କଂସ ବଧ ସହ ସରିଲା ବରଗଡ଼ ଧନୁଯାତ୍ରା ; ୧୧ ଦିନର ମୁକ୍ତାକାଶ ରଙ୍ଗମଞ୍ଚରେ ପଡ଼ିଲା ଯବନିକା, ଶେଷ ଦିନରେ ଉପଭୋଗ କଲେ ଲକ୍ଷ ଲକ୍ଷ ଦର୍ଶକ

Published By : Prameya-News7 Bureau | January 21, 2019 IST

ବରଗଡ ୨୧|୧: ୧୧ ଦିନ ଚାଲିଥିବା ବରଗଡ ଧନୁଯାତ୍ରା ମହୋତ୍ସବ ଶେଷ ହୋଇଛି । ବରଗଡ ଧନୁଯାତ୍ରାର ଶେଷ ଦିନରେ କଂସ ବଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ ଅଭିନୀତ ହୋଇଛି । ଏହାକୁ ଲକ୍ଷ ଲକ୍ଷ ଦର୍ଶକ ଉପଭୋଗ କରିଛନ୍ତି । ଏଗାର ଦିନ ଧରି ମହାରାଜା କଂସଙ୍କ ରାଜତ୍ବ ଚାଲିଥିବାବଳେ ଗୋପପୁରରେ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଥିଲା କୃଷ୍ଣଙ୍କ ବାଲ୍ୟଲୀଳାକୁ ନେଇ । କଂସଙ୍କ ଅତ୍ୟାଚାରରୁ ଜଗତବାସୀଙ୍କୁ ଉଦ୍ଧାର କରିବାପାଇଁ ଜନ୍ମ ନେଇଥିଲେ କୃଷ୍ଣ ।

{"id":76468}

ଅନ୍ୟ ପକ୍ଷରେ କୃଷ୍ଣଙ୍କୁ ମାରିବା ପାଇଁ ମହାରାଜା କଂସ ଆୟୋଜନ କରିଥିଲେ କପଟ ଓ ଛଳନାର ଯାତ୍ରା ଧନୁଯାତ୍ରା । ବରଗଡ ଧନୁଯାତ୍ରାର ଶେଷ ଦିନରେ କୁବଳୟା ହସ୍ତୀ ଏବଂ ଅଷ୍ଟମଲ୍ଲକୁ ବଧ କରିବା ପରେ ମହାରାଜା କଂସ ଧନୁଯାତ୍ରା ପାଇଁ ସ୍ଥାପନ କରିଥିବା ଶିବ ଧନୁ ଭଙ୍ଗ କରିଥିଲେ କୃଷ୍ଣ ବଳରାମ ବେନୀ ଭାଇ ।

{"id":76469}

ମାମୁଁ କଂସ ଓ ଭଣଜା କୃଷ୍ଣବଳରାମ ଙ୍କ ମଧ୍ୟରେ ହୋଇଥିଲା ଘମାଘୋଟ ଯୁଦ୍ଧ । ସିଂହାସନରୁ ପଡି ନିହତ ହୋଇଥିଲା ଅତ୍ୟାଚାରୀ କଂସ । ଅସତ୍ୟ ଉପରେ ସତ୍ୟର ବିଜୟ ବାର୍ତ୍ତା ଦେଇଛି ଧନୁଯାତ୍ରା ମଞ୍ଚ । କଂସର ନିଧନ ପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଥିଲା । ମଥୁରା କାରାଗାରରୁ ମାତା ପିତା ଦେବକୀ ବସୁଦେବଙ୍କୁ ମୁକ୍ତି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.