ଜଟଣିରେ ରେଳ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

Published By : Prameya-News7 Bureau | June 05, 2022 IST

ଜଟଣୀ ୦୫/୦୬ : ପରିବେଶ ଅବକ୍ଷୟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ ୫ରେ ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳନ କରାଯାଏ। ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳନ ଅବସରରେ "ଭବିଷ୍ୟତକୁ ବଞ୍ଚାଇବା ପାଇଁ ପରିବେଶ ସଂରକ୍ଷଣ' ସ୍ଲୋଗାନ ସହିତ ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ)ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ବି. ରିଙ୍କେଶ ରାୟ ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।  ଏଡିଆରଏମ ଅଶୋକ କୁମାରଙ୍କ ସହ ସମସ୍ତ ଶାଖା ଅଧିକାରୀ, କର୍ମଚାରୀ ଏବଂ ଖୋର୍ଦ୍ଧା ରୋଡ଼ ସ୍କାଉଟ୍ ଓ ଗାଇଡ୍ର ସ୍ୱେଚ୍ଛାସେବୀମାନେ ଏଥିରେ ଭାଗ ନେଇଥିଲେ।

"ବୃକ୍ଷ ରୋପଣ ଭବିଷ୍ୟତ ପାଇଁ ଏକ ଆଶା ରୋପଣ' ଏହି ଲକ୍ଷ୍ୟ ସହିତ DRM, ଅଧିକାରୀ ଏବଂ କର୍ମଚାରୀମାନଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ଼ ରେଳବାଇ ଷ୍ଟାଡିୟମରେ ଚ।ରା ରୋପଣ କରାଯାଇଥିଲା । ଏହି ଅବସରରେ ମେକାନିକାଲ୍ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା "ବାୟୁ ପ୍ରଦୂଷଣ ରୋକିବା ପାଇଁ ବୃକ୍ଷ ସଂରକ୍ଷଣ' ଉପରେ ଏକ ନାଟକ ପରିବେଷଣ ହୋଇଥିଲା l ଯାହାର ଲକ୍ଷ୍ୟ ହେଉଛି ଆମ ଚାରିପାଖରେ ସବୁଜ ପରିବେଶର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରିବା। ସେହିପରି ପ୍ରଜାପତି ବ୍ରହ୍ମ କୁମାରୀ ଈଶ୍ୱରିୟ ବିଦ୍ୟାଳୟ ତରଫରୁ ଗୋପବନ୍ଧୁ ବିଦ୍ୟାଳୟରେ ବୃକ୍ଷରୋପଣ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.