ଧୁମ୍ଧାମ୍ରେ ଚାଲିଛି ବରଗଡ ଧନୁଯାତ୍ରା ; ଆଜି ଚତୁର୍ଥ ଦିନରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା
14/01/2019 at 11:28 AM

ବରଗଡ ୧୪|୧: ଧୁମଧାମରେ ଚାଲିଛି ବରଗଡ ଧନୁଯାତ୍ରା । ଆଜି ଚତୁର୍ଥ ଦିନରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କୃଷ୍ଣ ବଳରାମଙ୍କ ହସ୍ତରେ କଂସ ପଠାଇବା ପୁତନା ସମେତ ଷଡମଲ୍ଲ ରାକ୍ଷସ ରାକ୍ଷସୀଙ୍କ ସଂହାର ଦୃଶ୍ୟ ଅଭିନୀତ ହେବ । ସେହିପରି ମହାରାଜ କଂସଙ୍କ ଦିଗବିଜୟ ସହ ଗୋପପୁରରେ ଶତ୍ରୁ ବିନାଶ ସମ୍ଭାବନାରେ ଉତଫୁଲ୍ଲିତ କଂସ ନୃତ୍ୟ ଗୀତରେ ମସଗୁଲ ଦୃଶ୍ୟ ଦେଖିବେ ଦର୍ଶକ । ଗତକାଲି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମରେ ଆତ୍ମବିଭୋର ହୋଇପଡିଥିଲେ ଗୋପପୁରବାସୀ । ଆଉ ଏଥିପାଇଁ ଆୟୋଜନ କରିଥିଲେ ନନ୍ଦୋତ୍ସବ । ସେପଟେ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନକୁ ପ୍ରହାର ସମୟରେ ବିଜୁଳି କନ୍ୟାର ଆବିର୍ଭାବ, ଦୈବୀବାଣୀ ପରେ ଚିନ୍ତିତ ହୋଇପଡିଥିବା କଂସ ଷଡମଲ୍ଲକୁ ଆହ୍ବାନ କରିଥିବାର ଦୃଶ୍ୟ ଅଭିନୀତ ହୋଇଥିଲା ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023