପଦକ୍ଷେପ ନେଲେ ହୃଦ ରୋଗ ବର୍ତି ହେବ ବୋଲି କର୍ମଶାଳାରେ ମତପ୍ରକାଶ ପାଇଛି । ବିଶ୍ବ ହୃଦୟ ଦିବସ ଅବସରରେ ସମ ହସ୍ପିଟାଲ ପ୍ରତିବର୍ଷ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରୁଛି । ସେପଟେ ସମ ହସ୍ପିଟାଲରେ ମଧ୍ୟ ଖୁବ ଅଳ୍ପ ଖର୍ଚରେ ଏହାକୁ ନେଇ ସ୍ବସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.