ରାଇରଙ୍ଗପୁରରେ ବନ ବିଭାଗ ପକ୍ଷରୁ ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳିତ

Published By : Prameya-News7 Bureau | June 05, 2022 IST

ରାଇରଙ୍ଗପୁର ୦୫/୦୬ : ଆଜି ଜୁନ ୫ ତାରିଖ ବିଶ୍ବ ପର୍ଯ୍ଯାବରଣ ଦିବସ।ଏହି ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ବିଶ୍ବ ପର୍ଯ୍ଯାବରଣ ଦିବସ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମରେ  ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଏନଏସଏସ (ଜାତୀୟ ସେବା ଯୋଜନା) ବିଭାଗ ଯୋଗ ଦେଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରୁ ସଚେତନତା କାର୍ଯ୍ୟକ୍ରମ ଶୋଭାଯାତ୍ରାକୁ ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରା ସବୁଜ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ।ପରେ ଶୋଭାଯାତ୍ରା ରାଇରଙ୍ଗପୁର ସହର ପରିକ୍ରମା କରିଥିଲା।

{"id":638914,"sizeSlug":"full","linkDestination":"none"}

ଏହି ଶୋଭାଯାତ୍ରାରେ ବିଭିନ୍ନ ପ୍ଲାକାର୍ଡ ଓ ସ୍ଲୋଗାନ ସହ ସହରବାସୀଙ୍କୁ ପର୍ଯ୍ୟାବରଣ ସଚେତନତା ବାର୍ତ୍ତା ଦିଆ ଯାଉଥିଲା। ପରେ ରାଇରଙ୍ଗପୁର ବନାଞ୍ଚଳ ସମ୍ମିଳନୀ କକ୍ଷରେ ଏକ ସଚେତନା ବୈଠକ ଡିଏଫଓ (ଜିଲ୍ଲା ବନଖଣ୍ଡ ଅଧିାକାରୀ) ନଳିନୀକାନ୍ତ ବେହେରାଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ ତଥା ଶିମିଳିପାଳ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରଦୀପ୍ତ କବି, ପ୍ରଜାପତି ବ୍ରହ୍ମକୁମାରୀ ଐଶ୍ଵରୀୟ ବିଦ୍ୟାଳୟର ବିକେ ସୁପ୍ରିୟା ଦିଦି, ବିକେ ମିନତୀ ଦିଦି, ଏସିଏଫ ବୈଦ୍ୟନାଥ ମାଝୀ ସାମିଲ ହୋଇଥିଲେ। ଏଥିରେ ଅଧ୍ୟାପକ ବିଜୟ ରାମ ମଞ୍ଚ ପରିଚାଳନା କରିଥିଲେ।

{"id":638915,"sizeSlug":"full","linkDestination":"none"}

ଆଜିର ଅନୁଚିନ୍ତା ' ଏକମାତ୍ର ହିଁ ଧରିତ୍ରୀ'। ଧରିତ୍ରୀ ହିଁ ଜୀବଜନ୍ତୁ,ବୃକ୍ଷଲତା ଓ ମାନବ ସମାଜକୁ ସନ୍ତୁଳିତ କରି ରଖିଥାଏ ।ବୃକ୍ଷ  ଜଙ୍ଗଲ ନଷ୍ଟ ଓ ହ୍ରାସ ଯୋଗୁଁ ପ୍ରଦୂଷଣ, ଜଳବାୟୁରେ ପରିବର୍ତ୍ତନ ଦେଖା ଦେଇଛି।ସିରା ବିଶ୍ବ ଚିନ୍ତିତ ।ଯାହାଯୋଗୁଁ ପ୍ରାକୃତିକ ଅସନ୍ତୁଳନ, ଜଳବାୟୁ ପରିବର୍ତ୍ତନ,ସବୁଜ ଗୃହ ବାଷ୍ପରେ ବୃଦ୍ଧି, ପ୍ରାକୃତିକ ଦୁର୍ବିପାକ ତଥା ଜୈବ ବିବିଧତା ହ୍ରାସ ପାଇବାରେ ଲାଗିଛି। ଯାହାକି ସମାଜର ଅସ୍ତିତ୍ବ ଏବଂ ସାମାଜିକ ଓ ଅର୍ଥନୈତିକ ଉପରେ ପ୍ରଭାବ ପକାଉଛି ବୋଲି ଡିଏଫଓ ବକ୍ତବ୍ୟରେ କହିଥିଲେ। ତେଣୁ ପ୍ରତ୍ୟେକ ଲୋକ ନିଜେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ଗଛ ଲଗାଇବା, ଗଛର‌ ଯତ୍ନ ନେବା, ସୁରକ୍ଷା ଦେବା ଉଚିତ ବୋଲି ଡିଏଫଓ ଉପସ୍ଥିତ ଛାତ୍ରଛାତ୍ରୀ, ବନକର୍ମଚାରୀଙ୍କୁ କହିଥିଲେ। କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ମହାକୁଡଙ୍କ ସହିତ ବନବିଭାଗ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.