ଜମୁଛି ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ; ଗୋପପୁର ରାଧାକୃଷ୍ଣଙ୍କ ନାବକେଳୀ, କୃଷ୍ଣଙ୍କୁ ହତ୍ୟା ପାଇଁ ମହାପ୍ରତାପୀ କଂସର ଯୋଜନା

Published By : Prameya-News7 Bureau | January 18, 2019 IST

ବରଗଡ ୧୮|୧: ଜମୁଛି ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । କୃଷ୍ଣଙ୍କ ଲୀଳାଖେଳାରେ ଗୋପପୁର ଉତ୍ସବମୁଖର ହୋଇଉଠିଥିବା ବେଳେ ମହାପ୍ରତାପୀ କଂସଙ୍କ ରାଜତ୍ବରେ ଥରହର ମଥୁରା ନଗରୀ । ସପ୍ତମ ଦିନରେ ଗୋପପୁରରେ ରାଧାକୃଷ୍ଣଙ୍କ ନାବକେଳୀ ଅନୁଷ୍ଠିତ ହୋଇଥିଲା । ଗୋପପୁର ଏବେ କୃଷ୍ଣ ପ୍ରେମରେ କୃଷ୍ଣମୟ ହୋଇପଡିଥିବାବଳେ ଯମୁନା ନଦୀ ପାରି ହୋଇ ମଥୁରା ନଗରୀକୁ ଦଧି ବିକ୍ରି କରିବାକୁ ଯାଉଛନ୍ତି ଗୋପାଙ୍ଗନାମାନେ । ମହାରାଜା କଂସ ନଗର ଭ୍ରମଣ, ରାଜ ଦରବାରରେ ନ୍ୟାୟ ବିଚାର ଦୃଶ୍ୟ ଅଭିନୀତ ହୋଇଥିଲା । ତେବେ ମହାରାଜା କଂସ କଳେବଳେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି । ନିଜର ପିତାର ପ୍ରତିଶୋଧ ନେବା ପାଇଁ ଶଙ୍ଖଚୂଡ ସର୍ପ ମହାରାଜ କଂସଙ୍କ ସହିତ ସାକ୍ଷାତ କରିଛି । ପରେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ କଂସ ଶଙ୍ଖଚୂଡକୁ ଗୋପପୁର ପଠାଇଛନ୍ତି ।

{"id":75200}

ସେହିପରି କୃଷ୍ଣବଳରାମ ବେନୀ ଭାଇଙ୍କୁ ନିମନ୍ତ୍ରଣ କରିବା ପାଇଁ ପୂର୍ବତନ ମନ୍ତ୍ରୀ ଅକୃରଙ୍କୁ ଗୋପପୁର ପ୍ରେରଣ କରିଥିଲେ ମହାରାଜା କଂସ । ସପ୍ତମ ଦିନରେ ଲକ୍ଷ ଲକ୍ଷ ଦର୍ଶକଙ୍କ ସମାଗମ ହୋଇଥିଲା ।  ଧନୁଯାତ୍ରାର ଅଷ୍ଟମ ଦିନରେ କଂସଙ୍କ ନଗର ଭ୍ରମଣ, ଦିଗବିଜୟରେ ବାହାରି ଇନ୍ଦ୍ର ସହିତ ଯୁଦ୍ଧ ଓ ବନ୍ଦୀ, କଂସଙ୍କ ଚିଟାଉ ନେଇ ଅକୃରଙ୍କ  ଗମନ ଓ ଗୋପପୁରରେ ଅକୃରଙ୍କ ପ୍ରବେଶ ସହ ଯମୁନା ନଦୀରେ କୃଷ୍ଣ ପାଦ ଦର୍ଶନ ଏବଂ ଧନୁଯାତ୍ରା ଦେଖିଯିବା ପାଇଁ ନନ୍ଦରାଜାଙ୍କୁ କଂସଙ୍କ ଚିଟାଉ ହସ୍ତାନ୍ତର ଦୃଶ୍ୟ ଅଭିନୀତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.