ଧୁମ୍‌ଧାମ୍‌ରେ ଚାଲିଛି ବିଶ୍ବପ୍ରସିଦ୍ଧ ବରଗଡ ଧନୁଯାତ୍ରା ; ମହାପ୍ରତାପୀ କଂସର ରାଜତ୍ବରେ ଥରହର ମଥୁରା ନଗରୀ

Published By : Prameya-News7 Bureau | January 15, 2019 IST

ବରଗଡ ୧୫|୧: ଧୁମଧାମରେ ଚାଲିଛି  ବିଶ୍ବପ୍ରସିଦ୍ଧ ବରଗଡ ଧନୁଯାତ୍ରା । ସାରା ଗୋପପୁର ଉତ୍ସବ ମୁଖର । ଚତୁର୍ଥ ଦିନରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କୃଷ୍ଣ ବଳରାମଙ୍କ ହସ୍ତରେ କଂସ ପଠାଇଥିବା ପୁତନା ସମେତ ଷଡମଲ୍ଲ ରାକ୍ଷସ ରାକ୍ଷସୀଙ୍କ ସଂହାର ଦୃଶ୍ୟ ଅଭିନୀତ ହୋଇଛି ।  କୃଷ୍ଣବଳରାମ ବେନୀଭାଇ ଗୋପାଳ ବାଳକମାନଙ୍କ ସହିତ ଗାଈ ଚରାଇ ଯାଇଥତ୍ବାବଳେ ପୁତନା ରାକ୍ଷସୀ ସମେତ ଧେନୁକା, ଷଣ୍ଡାସୁର, ବକାସୁର, ତୃଣା, ଶକଟା, ଅଘା ଆଦି ରାକ୍ଷସମାନଙ୍କୁ ସଂହାର କରିଛନ୍ତି । ଭଗବାନ ଶ୍ରୀକୃଷ୍ଣ ମାଟି ଖାଉଥିବାବଳେ ବାରଣ କରି ଥିବା ବଳେ ମା ଯଶୋଦାଙ୍କୁ ଦର୍ଶନ ଦେଇଛନ୍ତି ବିଶ୍ବରୂପ । ସେହିପରି ମଥୁରା ନଗରୀ କଂସଙ୍କ ରାଜତ୍ବରେ ଥରହର ହୋଇ ପଡିଥିବା ବେଳେ ମହାରାଜା କଂସ ବାଣାସୁରକୁ ଯୁଦ୍ଧରେ ପରାସ୍ତ କରିବା ସହ ବନ୍ଧୁତା ସ୍ଥାପନ କରି ନୃତ୍ୟ ଗୀତରେ ମସଗୁଲ ରହିଛନ୍ତି । ରଙ୍ଗମହଲରେ ବିଭିନ୍ନ ଅଚଂଳର ଲୋକ ନୃତ୍ୟ ପରିବେସିତ ହୋଇଥିବାବଳେ ଦର୍ଶକମାନେ ବିଲମ୍ବିତ ରାତି ପର୍ଯ୍ୟନ୍ତ ଉପଭୋଗ କରିଥିଲେ । ଧନୁଯାତ୍ରାର ପଚଂମ ଦିନରେ ଗୋପପୁରରେ କୃଷ୍ଣବଳରାମଙ୍କ ଗୋଚାରଣ, ଦଧତ୍ଚୋରୀ, ଜାମାଲାର୍ଜୁନ ଭଜଂନ ଓ କାଳୀୟ ନାଗର ଦର୍ପଦଳନ ଦୃଶ୍ୟ ଅଭିନୀତ ହେବ । ସେହିପରି ମଥୁରା ନଗରୀରେ ମହାରାଜା କଂସଙ୍କ ନଗର ଭ୍ରମଣ, ଦିଗବିଜୟରେ ବାହାରି  ଜରାସନ୍ଧ ସହିତ ଯୁଦ୍ଧ ଏବଂ ହେତି ପ୍ରହେତି ସହ ବିବାହ ଦୃଶ୍ୟ ଅଭିନିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.