ଚୀନର ଦ୍ବୀତିୟ କରୋନା ଟିକାକୁ ମିଳିଲା WHOର ଅନୁମତି, ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବ

Published By : Prameya-News7 Bureau | June 01, 2021 IST

ନୂଆଦିଲ୍ଲୀ ୧/୬: କରୋନା ସଂକ୍ରମଣ କମ କରିବାକୁ ବିଭିନ୍ନ ଦେଶରେ ଟିକାକରଣ ଜୋରସୋରରେ ଚାଲିଛି। ଭାରତ ସମେତ ବିଶ୍ବ୍ୟର ଅନ୍ୟ ଦେଶଗୁଡ଼ିକରେ ଟିକାକରଣ ପାଇଁ ବିଭିନ୍ନ କମ୍ପାନୀର ଟିକାକୁ ମଞ୍ଜୁରୀ ମିଳିଛି। ଏବେ ସୁଦ୍ଧା ଭାରତରେ ନିଜସ୍ବ ଦୁଇଟି ଟିକାକୁ ମଞ୍ଜୁରୀ ମିଳିସାରିଥିବା ବେଳେ ଚୀନରେ ଦ୍ବିତୀୟ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ।

ସିନୋଭାକ୍‌ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁମତି ଦେଇଛି। ନ୍ୟୁଜ୍‌ ଏଜେନ୍ସି ରୟଟର୍ସରେ ଡବ୍ଲୁଏଚଓର ରିପୋର୍ଟକୁ ନେଇ ପ୍ରକାଶିତ ଖବର ଅନୁସାରେ, ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜରୁରିକାଳୀନ ବ୍ୟବହାର ଲିଷ୍ଟରେ ସିନୋଭାକ୍‌ ବାୟୋଟେକ ଦ୍ବାରା ପ୍ରସ୍ତୁତ କରୋନା ଟିକାକୁ ମଞ୍ଜୁରୀ ଦେଇଛି। ବିଶେଷଜ୍ଞଙ୍କ ମତରେ ଏହି ଟିକା ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଦିଆଯିବ। ପ୍ରଥମ ଡୋଜ୍‌ ଲାଗିବାର ୧-୪ ସପ୍ତାହ ପରେ ଦ୍ବିତୀୟ ଡୋଜ୍‌ ଦିଆଯିବ।’

wp:embed {"url":"https://twitter.com/ANI/status/1399742169959702530","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1399742169959702530
/wp:embed

ଗତ ମାସରେ ସିନୋଫାର୍ମ କମ୍ପାନୀ ଦ୍ବାରା ପ୍ରସ୍ତୁତ ଆଣ୍ଟି କରୋନା ଭ୍ୟାକସିନ୍‌କୁ ଡବ୍ଲୁଏଚଓ ମଞ୍ଜୁରୀ ଦେଇଥିଲା। ଏବେ ସୁଦ୍ଧା ଫାଇଜର, ଆଷ୍ଟ୍ରାଜେନିକା, ଜନସନ୍‌ ଆଣ୍ଡ ଜନସନ, ମଡର୍ଣ୍ଣା ଭଳି ଭ୍ୟାକସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଞ୍ଜୁରୀ ଦେଇସାରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.